Asian Champions Trophy / ପାକିସ୍ତାନର ଅନୁରୋଧକୁ ହକି ଇଣ୍ଡିଆର ନା...ଭାରତରେ ହିଁ ହେବ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି
·57 mins ago·2 min read

Key Points
ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୬କୁ ନେଇ ଭାରତ-ପାକିସ୍ତାନ ପୁଣି ମୁହାଁମୁହିଁ ହୋଇଛନ୍ତି
ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୬କୁ ନେଇ ଭାରତ-ପାକିସ୍ତାନ ପୁଣି ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବର ମୋହାଲି ଓ ଜଳନ୍ଧରରେ ଅକ୍ଟୋବର ୨୭ରୁ ନଭେମ୍ବର ୫ ଯାଏଁ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଥିବା ବେଳେ ପାକିସ୍ତାନ ହକି ଫେଡେରେସନ୍ ନିଜ ମ୍ୟାଚ୍ଗୁଡ଼ିକୁ ନିରପେକ୍ଷ ଭେନ୍ୟୁରେ କରିବାକୁ ଏସୀୟ ହକି ଫେଡେରେସନ୍କୁ ଅନୁରୋଧ କରିଛି। ସୁରକ୍ଷା ଓ ଦ୍ୱିପାକ୍ଷିକ ପରିସ୍ଥିତିକୁ କାରଣ ଦର୍ଶାଇଥିବା ପାକିସ୍ତାନର ଏହି ଦାବିକୁ ହକି ଇଣ୍ଡିଆ ପକ୍ଷରୁ ଖାରଜ କରାଯାଇଛି। ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂହଙ୍କ କହିବା ଅନୁସାରେ, ଟୁର୍ଣ୍ଣାମେଣ୍ଟର ଭେନ୍ୟୁରେ କୌଣସି ପରିବର୍ତ୍ତନ ହେବ ନାହିଁ।
ପଞ୍ଜାବରେ ଆୟୋଜିତ ହେବ ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୬ । କିନ୍ତୁ ପାକିସ୍ତାନ ଦଳ ଏଥିରେ ଅଂଶ ଗ୍ରହଣ କରିବାକୁ ଭାରତ ଗସ୍ତରେ ଆସିବ ନାହିଁ । ବରଂ ଏକ ନିରପେକ୍ଷ ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯିବା ନେଇ ଏସିଆନ ହକି ଫେଡେରେସନକୁ ଅନୁରୋଧ କରିଥିଲା । ହେଲେ ହକି ଇଣ୍ଡିଆ ଏହି ପ୍ରସ୍ତାବକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି । ସ୍ପଷ୍ଟ କରିଦେଇଛନ୍ତି ଯେ ଟୁର୍ଣ୍ଣାମେଣ୍ଟକୁ ଭାରତ ବାହାରକୁ ସ୍ଥାନାନ୍ତର କରିବାର କୌଣସି ଯୋଜନା ନାହିଁ।
ପାକିସ୍ତାନ ହକି ଫେଡେରେସନର ସଭାପତି ମୋହିଉଦ୍ଦିନ ଅହମ୍ମଦ ୱାନି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଥିଲେ, ‘ପାକିସ୍ତାନ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୬ ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତର କରିବା କିମ୍ବା ପାକିସ୍ତାନର ସମସ୍ତ ମ୍ୟାଚ୍ ଏକ ନିରପେକ୍ଷ ସ୍ଥାନରେ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି । ପାକିସ୍ତାନ ଓ ଭାରତ ମଧ୍ୟରେ ବର୍ତ୍ତମାନର ଦ୍ୱିକ୍ଷିକ ପରିସ୍ଥିତି ଏବଂ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଯାହା ଆମର ଜାତୀୟ ଖେଳାଳି ଓ ଅଧିକାରୀଙ୍କ ପାଇଁ ଏକ ସୁରକ୍ଷିତ, ମର୍ଯ୍ୟାଦାପୂର୍ଣ୍ଣ ଏବଂ ଅନୁକୂଳ ପରିବେଶ ନିଶ୍ଚିତ କରିବ ।
ପାକିସ୍ତାନ ଏସୀୟ ଚାମ୍ପିଅନ୍ସ ଟ୍ରଫି ଓ ହକିର ବିଶ୍ୱସ୍ତରୀୟ ପ୍ରୋତ୍ସାହନ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଆମେ ଭାରତ ସମେତ ସମସ୍ତ ଏଫ୍ଆଇଏଚ ସଦସ୍ୟ ଦେଶ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ ଏବଂ କ୍ରୀଡ଼ାକୁ ରାଜନୀତିରୁ ପୃଥକ ରଖିବାର ନୀତିକୁ ଦୃଢ଼ ସମର୍ଥନ କରୁଛୁ । ଆମେ ଆଶା କରୁଛୁ ଯେ ପାକିସ୍ତାନର ଅଂଶଗ୍ରହଣକୁ ନିଶ୍ଚିତ କରିବା ସକାଶେ ଏକ ନିରପେକ୍ଷ ସ୍ଥାନ ପାଇଁ ଆମର ପ୍ରସ୍ତାବକୁ ଏସୀୟ ହକି ଫେଡେରେସନ ବିଚାର କରିବ ।’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହକି ଇଣ୍ଡିଆର ସାଧାରଣ ସମ୍ପାଦକ ତଥା ଏସୀୟ ହକି ଫେଡେରେସନର ଉପ-ସଭାପତି ଭୋଳା ନାଥ ସିଂହ ସମ୍ବାଦ ସଂସ୍ଥା 'ପିଟିଆଇ' (PTI) କୁ କହିଛନ୍ତି ଯେ, ପାକିସ୍ତାନର ଅନୁରୋଧ ଉପରେ ବିଚାର କରାଯିବ ନାହିଁ ଏବଂ ଟୁର୍ଣ୍ଣାମେଣ୍ଟର ସ୍ଥାନ ଅପରିବର୍ତ୍ତିତ ରହିବ।
ଅକ୍ଟୋବର ୨୭ ତାରିଖରୁ ମୋହାଲି ଓ ଜଳନ୍ଧରରେ ଏସିଆନ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ । ଆୟୋଜକ ଭାରତ ସମେତ ପାକିସ୍ତାନ, ଦକ୍ଷିଣ କୋରିଆ, ମାଲେସିଆ, ଚୀନ ଓ ଜାପାନ ଅଂଶ ଗ୍ରହଣ କରିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା ।

Related Topics
Explore more stories