Videos
|
Sports

ICC Suspension / ବାଂଲାଦେଶକୁ ବ୍ୟାନ କରିବ ICC ? ସରକାରକୁ ଦେଲେ ଚେତାବନୀ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ବାଂଲାଦେଶକୁ ବ୍ୟାନ କରିବ ICC ? ସରକାରକୁ ଦେଲେ ଚେତାବନୀ
ICC Suspension

Key Points

ବାଂଲାଦେଶକୁ ବ୍ୟାନ କରିବ ICC?
ସରକାରକୁ ଦେଲେ ଚେତାବନୀ
ବାଂଲାଦେଶକୁ ବ୍ୟାନ କରିବ ICC। ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। କ୍ରିକେଟ୍‌ ବୋର୍ଡ ଉପରେ ପଡ଼ିଛି ବଡ଼ ସଙ୍କଟ। ବାଂଲାଦେଶ କ୍ରିକେଟ ବୋର୍ଡ (BCB) କିଛି ସମୟ ଧରି ଚର୍ଚ୍ଚାରେ ରହିଛି। ଏହା ସମ୍ପ୍ରତି T20 ବିଶ୍ୱକପ୍ ପାଇଁ ଭାରତକୁ ତାର ଦଳ ପଠାଇବାକୁ ମନା କରି ଏକ ବଡ଼ ବିବାଦ ସୃଷ୍ଟି କରିଥିଲା। କିନ୍ତୁ ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ବୋର୍ଡ ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା, କିମ୍ବା ବୋର୍ଡ କୌଣସି ପ୍ରତିକୂଳ ପରିଣାମ ଭୋଗିନଥିଲା। ଏହି ବିବାଦ ଏବେ ବାଙ୍ଗ୍ଲାଦେଶ କ୍ରିକେଟ୍‌ରେ ହଙ୍ଗାମା ସୃଷ୍ଟି କରିଛି ଏବଂ ଯଦି ସମସ୍ୟାର ସମାଧାନ ଶୀଘ୍ର ନ ହୁଏ, ତେବେ ଆଗାମୀ ଦିନରେ ICC ପକ୍ଷରୁ କଠୋର ପଦକ୍ଷେପ ନିଆଯାଇପାରେ।

BCB ର ଭୟ ହେଉଛି ଯଦି ସରକାରୀ ହସ୍ତକ୍ଷେପ ଜାରି ରହେ, ତେବେ ICC ବାଙ୍ଗ୍ଲାଦେଶ କ୍ରିକେଟ୍‌କୁ ବ୍ୟାନ୍ କରିପାରେ। ଏହା ପୂର୍ବରୁ ସରକାରୀ ହସ୍ତକ୍ଷେପ ଅଭିଯୋଗରେ ଅନେକ କ୍ରିକେଟ୍ ବୋର୍ଡ ଯେପରିକି ଜିମ୍ବାୱେ ଏବଂ ଶ୍ରୀଲଙ୍କା ସମେତ ଅନେକ ଦେଶ ଉପରେ ICC କାର୍ଯ୍ୟାନୁଷ୍ଠାନ ନେଇଥିଲା।BCB ଦାବି କରିଛି ଯେ ବୋର୍ଡ ଏକ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସଂସ୍ଥା ଏବଂ ଏହାର କାର୍ଯ୍ୟରେ ଯେକୌଣସି ବାହ୍ୟ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ବୋର୍ଡ ଏହି ତଦନ୍ତ କମିଟିକୁ ତୁରନ୍ତ ଭଙ୍ଗ କରିବାକୁ ମଧ୍ୟ ଦାବି କରିଛି।

ଏହି ମଧ୍ୟରେ ପୂର୍ବତନ କପ୍ତାନ ତମିମ ଇକୱାଲ ମଧ୍ୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ ନିର୍ବାଚନ ପୂର୍ବରୁ କିଛି ଜିଲ୍ଲାର କାଉନସିଲରମାନଙ୍କୁ ପରିବର୍ତ୍ତନ କରିବାକୁ ଚେଷ୍ଟା ହୋଇଥିଲା। ଏହି ବିବାଦର ମୂଳ କାରଣ 2025 ଅକ୍ଟୋବରରେ ହୋଇଥିବା BCB ନିର୍ବାଚନ। ସେଥିରେ ଅମିନୁଲ ଇସଲାମଙ୍କୁ ପୁନଃ ସଭାପତି ଭାବେ ଚୟନିତ କରାଯାଇଥିଲା। ପରେ ବାଂଲାଦେଶର କ୍ରୀଡ଼ା ମନ୍ତ୍ରଣାଳୟ 11 ମାର୍ଚ୍ଚ 2026 ରେ ପାଞ୍ଚ ସଦସ୍ୟ ବିଶିଷ୍ଟ ଏକ ତଦନ୍ତ କମିଟି ଗଠନ କରିଥିଲା।

ଏଥିସହ ପଢ଼ନ୍ତୁ: ସ୍ୱାମୀ ଦେଲା ଧୋକା: ଭଡ଼ାରେ ସ୍ୱାମୀଙ୍କୁ ଲଗେଇଦେଲା ସ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କମିଟିକୁ ନିର୍ବାଚନରେ ହୋଇଥିବା ଅଭିଯୋଗ ଓ କଥିତ ଅନିୟମିତତାର ତଦନ୍ତ ପାଇଁ 15 ଦିନ ସମୟ ଦିଆଯାଇଛି।ହେଲେ ବାଙ୍ଗ୍ଲାଦେଶ କ୍ରିକେଟ୍‌ରେ ଏବେ ନୂଆ ବିବାଦ ସାମ୍ନାକୁ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ ଅର୍ଥାତ୍ BCB ସରକାରକୁ କଡ଼ା ସତର୍କବାଣୀ ଦେଇ କହିଛି ଯେ, ବୋର୍ଡର ଅଭ୍ୟନ୍ତରୀଣ କାର୍ଯ୍ୟକଳାପରେ କୌଣସି ପ୍ରକାର ହସ୍ତକ୍ଷେପ କରାଯିବ ନାହିଁ।

ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories