Asia Cup / ଏସିଆ କପ୍ରେ ଏକାଧିକ ନିୟମର ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି

Key Points
ଭାରତ ବିରୋଧରେ ଫେରାଦ ହେଉଥିଲା ପାକିସ୍ତାନ, ହେଲେ ଏବେ ବାଜି ନିଜ ଆଡ଼କୁ ଓଲଟି ପଡ଼ିଛି। ଏବେ ଆସିସି ଓଲଟି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରୁଛି।
ଭାରତ ବିରୋଧରେ ଫେରାଦ ହେଉଥିଲା ପାକିସ୍ତାନ, ହେଲେ ଏବେ ବାଜି ନିଜ ଆଡ଼କୁ ଓଲଟି ପଡ଼ିଛି। ଏବେ ଆସିସି ଓଲଟି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରୁଛି। ପିଟିଆଇର ରିପୋର୍ଟ ଅନୁଯାୟୀ, ବୁଧବାର ୟୁଏଇ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପ୍ରତିବନ୍ଧିତ କ୍ଷେତ୍ରର ଭିଡିଓ କରିବ ଭଳି ଏକାଧିକ ନିୟମର ଉଲ୍ଲଂଘନ କରିଥିଲା। ଏଥିପାଇଁ ଦଳ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି। ଏନେଇ ଆଇସିସି ସିଇଓ ସଞ୍ଜୋଗ ଗୁପ୍ତା ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ମେଲ୍ କରିଛନ୍ତି। ଏବଂ ଦଳ କରିଥିବା ସମସ୍ତ ତ୍ରୁଟିକୁ ଏହି ମେଲ୍ ମାଧ୍ୟମରେ ଦର୍ଶାଇ ଜବାବ ମାଗିଛନ୍ତି। ଭାରତ ସହିତ ମ୍ୟାଚ୍ ବେଳେ ଭାରତୀୟ କ୍ୟାପ୍ଟେନ୍ ପାକିସ୍ତାନ କ୍ୟାପଟେନ ସହିତ ହାତ ମିଳାଇ ନଥିଲେ।
ଏନେଇ ପାକିସ୍ତାନର ଏସିଆ କ୍ରିକେଟ କାଉନସିଲ ପାଖରେ ଫେରାଦ ହୋଇଥିଲା। ଏବଂ ମ୍ୟାଚ୍ ରେଫରିଙ୍କୁ ବିଦା କରିବାକୁ ଅଡ଼ି ବସିଥିଲା। ଏହାପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ସହ ସେମାନଙ୍କ ଦଳର ଆଲୋଚନା କରିଥିଲା। ଏହି ଆଲୋଚନା ବେଳର ଏକ ଭିଡିଓ ପୋଷ୍ଟ କରି ପାକିସ୍ତାନ ଦର୍ଶାଇଥିଲା ଯେ ହ୍ୟାଣ୍ଡସେକ୍ ନେଇ ହୋଇଥିବା ସମସ୍ୟାରେ ମ୍ୟାଚ୍ ରେଫରି ତାଙ୍କୁ କ୍ଷମା ମାଗୁଛନ୍ତି। ଏହି ମାମଲା ଆଇସିସି ପାଖରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବେ ପାକିସ୍ତାନ ଉପରେ ଖପ୍ପା ହୋଇଛି। ଏବଂ ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛି। ଆଇସିସି ମେଲ୍ରେ କହିଛି ଯେ ଟସ୍ ପୂର୍ବରୁ ପାଇକ୍ରଫ୍ଟ ଏହାର ମୁଖ୍ୟ ପ୍ରଶିକ୍ଷକ ମାଇକ୍ ହେସନ ଏବଂ ଅଧିନାୟକ ସଲମାନ ଅଲି ଆଗାଙ୍କ ମଧ୍ୟରେ ହୋଇଥିବା ବୈଠକର ଭିଡିଓ ବନାଇଭାକୁ ପାକିସ୍ତାନ ଏହାର ମିଡିଆ ପରିଚାଳକ ନଇମ ଗିଲାନିଙ୍କୁ ଅନୁମତି ଦେଇଥିବା ଆମେ ଜାଣିବାକୁ ପାଇଛୁ। ଏଥିରେ ନିୟମର ଉଲ୍ଲଂଘନ ହୋଇଛି। ଏପରି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମିଡିଆ ମ୍ୟାନେଜରଙ୍କୁ ବାରଣ କରାଯାଇଛି ବୋଲି ଆଇସିସି ସ୍ପଷ୍ଟ କରିଛି।
📱 Get Argus News App
✨Related Topics
Explore more stories