Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚାନ୍ସ ଦେଲେନି ବୋଲି ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଲି

Ritu Das
Browse all articles by Ritu Das
·1 year ago·2 min read
ଚାନ୍ସ ଦେଲେନି ବୋଲି ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଲି

ଅର୍ଗସ ବ୍ୟୁରୋ: ଟିମ୍ ଇଣ୍ଡିଆର ଷ୍ଟାର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ।  ଲଗାତାର ଦଳରୁ ବାଦ୍ ପଡ଼ୁଥିବା ବେଳେ ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କିଛି ବର୍ଷ ହେଲା ତାଙ୍କୁ ପ୍ଲେଇଙ୍ଗ ୧୧ରେ ମଧ୍ୟ ଚାନ୍ସ ମିଳୁ ନ ଥିଲା। ଭାରତ ଛାଡ଼ି ଇଂଲଣ୍ଡକୁ ଯାଇ ଏବେ ସେ କ୍ରିକେଟ ଖେଳିବା ପାଇଁ ମନସ୍ଥ କରିଛନ୍ତି। ଇଂଲଣ୍ଡରେ ନର୍ଥମ୍ପଟନଶର ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳିବେ ବୋଲି ଜାଣିବାକୁ ମିଳିଛି । ଚଳିତ ସିଜନର ଦିନିକିଆ କପରେ କେଣ୍ଟ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବେ ଚହଲ । ଏହାପରେ ଶେଷ ୫ ଚମ୍ପିଆନସିପ୍ ଖେଳିବା ପାଇଁ ମଧ୍ୟ ସେ ଉପଲବ୍ଧ ରହିବେ ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ଚହଲ ୨୦୨୩ ମସିହାରେ ମଧ୍ୟ କେଣ୍ଟ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳିଥିଲେ । ନର୍ଥମ୍ପଟନଶର ଦଳର ମୁଖ୍ୟ କୋଚ୍ ଜନ୍ ସେଡଲର ଚହଲଙ୍କ ବୋଲିଂକୁ ନେଇ ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, “ୟୁଜବେନ୍ଦ୍ର ଚହଲ ହେଉଛନ୍ତି ଜଣେ ହାଇପ୍ରୋଫାଇଲ ବିଦେଶୀ ଖେଳାଳି । ତାଙ୍କ ପାଖରେ ଖୁବ ଦକ୍ଷତା ରହିଛି । ତାଙ୍କର ରେକର୍ଡ ହିଁ ଏସବୁର ପ୍ରମାଣ । ୱିକେଟରେ ତାଙ୍କ ଦକ୍ଷତା ଆମ ଦଳକୁ ଆହୁରି ମଜଭୁତ କରିବ।

ଇଣ୍ଟରନ୍ୟାସନାଲ କ୍ରିକେଟରେ ଚହଲଙ୍କ ପ୍ରଦର୍ଶନ ଉପରେ ଯଦି ଆପଣ ନଜର ପକାଇବେ ଏହା ଅତ୍ୟନ୍ତ ଚମତ୍କାର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୭୨ଟି ଦିନିକିଆ ଏବଂ ୮୦ଟି ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିଛନ୍ତି ଚହଲ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟେଷ୍ଟ ଦଳରେ ତାଙ୍କୁ ସାମିଲ କରାଯାଇ ନାହିଁ । ତେବେ ଦିନିକିଆରେ ୬୯ ଇନିଂସରୁ ୨୭.୧୩ ହାର ଏବଂ ୫.୨୬ ଇକୋନୋମୀ ସହ ଚହଲ ମୋଟ ୧୨୧ ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ଟି-୨୦ କ୍ରିକେଟରେ ମଧ୍ୟ ତାଙ୍କର ଦମଦାର ରେକର୍ଡ ରହିଛି । ୭୯ ଇନିଂସରୁ ୯୬ଟି ଶିକାର କରି ସେ ଖତରନାକ ବୋଲରଙ୍କ ତାଲିକାରେ ମଧ୍ୟ ସାମିଲ ରହିଛନ୍ତି । ତେବେ ଜଣେ ଭଲ ବୋଲରଙ୍କ କ୍ୟାରିୟର ଭାରତ ଟିମରୁ ଏକପ୍ରକାର ଶେଷ ହୋଇଯିବ ବୋଲି କୁହାଯାଉଛି। ତେବେ ଏହା ଶୁଣି ଫ୍ୟାନମାନେ ନିରାଶ ହୋଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
I decided | Argus News