ଛକା ଚୌକା ମାରିଲେ ହେବ ଟଙ୍କା ବର୍ଷା

ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲ ୧୮ ତମ ସଂସ୍କରଣ। କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ହୋଇଛି ଉଦଘାଟନୀ ମ୍ୟାଚ୍। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତ କ୍ରିକେଟ୍ ପ୍ରେମୀ। ଆତସବାଜି ଓ ପ୍ରସିଦ୍ଧ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସରିଛି ଉଦଘାଟନ ଉତ୍ସବ।
ଶାହରୁଖ ଖାନଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବଲିଉଡ ଗାୟିକା ଶ୍ରେୟା ଘୋଷାଲ ସଙ୍ଗୀତ ପରିବେଷଣରେ ଝୁମିଥିଲେ ଦର୍ଶକ। ପରେ ବଲିଉଡ ଅଭିନେତ୍ରୀ ଦିଶା ପାଟନି, ପଞ୍ଜାବୀ ଗାୟକ କରଣ ଔଜଲ ସଙ୍ଗୀତ ପରିବେଷଣ କରିଥିଲେ। ପରେ ଆରମ୍ଭ ହୋଇଛି ପ୍ରଥମ ଲିଗ୍ ମ୍ୟାଚ।
📱 Get Argus News App
✨ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି କୋଲକତା ନାଇଟ୍ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ତେବେ ଆଇପିଏଲ୍ ପୂର୍ବରୁ ବିସିସିଆଇ ପୁରସ୍କାର ରାଶି ଘୋଷଣା କରି ସାରିଛି। ଯାହା ଏଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତାଙ୍କ ଟଙ୍କା ଠାରୁ ମଧ୍ୟ ଢେର ଅଧିକ। ଗତ କିଛି ବର୍ଷକୁ ଯଦି ନଜର ଦିଆଯାଏ, ଆଇପିଏଲ ବିଜେତା ଟିମ୍କୁ ମୋଟା ଅଙ୍କର ଟଙ୍କା ଦେଇଥାଏ ବିସିସିଆଇ। ଏଥର ବିଜେତା ଦଳକୁ ୨୦ କୋଟି ଦେବାକୁ ଘୋଷଣା କରିଛି ବିସିସିଆଇ। ତେବେ ଜାଣନ୍ତୁ ଆଇପିଏଲ ପ୍ରାଇଜ୍ରେ କାହାକୁ ମିଳିବ କେତେ ?
ଚାମ୍ପିୟନ ଟିମକୁ ମିଳିବ ୨୦ କୋଟି ଟଙ୍କା
ରନର୍ସଅପ୍ ଟିମକୁ ମିଳିବ ୧୨.୫ କୋଟି
ସିଜନରେ ସବୁଠାରୁ ଅଧିକ ଓ୍ବିକେଟ୍ ନେଇଥିବା ଖେଳାଳିଙ୍କୁ ୧୦ ଲକ୍ଷ
ସିଜନରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳିଙ୍କୁ ୧୦ ଲକ୍ଷ
ପ୍ଲେୟର ଅଫ ସିଜିନ୍ ୧୦ ଲକ୍ଷ
ସିଜିନରେ ସବୁଠାରୁ ଅଧିକ ଛକା ମାରିଥିବା ଖେଳାଳିଙ୍କୁ ୧୦ ଲକ୍ଷ
ସର୍ବାଧିକ ଚୌକା ମାରିଥିବା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ
ଚଳିତ ବର୍ଷ ମୋଟ ୭୪ ଟି ମ୍ୟାଚ୍ ଖେଳାଯିବ। ଦେଶର ୧୩ଟି ସହରରେ ଖେଳାଯିବ ମ୍ୟାଚ୍। ଲକ୍ଷ୍ନୌ, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପାଟଣା, ଗୌହାଟି, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, କୋଲକାତା ଏବଂ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟ୍ଓ୍ୱର୍କରେ ଉପଲବବ୍ଧ।