Pakistan / ବଦଳିଗଲା କାହାଣୀରେ ମୋଡ଼, ଚାପରେ ପଡ଼ି ବାଂଲାଦେଶ ଯିବ ପାକ୍...
·7 months ago·2 min read

Key Points
ବଦଳିଗଲା କାହାଣୀରେ ମୋଡ଼
ICCର ପ୍ଲାନ-B
ICCର ପ୍ଲାନ-B
ପୁଣି ଆସିଲା ବଡ଼ ଖବର। ବଦଳିଗଲା କାହାଣୀରେ ମୋଡ଼। ICCର ପ୍ଲାନ-B। ଯାହା ଶୁଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଆରମ୍ଭ ହେବା ପୂର୍ବରୁ ହିଁ ବିବାଦରେ ଫସିଯାଇଥିବା T20 ବିଶ୍ଵକପ୍ ୨୦୨୬ରେ ଏବେ ପୁଣି ଏକ ନୂଆ ମୋଡ଼ ଆସିଛି । ଏପଟେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ହଟିଯିବାର ଧମକ ଦେଉଥିବାବେଳେ, ଅନ୍ୟପଟେ ICC ପ୍ଲାନ୍–B ପ୍ରସ୍ତୁତ କରିସାରିଛି। ମିଳିଥିବା ସୂତ୍ର ଅନୁସାରେ, ଯଦି ପାକିସ୍ତାନ T20 ବିଶ୍ଵକପରୁ ନିଜକୁ ହଟାଇନିଏ, ତେବେ ଗ୍ରୁପ–A ରେ ତାଙ୍କ ସ୍ଥାନରେ ବାଂଲାଦେଶକୁ ଖେଳିବାର ସୁଯୋଗ ଦିଆଯିବ। ଏହି ପରିସ୍ଥିତିରେ ବାଂଲାଦେଶର ଦାବି ଅନୁସାରେ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ ।
ସୂତ୍ରମାନଙ୍କ ମତାନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପରିସ୍ଥିତି ବିଷୟରେ ଜଣାଯାଇଛି। ଏଥିରେ, T20 ୱାର୍ଲ୍ଡ କପ ପାଇଁ ଟିମ୍ ନ ପଠାଇବା କିମ୍ବା ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ୧୫ ଫେବୃଆରୀରେ ଭାରତ ବିରୋଧରେ ମ୍ୟାଚ୍ ବହିଷ୍କାର କରିବା । ତେବେ କହିରଖୁଛୁ ଯେ, ପାକିସ୍ତାନ ୭ ଫେବୃଆରୀରେ କୋଲମ୍ବୋରେ ନେଦରଲ୍ୟାଣ୍ଡ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବ। ତାପରେ ତାଙ୍କର ମ୍ୟାଚ୍ ଆମେରିକା (୧୦ ଫେବୃଆରୀ), ଭାରତ (୧୫ ଫେବୃଆରୀ) ଏବଂ ନାମିବିଆ (୧୮ଫେବୃଆରୀ) ବିରୋଧରେ ହେବ।ICC ର ଏହି ପଦକ୍ଷେପରେ ବିନା କୌଣସି ଦ୍ଵନ୍ଦରେ ବାଂଲାଦେଶକୁ ତାର ଦାବି ରଖିବାର ସୁଯିଗ ମିଳିଯିବ ।
ସୁରକ୍ଷା କାରଣ ଦେଖାଇ ବାଂଲାଦେଶ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବାରେ ସଫଳ ହେବ ଏବଂ ସେହି ସମୟରେ ICC କୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ସାମ୍ନାରେ ନତମସ୍ତକ ହେବାକୁ ପଡ଼ିବ ନାହିଁ। ୨୪ ଜାନୁଆରୀରେ ସୁରକ୍ଷା କାରଣ ଦେଖାଇ ଭାରତରେ ମ୍ୟାଚ୍ ଖେଳିବାକୁ ଅସ୍ୱୀକାର କରିବା ପରେ, ICC ଗ୍ରୁପ–C ରେ ବାଂଲାଦେଶର ସ୍ଥାନରେ ସ୍କଟଲ୍ୟାଣ୍ଡକୁ ସାମିଲ କରିଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ଚେୟାରମ୍ୟାନ୍ ମୋହସିନ୍ ନକଭି ସୋମବାର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସହ ବୈଠକ ପରେ କହିଛନ୍ତି ଯେ, ବୋର୍ଡ T20 ବିଶ୍ଵକପ୍ରେ ଭାଗ ନେବା ନେଇ ଶୁକ୍ରବାର କିମ୍ବା ଆସନ୍ତା ସୋମବାର ଅନ୍ତିମ ନିଷ୍ପତ୍ତି ନେବ।
ପାକିସ୍ତାନ ୭ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା T20 ବିଶ୍ଵକପରେ ନିଜର ଭାଗିଦାରୀ ନେଇ ଅନ୍ତିମ ସିଦ୍ଧାନ୍ତ ଶୁକ୍ରବାର ଭିତରେ ଜଣାଇବ । ଏଥିସହ, ପାକିସ୍ତାନ ଭାରତ ବିରୋଧରେ ହେବାକୁ ଥିବା ମ୍ୟାଚ୍କୁ ବହିଷ୍କାର କରିବା ବିଚାର ମଧ୍ୟ କରୁଛି। ସେପଟେ ନକଭି ଟ୍ୱିଟ୍ କରି କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ଆଲୋଚନା ହୋଇଛି ଏବଂ ICC ସମ୍ପର୍କିତ ସମସ୍ତ ବିକଳ୍ପ ଉପରେ ବିଚାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତିମ ସିଦ୍ଧାନ୍ତ ଶୁକ୍ରବାର କିମ୍ବା ସୋମବାର ନିଆଯିବ।”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories