ପେସ୍ ଲାଗି ଭଲ ଦୁବାଇ ପିଚ୍, ୫ ସ୍ପିନର୍ଙ୍କୁ ନେଇ କେମିତି ଖେଳିବ ଭାରତ ?

Key Points
ଦଳର ଜଣେ ଜଣେ ଖେଳାଳି ଓ ୩ଟି ଯାକ ବିଭାଗକୁ ଦେଖିଲେ ଲାଗୁଛି କିଛି କମି ଅଛି । ଅନ୍ୟ ପଟେ କୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଯେତେ ଅଧିକ ଚ୍ୟାଲେଞ୍ଜ, ସେତେ ଅଧିକ ସଫଳତା ।
ଆସନ୍ତା ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି । କରାଚି ସହ ଦୁବାଇରେ ମ୍ୟାଚ୍ ହେଉଥିବା ବେଳେ ସମସ୍ତ ମୁକାବିଲା ଦୁବାଇରେ ଖେଳିବ ଭାରତ । ଫେବ୍ରୁଆରୀ ୨୦ରେ ଭାରତ ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ । ୨୩ରେ ମୁହାଁମୁହିଁ ହେବେ ୨ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ-ପାକିସ୍ତାନ ।
ଆଇସିସି ଚାମ୍ପିଅନ୍ସ ଟ୍ରଫିର ଭାରତ ବଡ଼ ଦାବିଦାର । କ୍ରିକେଟ୍ ଦେଖୁଥିବା, ଖେଳୁଥିବା ଛୋଟ ପିଲା ବି ଏ କଥା ଭବିଷ୍ୟବାଣୀ କରିବେ । ଏହାର କାରଣ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି । ରୋହିତ ଓ କୋହଲିଙ୍କୁ ନେଇ ଚମକୁ ଥିବା ଭାରତୀୟ ଦଳ ଦୁବାଇରେ ଖେଳିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ କେତେ ପ୍ରସ୍ତୁତ, କଣ ରହିଛି ଚ୍ୟାଲେଞ୍ଜ ? ଚାଲନ୍ତୁ ନଜର ପକାଇବା...
ଦଳର ଜଣେ ଜଣେ ଖେଳାଳି ଓ ୩ଟି ଯାକ ବିଭାଗକୁ ଦେଖିଲେ ଲାଗୁଛି କିଛି କମି ଅଛି । ଅନ୍ୟ ପଟେ କୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଯେତେ ଅଧିକ ଚ୍ୟାଲେଞ୍ଜ, ସେତେ ଅଧିକ ସଫଳତା । କିନ୍ତୁ ଆହତ କାରଣରୁ ଚାମ୍ପିଅନ୍ସ ଟ୍ରଫିରୁ ଜଶପ୍ରୀତ ବୁମରା ବାଦ୍ ପଡ଼ିବା ପରେ ଭାରତର ଏହି ରଣନୀତି ସଫଳ ସାବ୍ୟସ୍ତ ହେବ ତ ?
📱 Get Argus News App
✨ଚାମ୍ପିଅନ୍ସ ଟ୍ରଫି ଲାଗି ୧୫ ଜଣିଆ ଦଳ ଚୟନ ବେଳେ ଭାରତକୁ ବେଶ୍ ରିସ୍କ ନେବାକୁ ପଡ଼ିଛି । ଦୁବାଇ ଯିବାକୁ ଥିବା ଭାରତୀୟ ଦଳରେ ୫ ସ୍ପିନର୍ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ୱାଂଶିଟନ୍ ସୁନ୍ଦର, କୁଲଦୀପ ଯାଦବ ଓ ବଋଣ ଚକ୍ରବର୍ତ୍ତୀ ଅଛନ୍ତି । ବୁମରାଙ୍କ ସ୍ଥାନରେ ହର୍ଷିତ ରାଣା ସ୍ଥାନ ପାଇଥିବା ବେଳେ ଅନୁଭବୀ ମହମ୍ମଦ ସିରାଜଙ୍କୁ ଯଶ୍ଵସୀ ଜୟସୱାଲ ଶିବମ ଦୁବେଙ୍କ ସହ ରିଜର୍ଭ ରଖାଯାଇଛି । ତେବେ ଦୁବାଇରେ ଦିନିକିଆ କ୍ରିକେଟ୍ରେ ପେସ୍ ବୋଲରଙ୍କୁ ଅଧିକ ସଫଳତା ମିଳୁଥିବା ଦେଖା ଯାଉଛି ।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ୨୦୦୯ ପର ଠାରୁ ୫୮ଟି ଦିନିକିଆ ଖେଳା ଯାଇଥିବା ବେଳେ ଦ୍ରୁତ ବୋଲରଙ୍କୁ ୪୬୬ଟି ସଫଳତା ମିଳିଛି । ଯେତେବେଳେ କି ସ୍ପିନର୍ ହାତେଇଛନ୍ତି ୩୩୪ଟି ୱିକେଟ୍ । ଏ ଦୃଷ୍ଟିରୁ ଭାରତର ରଣନୀତି ଦଳକୁ ଭାରି ପଡ଼ିପାରେ । କାରଣ ରୋହିତ ସେନାରେ ୫ ସ୍ପିନର୍ ଅଛନ୍ତି । ସ୍ପିନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା, ୱାଂଶିଟନ ସୁନ୍ଦର ଓ ଅକ୍ଷର ପଟେଲ ଥିବାବେଳେ ଅନ୍ୟ ପଟେ ସ୍ପିନ୍ ସ୍ପେଶାଲିଷ୍ଚ ବଋଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଅଛନ୍ତି ।
