ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ, ବ୍ୟାଟିଂ ନକରି ଆଉଟ ହେଲେ ମାଥ୍ୟୁସ

ଅର୍ଗସ ବ୍ୟୁରୋ: ଦିନିକିଆ କ୍ରିକେଟ୍ ବିଶ୍ୱକପର ୩୮ତମ ମ୍ୟାଚ୍ ସୋମବାର ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ ଏକ ବିରଳ ଘଟଣାରେ ଶ୍ରୀଲଙ୍କା ବ୍ୟାଟର ଆଞ୍ଜେଲୋ ମାଥ୍ୟୁସଙ୍କ ସହ ହୋଇଥିଲା। ଟାଇମ୍ ଆଉଟ୍ ଯୋଗୁଁ ଅମ୍ପାୟର ଆଉଟ୍ ଘୋଷଣା କରିଥିଲେ । ବିନା ବ୍ୟାଟିଂରେ ଆଉଟ ହୋଇଗଲେ ମାଥ୍ୟୁସ। କ୍ରିକେଟ୍ ପ୍ରେମୀ, ବିଶେଷଜ୍ଞ ଟାଇମ୍ ଆଉଟ୍ ନିୟମ ପଢିଛନ୍ତି, କିନ୍ତୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଛି । ମାଥ୍ୟୁସ୍ ମଧ୍ୟ ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିଲେ ଓ ସମୟ ପୂର୍ବରୁ ମୌଦାନକୁ ଆସିଥିଲେ ।
କିନ୍ତୁ କ୍ରିଜରେ ପହଞ୍ଚିବା ପୂର୍ବରୁ ସେ ନିଜ ହେଲ୍ମେଟ୍ର ଷ୍ଟ୍ରିପ୍ ଟାଇଟ୍ କରିବା ବେଳେ ତାହା ଛଡ଼ି ଯାଇଥିଲା । ଏହି କାରଣରୁ ମାଥ୍ୟୁସ କ୍ରିଜରେ ପହଞ୍ଚିବା ପୂର୍ବରୁ ନିଜ ସହ-ଖେଳାଳିଙ୍କ ଦ୍ୱାରା ଦ୍ୱିତୀୟ ହେଲ୍ମେଟ୍ ମଗାଇଥିଲେ । ସମୟ ବର୍ବାଦ ହେଉଥିବା ଦେଖି ବାଂଲାଦେଶ କ୍ରିକେଟ୍ ଟିମ୍ ଅମ୍ପାୟରଙ୍କୁ ଅଭିଯୋଗ କରିଥିଲେ । କ୍ରିକେଟ୍ ନିୟମ ଅନୁସାରେ ଯଦି କୌଣସି ଖେଳାଳି ଆଉଟ୍ ହେବା ପରେ ନୂଆ ବ୍ୟାଟର ତିନି ମିନିଟ୍ ଭିତରେ କ୍ରିଜରେ ନପହଞ୍ଚନ୍ତି ତେବେ ତାଙ୍କୁ ଟାଇମ୍ ଆଉଟ୍ ନିୟମ ଅନୁସାରେ ଆଉଟ୍ ଘୋଷଣା କରାଯିବ । ସକିବ୍ ଅଲ୍ ହସନଙ୍କ ଅପିଲ୍ ପରେ ଅମ୍ପାୟର ଆଞ୍ଜେଲୋ ମାଥ୍ୟୁସଙ୍କୁ ଆଉଟ୍ ଘୋଷଣା କରିଥିଲେ । ମାଥ୍ୟୁସ କ୍ରିଜରେ ନପହଞ୍ଚିବା କାରଣ ଅମ୍ପାୟରଙ୍କୁ ଜଣାଇଥିଲେ ମଧ୍ୟ ସେ ଶୁଣି ନଥିଲେ ।
ତେବେ ଏହା ପୂର୍ବରୁ ୨୦୦୭ କେପଟାଉନରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ଏହି ଅବସ୍ଥା ଉପୁଜିଥିଲା। ଦକ୍ଷି ଆଫ୍ରିକାର ଅଧିନାୟକ ଗ୍ରେମ ସ୍ମିଥ ଯଦି ଆବେଦନ କରିଥାନ୍ତେ, ତେବେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ୧୬ ପୂର୍ବେ ଟାଇମଡ ଆଉଟରେ ପ୍ରଥମ ଖେଳାଳି ହୋଇଥାନ୍ତେ। ଭାରତର ଓ୍ୱିକେଟପତନ ପରେ ସଚିନ ତେନ୍ଦୁଲକର ବ୍ୟାଟିଂ କରିବାକୁ ଯିବା କଥା। ଗାଙ୍ଗୁଲିଙ୍କ ଉପରେ ବ୍ୟାଟିଂ କରିବାର ଭାର ପଡିଥିଲା। ଏହି ସମୟରେ ଟ୍ରାକସୁଟରେ ଥିବା ଗାଙ୍ଗୁଲି ପ୍ରସ୍ତୁତ ହେବାକୁ ସମୟ ନେଇଥିଲେ। ଏପରିକି ୩ ମିନିଟ ପରେ ସେ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ଟାଇମଡ ଆଉଟ ଲାଗି ପ୍ରତିବପକ୍ଷ ଦଳର ଅଧିନାୟକ ସ୍ମିଥ ଆବେଦନ କରି ନଥିଲେ। ଫଳରେ ଗାଙ୍ଗୁଲି ପ୍ରଥମ ଖେଳାଳିଭାବେ ଏହି ଆଉଟ ହେବାରୁ ବର୍ତ୍ତିଯାଇଥିଲେ।
📱 Get Argus News App
✨
ଅଧିକ ପଢ଼ନ୍ତୁ ଖେଳ ଖବର: