Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନ୍ୟାୟ ଆଉ କେତେ ବାଟ?

Sangram Tripathy
Browse all articles by Sangram Tripathy
·1 year ago·3 min read
ନ୍ୟାୟ ଆଉ କେତେ ବାଟ?

ଅର୍ଗସ ବ୍ୟୁରୋ: ଅଗଷ୍ଟ ୯ରୁ ସେପ୍ଟେମ୍ବର ୯,କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗୋଟିଏ ମାସ ବିତିଛି,ହେଲେ ଏଯାଏ ମିଳିପାରିନି ନ୍ୟାୟ,ସାଧାରଣରେ ପ୍ରଶ୍ନ ନ୍ୟାୟ ଆଉ କେତେ ବାଟ। ଆଉ ଏହାରି ଭିତରେ ପଶ୍ଚିମବଙ୍ଗ ସରକାରଙ୍କ ବେପରୁଆ ପଦକ୍ଷେପକୁ ବିରୋଧ କରି ଟିଏମ୍‌ସିର ରାଜ୍ୟସଭା ସାଂସଦ ଜୱାହର ସରକାର,ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଦିଦିଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ପୋଲିସ ମଧ୍ୟ ନ୍ୟାୟ ଦେବା ବଦଳରେ ଲୁଚକାଳି ଖେଳିଛି,ହତ୍ୟାକୁ ଆତ୍ମହତ୍ୟାର ରୂପ ମଧ୍ୟ ଦେଇଛି ରାଜରାସ୍ତାରେ ନିଆଁ ଜଳିଲା ସବୁଠି ଟିଏମସି ସରକାର ବିରୋଧି ସ୍ବର ଉଠିଛି

ନ୍ୟାୟ ଲଢେଇରେ ଅଶାନ୍ତ ହୋଇପଡିଛି ପଶ୍ଚିମ ବଙ୍ଗ,ମୁଖ୍ୟ ଅଭିଯୁକ୍ତ ସଞ୍ଜୟଙ୍କ ସହ କୁଆଡେ ରହିଛି ଟିଏମସି ଲିଙ୍କ୍ ବୋଲି ଚର୍ଚ୍ଚା ହେଉଛି। ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଲଢେଇ ସରୁନି। ପୋଲିସ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇଛି,ସିବିଆଇର ଖୋଳତାଡ ଚାଲିଛି,ଆଉ ଏହିଭଳି ସମୟରେ ଟିଏମ୍‌ସିର ରାଜ୍ୟସଭା ସାଂସଦ ଜୱାହର ସରକାର ,ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମମତାଙ୍କୁ ଘେରିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ବେପରୁଆ ପଦକ୍ଷେପକୁ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଲେଖିଛମନ୍ତି । ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ ଓ ସରକାରଙ୍କ ଆଭିମୁଖ୍ୟ ଦଳକୁ ବଦନାମ କରିଛି ବୋଲି ଦର୍ଶାଇ ସରକାର ଏଥିପାଇଁ ମମତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭାବ ଏବଂ ଏହି ସମସ୍ୟାର ସମାଧାନ କରିବାରେ ଦଳର ବିଫଳତାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଦୁର୍ନୀତି ଓ କିଛି ନେତାଙ୍କ ଅପକୌଶଳ ନେଇ ଆଖି ବୁଜିଦେଇଥିବାରୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ରାଜ ଚାଲିଛି ବୋଲି ସେ କହିଛନ୍ତି। ସାଂସଦ ପଦରୁ ଇସ୍ତଫା ଦେବାପରେ ସରକାର କହିଛନ୍ତି ଯେ ଟିଏମ୍‌ସି ସରକାରଙ୍କ ପ୍ରତି ବଢୁଥିବା ଅସନ୍ତୋଷ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ସରକାର ଏବେ ଲୋକଙ୍କ ଆସ୍ଥା ହରାଇଛନ୍ତି ଏବଂ ମୁଁ ସରକାରଙ୍କ ବିରୋଧରେ ଏତେ ଅସନ୍ତୋଷ ଏବଂ ସମ୍ପୂର୍ଣ୍ଣ ଅନାସ୍ଥା ପୂର୍ବରୁ କେବେ ଦେଖିନାହିଁ। ଆର୍‌ଜି କର ମେଡିକାଲ କଲେଜ ଘଟଣାରେ ସରକାରଙ୍କ ପଦକ୍ଷେପରେ ଅସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି, ଏହି ଭୟଙ୍କର ଘଟଣା ପରଠାରୁ ମୁଁ ଏକ ମାସ ଧରି ଯନ୍ତ୍ରଣା ଭୋଗୁଛି ଏବଂ ମମତା ବାନାର୍ଜୀଙ୍କ କାର୍ଯ୍ୟ ଶୈଳୀରେ ଅତିଷ୍ଠ ହୋଇପଡ଼ିଛି।

