Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ହାଇଦ୍ରାବାଦ-ରାଜସ୍ଥାନ, ଚେନ୍ନାଇ-ମୁମ୍ବାଇ ହେବେ ମୁହାଁମୁହିଁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହାଇଦ୍ରାବାଦ-ରାଜସ୍ଥାନ, ଚେନ୍ନାଇ-ମୁମ୍ବାଇ ହେବେ ମୁହାଁମୁହିଁ

ଆଇପିଏଲରେ ଆଜି ଯୁଗଳ ଲଢ଼େଇ । ହାଇଦ୍ରାବାଦ-ରାଜସ୍ଥାନ, ଚେନ୍ନାଇ-ମୁମ୍ବାଇ ହେବେ ମୁହାଁମୁହିଁ । ସନ୍‌ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଅପରାହ୍ଣ ୩ଟା ୩୦ରୁ ଖେଳାଯିବ । ସେହିପରୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ରାତି ୭ଟା ୩୦ରୁ ଖେଳାଯିବ । ଦୁଇଟି ଯାକ ହାଇପ୍ରୋଫାଇଲ୍ ମ୍ୟାଚ୍ ହୋଇଥିଲା ବେଳେ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ହାଇଦ୍ରାବାଦ ବିଜୟରୁ ତାର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ।


ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତିରେ ଦଳ ଏଥର ବିଜେତା ହେବା ଦୌଡ଼ରେ ସାମିଲ ‌ହୋ‌ଇପାରେ ବୋଲି ଆକଳନ କରାଯାଉଛି । ଅନ୍ୟପକ୍ଷରେ ଅଙ୍ଗୁଳିରେ ଆଘାତ ଲାଗିଥିବାରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗ ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଇବେ। ରାଜସ୍ଥାନ ପାଖରେ ମଧ୍ୟ ସିମରନ୍ ହେଟମାୟର, ଯଶସ୍ବୀ ଜୟସ୍ବାଲ, ଶିବମ ଦୁବେଙ୍କ ଭଳି ଖେଳାଳି ଅଛନ୍ତି। ସେହିଭଳି ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ହେଉଛନ୍ତି ଆଇପିଏଲ୍‌ର ଦୁଇ ଲୋକପ୍ରିୟ ଦଳ। ଏହି ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


ଗତକାଲି ଉଦଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଆରସିବି ଏବଂ କେକେଆର । ଆଇପିଏଲ୍ ୨୦୨୫ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ବେଙ୍ଗାଲୁରୁ । ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟ୍ ପରାସ୍ତ କରିଛି । ଫିଲିପ୍ସ ସଲ୍ଟ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୩.୪ ଓଭର ବଳକା ଥାଇ ୧୭୫ ରନର୍ ବିଜୟ ଲକ୍ଷ୍ୟକୁ ହାସଲ କରିଛି ଆରସିବି । ୧୭୪ ରନ୍ ବିଜୟ ଲକ୍ଷ୍ୟ ହାସଲ କରିବା ପାଇଁ ଓହ୍ଲାଇଥିବା ଆରସିବିକୁ ଦମଦାର ଆରମ୍ଭ ଦେଇଥିଲେ ଦୁଇ ଓପନର । ବିରାଟ କୋହଲି ଓ ଫିଲିପ୍ପ ସଲ୍ଟ ପାୱାର ପ୍ଲେ'ରେ ରନ୍ ବର୍ଷା କରିଥିଲେ । ତେବେ ଆଜିର ମ୍ୟାଚ ମଧ୍ୟ ଦମଦାର ହେବ ବୋଲି ଖେଳପ୍ରେମୀ ଆଶା ବ୍ୟକ୍ତ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
hree-key-player-battles-to-watch-out-for-ahead-of-chennai-super-kings-vs-mumbai-indians-match | Argus News