ଲଣ୍ଡନରେ ଘରର ଦାମ୍ କେତେ! ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି…

କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ସମୟରେ ଫିଲ୍ଡିଂ କରୁଥିବା ସମୟରେ ବିରାଟ କୋହଲି ଇଲଂଣ୍ଡର ପୂର୍ବତନ ଭେଟେରାନ କେଭିନ୍ ପିଟରସେନଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ଏହାପରେ ଲୋକେ ଉଭୟଙ୍କ ଫଟୋ ଦେଖି ନାନାଦି କଳ୍ପନା କରିଥିଲେ। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଏହାକୁ ନେଇ ପିଟରସେନଙ୍କ ପ୍ରଶଂସକଙ୍କୁ ମଜାଦାର ପ୍ରଶ୍ନ ପଚାରିଥିଲେ। କମେଣ୍ଟେଟର ଭାବେ ପିଟରସେନ ଇଂଲଣ୍ଡ-ଭାରତ ସିରିଜ ଲାଗି ଭାରତରେ ଅଛନ୍ତି। ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବେଶ ଭଲ। ଆହତ ସମସ୍ୟା ଯୋଗୁ ଯେତେବେଳେ ବିରାଟ ପ୍ରଥମ ଦିନିକିଆ ଖେଳି ନ ଥିଲେ ସେତେବେଳେ ସେ ନିଜର ଆଘାତକୁ ପିଟରସେନଙ୍କୁ ଦେଖାଇଥିଲେ।
Virat Kohli having a chat with Kevin Pietersen
— Jeet (@JeetN25) February 9, 2025
Aakash chopra in commentary - 'Virat Kohli puch rahe honge koi acchi locality batao england mein rehne ke liye 🤣🤣 aajkal bohot aana jaana hota hai Virat ka ' pic.twitter.com/fnLc30X2qW
📱 Get Argus News App
✨ସେହିଭଳି ଦ୍ୱିତୀୟ ଦିନିକିଆ ସମୟରେ ଉଭୟ ବାଉଣ୍ଡ୍ରି ପାଖରେ ଛିଡ଼ା ହୋଇ କଥା ହୋଇଥିଲେ। ଆକାଶ ଚୋପ୍ରା ପିଟରସେନ ଆକାଶଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଜବାବ ଦେଇ ହସିଥିଲେ। ସେ କହିଥିଲେ ଯେ, କେବେ ବି ଏସବୁ ଜିନିଷକୁ ବିଶ୍ୱାସ କରନ୍ତୁ ନାହିଁ। ମୁଁ ଏସବୁ ଧାରଣା ବିଷୟରେ ସମାନ କାରଣ ଦେଇପାରେ। ହେଲେ ତାହା କରିବି ନାହିଁ। କହିରଖୁଛୁ, ଟିମ୍ ଇଣ୍ଡିଆର ଭେଟେରାନ ବ୍ୟାଟ୍ସମ୍ୟାନ କୋହଲି ଲଗାତାର ଭାବେ ଲଣ୍ଡନ ଯା’ଆସ କରୁଛନ୍ତି। ୨୦୨୪ ଫେବୃଆରୀରେ ପୁଅ ଅକାୟ ମଧ୍ୟ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲା। ଏହାପରଠାରୁ ବିରାଟ ପରିବାର ସହ ଲଣ୍ଡନ ଚାଲିଯିବେ ବୋଲି ଚର୍ଚ୍ଚା ହୋଇ ଆସୁଛି। କିଛି ଦିନ ପୂର୍ବେ ତାଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା ମଧ୍ୟ ଏଭଳି ଖୁଲାସା କରିଥିଲେ।