କେନ୍ଦ୍ର ଓ ରାଜ୍ୟରେ ଦୁର୍ନୀତି, ସାମ୍ପ୍ରଦାୟିକତା ଏବଂ ଏକଛତ୍ରବାଦ ବିରୋଧରେ ଲଢ଼ିବା ପାଇଁ ମୋର ପ୍ରତିବଦ୍ଧତା ପାଇଁ ମୁଁ ସଂସଦ ସଦସ୍ୟତାରୁ ଇସ୍ତଫା ଦେଇଛି ବୋଲି ସରକାର କହିଛନ୍ତି। ସେହିଭଳି ଟିଏମ୍‌ସି ନେତା ଶାନ୍ତନୁ ସେନ ସରକାରୀ ହସ୍ପିଟାଲର କାର୍ଯ୍ୟକଳାପକୁ ନେଇ ସମାଲୋଚନା କରିବା ପରେ ତାଙ୍କୁ ତାଙ୍କ ଦଳୀୟ ପଦରୁ ହଟାଇ ଦିଆଯାଇଛି। ବରିଷ୍ଠ ନେତା ସୁଖେନ୍ଦୁ ଶେଖର ରାୟ ମଧ୍ୟ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବାରୁ ଦଳର କେତେକ ନେତା ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। କହିବାକୁ ଗଲେ ମମତାକୁ ନିଜ ଦଳର ନେତା ମଧ୍ୟ ଭରଷା କରୁନାହାନ୍ତି। ତେବେ ସାଧାରଣ ଜନତାଙ୍କ ଭରସା ସେ ଜିତିବେ କେମିତି । ଏଥିରୁ ରକ୍ଷା ପାଇବା ପାଇଁ କାଲେ ଦିଦିଙ୍କ ଚୌକି ଚାଲିଯିବ,ସରକାର ଭାଙ୍ଗିଯିବା ଭୟରେ ଥରହର ହେଲେ ଦିଦି,

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚାରିଆଡୁ ପ୍ରବଳ ବିରୋଧ ହେଲା,ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଚେତା ପସିଲା ଦିଦିଙ୍କର। ଟିଏମସି ସରକାର ଅକ୍ଷମତାକୁ ଘୋଡାଇବାକୁ,ଯେତେବେଳେ ଚାପ ଅଧିର ପଡିଲା ମାମଲାକୁ ଚାପି ଦେବାକୁ ନାରୀଙ୍କ ସୁରକ୍ଷା ଆଳରେ ଚାରିଆଡୁ ଅପବାଦ ମୁଣ୍ଡାଇବା ପରେ ଶେଷରେ ନୂଆ ଆଇନ ଆଣିବାକୁ ବାଧ୍ୟ ହେଲେ ଦିଦି । ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ସ୍ଵତନ୍ତ୍ର ବିଲ ପାସ ହୋଇଛି । ଯେଉଁ ଆଇନରେ ଦୁଷ୍କର୍ମକାରୀଙ୍କ ଦୋଷ ପ୍ରମାଣ ହେଲେ ୧୦ ଦିନରେ ମଧ୍ୟରେ ଫାଶୀ ମିଳିବାର ବ୍ୟବସ୍ଥା ରହିଛି । ବିଧାନସଭାରେ ମମତା ସରକାର ‘ଆଣ୍ଟି ରେପ୍ ବିଲ’ ଆଗତ କରିଛନ୍ତି । 


ଏହି ବିଲର ନାମ ଅପରାଜିତା ୱିମେନ ଆଣ୍ଡ ଚାଇଲ୍ଡ ବା ପଶ୍ଚିମ ବଙ୍ଗ ଅପରାଧିକ କାନୁନ ଓ ସଂଶୋଧନ ବିଲ୍ ୨୦୨୪ ରଖାଯାଇଛି,ଏହାର  ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ୨୧ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି । ତେବେ ଏତେଦିନ ପରେ ଭାଙ୍ଗିଛି ମମତାଙ୍କ ନିଦ। ଅନ୍ୟପଟେ ଏହି ଘଟଣାର ଅନ୍ୟତମ ମୁଖ୍ୟ କର୍ପୋଟଦାର ସନ୍ଦୀପ ଘୋଷଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ। କହିଛନ୍ତିସିବିଆଇ କେମିତି ତଦନ୍ତ କରିବ ଆମେ କହିବାର ଆବଶ୍ୟକତା ନାହିଁ । ଏହାସହ ଆପଣଙ୍କ ପକ୍ଷ କୋର୍ଟ ଶୁଣିବା ବର୍ତ୍ତମାନ ସ୍ଥିତିରେ ଜରୁରୀ ନୁହେଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏମିତି ଟିପ୍ପଣୀ ପରେ ପୁରା ଦେଶରେ ଏବେ ଚର୍ଚ୍ଚା ଜୋର । ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ।ଅନ୍ୟପଟେ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦେବା ଲାଗି ରାଜରାସ୍ତାକୁ କିଛି ଦିନ ପୂର୍ବରୁ  ୩୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓହ୍ଲାଇଥିଲେ। ମମତାଙ୍କ ଗଡ଼ରେ ମହା ବିକ୍ଷୋଭ କରିଥିଲେ। ନବାନ୍ନ ଘେରାଉ କରିଥଲେ,ଦିଦିଙ୍କ ଇସ୍ତାପା ଦାବ ମଧ୍ୟ କରିଥିଲେ ଯାହା ଦିଦିଙ୍କୁ ଚିନ୍ତାରେ ପକାଇଛି। ଏମିତି ଜନବିରୋଧି ଆନ୍ଦୋଳନ କେବେ ଆଗରୁ ଟିଏମସି ବିରୋଧର ହୋଇନଥିଲା  

Sponsored
How far is justice? | Argus News