Videos
|
Sports

ଆମେରିକାରେ ବିଶ୍ୱକପ ଆୟୋଜନ କରି କୋଟିକୋଟି ହରାଇଲା ଆଇସିସି !

Sangram Tripathy
Browse all articles by Sangram Tripathy
·2 years ago·1 min read
ଆମେରିକାରେ ବିଶ୍ୱକପ ଆୟୋଜନ କରି କୋଟିକୋଟି ହରାଇଲା ଆଇସିସି !

ଅର୍ଗସ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ୧୭ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ୍ ବାର୍ବଡସରେ ତ୍ରିରଙ୍ଗା ଉଡାଇସାରିଛି,ଆଗକୁ ଆସୁଛି ଚାମ୍ପିୟନ୍ସ ଟ୍ରଫି,ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ଆଇସିସି। କିନ୍ତୁ ଏହାରି ଭିତରେ ଏକ ରିପୋର୍ଟ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି,ଆମେରିକାରେ ବିଶ୍ୱକପ ଆୟୋଜନ କରି ୧୬୭ କୋଟି କୁଆଡେ ହରାଇଛି ଆଇସିସି।

 

ଆମେରିକାରେ କ୍ରିକେଟର ଲୋକପ୍ରିୟତା ବୃଦ୍ଧି କରିବାରେ ଆଇସିସି ଚେଷ୍ଟା କରିଥିଲେ ମଧ୍ୟ ସଫଳତା ହାସଲ କରିପାରି ନାହିଁ। ଆମେରିକାରେ ପ୍ରଥମଥର ଟି-୨୦ ବିଶ୍ୱକପର ଅନେକ  ଲିଗ୍‌ ମ୍ୟାଚ୍‌ ଆୟୋଜନ କରିଥିଲା ଆଇସିସି। ମ୍ୟାଚ୍‌ରୁ ଆଇସିସି ଆଶା ଅନୁସାରେ ଫଳ ପାଇନାହିଁ ଫଳରେ ଅନେକ କ୍ଷତି ସହିଥିବା ଜଣାପଡିଛି।  ଭାରତ-ପାକିସ୍ତାନ ମ୍ୟାଚ୍‌ ନ୍ୟୁୟର୍କରେ ଆୟୋଜନ କରାଯାଇଥିଲା କିନ୍ତୁ ଏହି ସବୁ ମ୍ୟାଚରୁ ଆଇସିସି ଯେତିକି ଆର୍ଥିକ ଲାଭ ପାଇବା କଥା ପାଇନଥିଲା। ଆଶା ଠାରୁ କମ ଟିକେଟ ବିକ୍ରି ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଆମେରିକାରେ ଆଇସିସିକୁ ଲଜିଷ୍ଟିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ଏଥିସହ ଅପରେସନାଲ ଖର୍ଚ୍ଚ ମଧ୍ୟ ଅଧିକ ରହିଥିଲା। ବର୍ଷା ଯୋଗୁ ଅଧିକାଂଶ ମ୍ୟାଚ୍‌ ବାତିଲ ହୋଇଥିଲା। ୨୨ ତାରିଖ ଯାଏ କଲମ୍ବୋରେ ଆଇସିସିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଆର୍ଥିକ କ୍ଷତିର ସମ୍ପର୍କରେ ହୋଇପାରେ ଆଲୋଚନା। 

ICC lost millions by hosting the World Cup in America! | Argus News