Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି

ଅର୍ଗସ ବ୍ୟୁରୋ:  ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି । ଆଜି ବସିଥିବା ବୈଠକରେ କୌଣସି ସମାଧାନ ବାହାରି ପାରିନାହିଁ । ଆସନ୍ତାକାଲି ପୁଣିଥରେ ହେବ ଆଇସିସି ବୈଠକ ।  ପାକିସ୍ତାନ ହାଇବ୍ରିଡ୍ ମଡେଲକୁ ବିରୋଧ କରୁଥିବାବେଳେ ଆଇସିସି ଓ ବିସିସିଆଇ ଏହି ମଡେଲକୁ ସମର୍ଥନ କରୁଛନ୍ତି। ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉ ବୋଲି ପାକିସ୍ତାନ ଚାହୁଁନାହିଁ । ପାକିସ୍ତାନରେ ସବୁ ମ୍ୟାଚ ଆୟୋଜନ ପାଇଁ ଜିଦ କରିଛି ପାକିସ୍ତାନ । 

ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲରେ ରାଜି ନ ହୁଏ, ତେବେ ଆଇସିସି ପାଖରେ ବହୁତ କମ୍ ବିକଳ୍ପ ରହିବ। ପାକିସ୍ତାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ସାମିଲ ହେବ ନାହିଁ ବୋଲି BCCI ସ୍ପଷ୍ଟ କରିସାରିଛି । ଏହାବ୍ୟତୀତ ଅନ୍ୟ ବିକଳ୍ପ ହେଉଛି ଟୁର୍ଣ୍ଣାମେଣ୍ଟକୁ ବାହାରକୁ ସ୍ଥାନାନ୍ତର କରିବା କିମ୍ବା ପାକିସ୍ତାନ ବିନା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା । ଏପରି ଅଚଳାବସ୍ଥା ଲାଗି ରହିଥିବାବେଳେ ଆସନ୍ତାକାଲି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICC meeting continues to be in a stalemate over Champions Trophy | Argus News