ICC Champions Trophy 2025: ଦମ୍ ଦେଖାଇଲା ଭାରତ, ଛକା ମାରି ଫାଇନାଲରେ କଲା ଏଣ୍ଟ୍ରି

ଜିତିଲା ଭାରତ । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଏଣ୍ଟ୍ରି କଲା ଟିମ ଇଣ୍ଡିଆ । ଦୁବାଇରେ ରୋହିତ ବାହିନୀର କଙ୍ଗାରୁ ଶିକାର । ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଭାରତ ବିଜୟରେ ବିରାଟ କୋହଲି ପୁଣି ହିରୋ । ୮୪ ରନର ଦମଦାର ଇଂନିସ ଖେଳିଲେ ବିରାଟ ।
ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଚାଲିଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ। ଷ୍ଟିଭେନ ସ୍ମିଥଙ୍କ ୭୩ ଏବଂ ଆଲେକ୍ସ କ୍ୟାରୀଙ୍କ ୬୧ ରନ ବଳରେ କଙ୍ଗାରୁ ଟିମ୍ ୨୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ, ଭାରତୀୟ ବୋଲିଂ ଆଟାକ୍ ସାମ୍ନାରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ମାତ୍ର ୨୬୪ ରନ୍ କରି ଅଲଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୭୩ ରନ୍ କରିଥିଲେ ।
୨୬୫ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ପକ୍ଷରୁ ବିରାଟଙ୍କ ବାଦ ରୋହିତ ଶର୍ମା ୨୮, ଶ୍ରେୟାର ଆୟର ୪୫, ଅକ୍ଷର ପଟେଲ ୨୭ ରନ, କେଏଲ ରାହୁଲ ୪୨, ପାଣ୍ଡ୍ୟା ୨୮ ରନର ଇଂନିସ ଖେଳିଥିଲେ। ହେଲେ ଦଳକୁ ସମ୍ଭାଳିଥିଲେ ବିରାଟ କୋହଲି । ତାପରେ ବିରାଟଙ୍କ ପରେ କେଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡିଆ ଦଳକୁ ସମ୍ଭାଳିଥିଲେ । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
📱 Get Argus News App
✨ତେବେ ୨୦୨୩ ନଭେମ୍ବର ୧୯ର ବିଶ୍ବକପ୍ ଫାଇନାଲ ପରାଜୟ ପ୍ରତିଶୋଧ ଚାମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ନେଇଛି ଟିମ ଇଣ୍ଡିଆ। ତେବେ ୨୦୧୧ ପରେ ପ୍ରଥମ ଥର ଲାଗି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଆଇସିସି ଟୁର୍ନାମେଣ୍ଟର ନକ୍ଆଉଟ୍ ମୁକାବିଲାରେ ପରାଜିତ କରିଛି।