Videos
|
Sports

Saliva Ban in Cricket / ବଲ୍‌ରେ ଲାଳ ବ୍ୟବହାର ଉପରୁ ହଟିବନି କଟକଣା… ଗିଲ୍‌ଙ୍କ ଦାବିକୁ ଝଟକା ଦେଲା ICC

Ritu Das
Browse all articles by Ritu Das
·1 hour ago·2 min read
ବଲ୍‌ରେ ଲାଳ ବ୍ୟବହାର ଉପରୁ ହଟିବନି କଟକଣା… ଗିଲ୍‌ଙ୍କ ଦାବିକୁ ଝଟକା ଦେଲା ICC
Cricket

Key Points

ଗିଲଙ୍କୁ ଲାଗିଲା ବଡ଼ ଝଟକା...ଦେଇଥିବା ପ୍ରସ୍ତାବକୁ ମାନିଲାନି ବସିସିଆଇ
"ବର୍ତ୍ତମାନ ଲାଳ ବ୍ୟବହାର ଉପରୁ କଟକଣା ହଟାଇବା ପାଇଁ ଆଇସିସିର କୌଣସି ଯୋଜନା ନାହିଁ
ୱେଲିଂଟନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୦ରେ ବଲ୍‌କୁ ଚମକାଇବା ପାଇଁ ଲାଳ ବ୍ୟବହାର ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଇଥିଲା। ପରେ ସେପ୍ଟେମ୍ବର ୨୦୨୨ରେ ଲାଳ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ବ୍ୟାଟର୍ଙ୍କ ଦବଦବା ରହିଥିଲା। ମ୍ୟାଚ ଡ୍ର’ ହେବା ପରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ବଲ୍‌ରେ ଲାଳ ବ୍ୟବହାର ଉପରୁ କଟକଣା ହଟାଇବା ନେଇ ବିଚାର କରିବାକୁ ମତ ଦେଇଥିଲେ।

ଏହାସହ ପଢ଼ନ୍ତୁ: ଗିଲ୍‌ଙ୍କୁ ପାଠ ପଢାଇଲେ ଅଜିଙ୍କ୍ୟ ରାହାଣେ; ଅଧିନାୟକଙ୍କୁ ଦେଲେ କଡ଼ା ଜବାବ

ୱେଲିଂଟନ ଟେଷ୍ଟ ପରେ ଭାରତୀୟ ଅଧିନାୟକ କହିଥିଲେ ଯେ କୁକାବୁରା ବଲ ବହୁତ ଶୀଘ୍ର ନରମ ହୋଇଯାଉଥିଲା। ଯଦି ଖେଳାଳିମାନେ ଲାଳ ବ୍ୟବହାର କରି ବଲକୁ ଚମକାଇ ପାରିବେ, ତେବେ ବ୍ୟାଟିଂ ଅନୁକୂଳ ପଚରେ ବୋଲରମାନଙ୍କୁ ସହାୟତା ମିଳିପାରିବ। ଏକ ରିପେୋଟର୍ଟ ଅନୁଯାୟୀ, "ବର୍ତ୍ତମାନ ଲାଳ ବ୍ୟବହାର ଉପରୁ କଟକଣା ହଟାଇବା ପାଇଁ ଆଇସିସିର କୌଣସି ଯୋଜନା ନାହିଁ। ଅର୍ଥାତ୍‌ ବଲ୍‌କୁ ଚମକାଇବା ପାଇଁ ଲାଳ ବ୍ୟବହାର ଉପରେ ଲାଗିଥିବା ନିଷେଧାଦେଶ ଏବେ ମଧ୍ୟ ଜାରି ରହିବ।"

ପ୍ରଥମ ଥର ପାଇଁ ୨୦୨୦ରେ କ୍ରିକେଟରେ ଲାଳ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ସେହି ସମୟରେ କୋଭିଡ ମହାମାରୀ ଯୋଗୁଁ ଖେଳାଳିଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ବଲ୍‌କୁ ଚମକାଇବା ପାଇଁ ଲାଳ ବ୍ୟବହାର ଉପରେ ନିଷେଧାଦେଶ ଲଗାଯାଇଥିଲା। ଏହାର ଦୁଇ ବର୍ଷ ପରେ ଏହି କଟକଣାକୁ ସ୍ଥାୟୀ ଭାବେ ଲାଗୁ କରାଯାଇଥିଲା। ଏହା ମେରିଲବୋନ କ୍ରିକେଟ କ୍ଲବ (MCC)ର ନିୟମ ଅନୁସାରେ କରାଯାଇଛି। ଏହି ନିୟମ ଅନୁଯାୟୀ, ଲାଳ ବ୍ୟବହାର ଦ୍ୱାରା ବଲ୍‌ର ସ୍ବଭାବରେ ପରିବର୍ତ୍ତନ କରାଯାଇପାରେ। ଏହା ମଧ୍ୟ କୁହାଯାଏ ଯେ, ଲାଳ ସହ ମିଠା, ଚୁଇଂଗମ ଏବଂ ମିଣ୍ଟ ମିଶିଲେ ବଲ୍‌ର ସ୍ବଭାବ ବଦଳିପାରେ। ଏଭଳି ବଲ ଟାମ୍ପରିଂ ଉପରେ ନଜର ରଖିବା ଅତ୍ୟନ୍ତ କଷ୍ଟକର। ଆଇସିସି ମଧ୍ୟ ଲାଳ ବ୍ୟବହାରକୁ ଖେଳାଳି ଏବଂ ମ୍ୟାଚ ଅଧିକାରୀଙ୍କ ପାଇଁ ଏକ ବିପଦ ଭାବେ ଦେଖୁଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: