Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନେଦରଲାଣ୍ଡ ଆଗରେ ୪୧୧ରନର ବିଶାଳ ଲକ୍ଷ୍ୟ

Ritu Das
Browse all articles by Ritu Das
·2 years ago·1 min read
ନେଦରଲାଣ୍ଡ ଆଗରେ ୪୧୧ରନର ବିଶାଳ ଲକ୍ଷ୍ୟ

ଅର୍ଗସ ବ୍ୟୁରୋ: ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ୨୦୨୩ ବିଶ୍ବକପର ଅନ୍ତିମ ଲିଗ ତଥା ୪୫ତମ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ  କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରରେ ଭାରତର ବିଶାଳ ସ୍କୋର୍ । ଧୂଆଁଧାର୍ ବାଟିଂ କରି ନେଦରଲାଣ୍ଡକୁ 411 ରନର ଟାର୍ଗେଟ୍ ଦେଇଛି ଟିମ୍ ଇଣ୍ଡିଆ । ଶ୍ରେୟସ୍‌ ଆୟାର ଓ କେ.ଏଲ୍ ରାହୁଲଙ୍କ ଦମ୍‌ଦାର ଶତକ । ଶ୍ରେୟସ୍ 128 ରନ୍ କରି ଅପରାଜିତ ରହିଥିଲାବେଳେ 102 ରନ୍ କରିଥିଲେ ରାହୁଲ୍ । ସେହିପରି ରୋହିତ ଶର୍ମା, ଶୁଭମନ୍ ଗିଲ୍ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ । 

ତେବେ ଚଳିତ ବିଶ୍ବକପରେ ଭାରତ ୮ରୁ ୮ଟି ମ୍ୟାଚ୍‌ ଜିତି ଅପରାଜେୟ ଥିବାବେଳେ ନେଦରଲାଣ୍ଡ ୮ରୁ ୨ ବିଜୟ ସହ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନ‌ରେ ରହିଛି । ଅନ୍ୟପକ୍ଷେ ବିଶ୍ବକପ ଇତିହାସରେ ଭାରତ ଦ୍ବିତୀୟ ସର୍ବାଧିକ ଦଳୀୟ ସ୍କୋର କରିବାରେ ରେକର୍ଡ ହାସଲ କରିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Huge target | Argus News