Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କେବେବି ରୋହିତଙ୍କୁ ଏତେ ଭାବବିହ୍ବଳ ହେବା ମୁଁ ଦେଖି ନ ଥିଲି

Ritu Das
Browse all articles by Ritu Das
·2 years ago·2 min read
କେବେବି ରୋହିତଙ୍କୁ ଏତେ ଭାବବିହ୍ବଳ ହେବା ମୁଁ ଦେଖି ନ ଥିଲି

ଭାରତ ସାଉଥଆଫ୍ରିକାକୁ ହରାଇ ଟି-୨୦ ବିଶ୍ବକପ ଜିତିଲା। ଏବେବି ଇଣ୍ଟରନେଟରେ ଛାଇ ରହିଛି ଓ୍ବିନିଂ ମୋମେଣ୍ଟ। କାରଣ ବିଜୟ ସତରେ ଅବିଶ୍ବସନୀୟ ଥିଲା। ଖେଳାଳିମାନେ ସତରେ ବହୁ ଚେଷ୍ଟା କରିଥିଲେ। ଆଉ ଆଜି ସାରା ଭାରତବାସୀ ଖୁସି। ମ୍ୟାଚ ଦିନ ସମସ୍ତଙ୍କ ଆଖିରୁ ଖୁସିର ଲୁହ ଗଡ଼ି ଆସିଥିଲା। ଯେତେଥର ଦେଖିଲେ ବି ବିଶ୍ବକପ ମ୍ୟାଚ ଆଉ ଥରେ ଦେଖିବାକୁ ଇଚ୍ଛା ହେଉଛି। 

୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ବକପ୍‌ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଭାବବିହ୍ବଳ ହୋଇଯାଇଥିଲେ। ଖୁସିରେ ଆତ୍ମହରା ହୋଇଯାଇଥିଲେ। ବାର୍ବାଡୋସ୍‌ ପିଚ୍‌ର ମାଟିକୁ ଖାଇବାକୁ ମଧ୍ୟ ପଛାଇ ନଥିଲେ। ରୋହିତ କହିଥିଲେ ମୁଁ ବିଜୟର ସ୍ବାଦ ଚାଖୁଥିଲି। ଦିନରାତି ରୋହିତ ବିଜୟ ଉତ୍ସବ ପାଳିଥିଲେ। ୧୫ ବର୍ଷ ଧରି ରୋହିତଙ୍କ ସହ ବିରାଟ କୋହଲି ମଧ୍ୟ ଡ୍ରେସିଂ ରୁମ୍‌ ବାଣ୍ଟି ଆସୁଥିଲେ। କିନ୍ତୁ ଏଭଳି ଖୁସି ହେବା ମୁଁ ତାଙ୍କୁ କେବେ ଦେଖି ନ ଥିଲି ବୋଲି କୋହଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି।  

କେବେବି ରୋହିତଙ୍କୁ ଏତେ ଭାବବିହ୍ବଳ ହୋଇଥିବା କେହି କେବେ ଦେଖି ନ ଥିବେ। ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହୋଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୋହଲି ଏହା ଫ୍ୟାନମାନଙ୍କୁ କହିଥିଲେ। କୋହଲି ଆଉ ମଧ୍ୟ କହିଥି‌ଲେ, ଆମେ ଯେତେବେଳେ କେସିଙ୍ଗଟନ୍‌ ଓଭାଲ୍‌ର ପାହାଚ ଚଢୁଥିଲୁ, ରୋହିତ ଓ ମୋ ଆଖିରେ ଲୁହ ଆସିଯାଇଥିଲା। ରୋହିତ ମୋ ପାଖକୁ ଆସି ମୋତେ ହଗ କଲେ। ସେତେବଳେ ଆମେ ଦୁହେଁ ଖୁସିରେ ବହୁତ କାନ୍ଦିଛୁ। ରୋହିତ ଆଉ ମୋର ସମ୍ପର୍କ ଭାରି ନିବିଡ଼। ସେ ମୋତେ ସାନ ଭାଇ ଭଳି ଭଲ ପାଆନ୍ତି। ସତରେ ବିଜୟର ମୁହୁର୍ତ୍ତ ଆମ ଦୁହିଁଙ୍କ ପାଇଁ ସ୍ପେଶାଲ ମୋମେଣ୍ଟ ଥିଲା। ମୁମ୍ବାଇରେ ଫ୍ୟାନମାନଙ୍କ ସେଲିବ୍ରେଶନ ସବୁବେଳେ ମନେରହିବ। 

ବିଶ୍ବକପ୍‌ ଶେଷ ହେବା ପରେ ରୋହିତ ଓ କୋହଲିଙ୍କ ସହ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏହା ଉପରେ ସେ କହିଛନ୍ତି, ରୋହିତ ଓ ମୁଁ ଦଳର ଭାର ନିଜ କାନ୍ଧରେ ବୋହିଥିଲୁ ଓ ୱାଙ୍ଖଡ଼େକୁ ଟ୍ରଫି ଆଣିପାରିବା ଭଳି ଖୁସି ଆଉ କିଛି ହୋଇ ନ ପାରେ। ତେଣୁ ପରବର୍ତ୍ତୀ ପିଢ଼ିଙ୍କୁ ଏବେ ଦାୟିତ୍ବ ଗ୍ରହଣ କରିବା ସମୟ ଆସିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେତେବେଳେ ୨୦୧୧ରେ ଭାରତ ବିଶ୍ବବିଜେତା ହୋଇଥିଲା, ସେତେବେଳେ ଦଳର ବରିଷ୍ଠ ଖେଳାଳିଙ୍କ ଭାବାବେଗ ସହ ନିଜକୁ ଯୋଡ଼ି ପାରି ନଥିଲୁ। ସେମାନେ କାହିଁକି କାନ୍ଦୁଥିଲେ ମୁଁ ବୁଝିପାରୁ ନଥିଲି। ମୋ ପାଇଁ ତାହା କେବଳ ବିଶ୍ବକପ୍‌ ଜିତିବା ଏକ ସାଧାରଣ କଥା ଭଳି ଥିଲା। କିନ୍ତୁ ଏବେ feelings ସମ୍ପୂର୍ଣ୍ଣ ଅଲଗା। କେବଳ ମୁଁ ନୁହେଁ, ରୋହିତଙ୍କ ସହ ମଧ୍ୟ ଏତେ ଦିନଧରି ଖେଳି ଆସୁଛୁ ଓ ପୁଣି ଥରେ ବିଶ୍ବକପ୍‌ ଜିତିବା ପାଇଁ ଚେଷ୍ଟା କରିଆସୁଥିଲୁ। ଏଥିସହ ଭାରତକୁ ବିଶ୍ବକପ୍‌ ଜିତାଇବାରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ମଧ୍ୟ ବଡ଼ ଭୂମିକା ରହିଥିବା କୋହଲି କହିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 


 

Sponsored
I have never | Argus News