Cricket World Cup / କ୍ରିକେଟ୍ ଉପରେ ଆମେରିକା-ଇରାନ ଯୁଦ୍ଧର ପ୍ରଭାବ; କ୍ରିକେଟ୍ ବିଶ୍ଵକପ୍ର ୬ ମ୍ୟାଚ୍ ଘୁଞ୍ଚାଇଲା ICC
·4 months ago·2 min read

Key Points
ଆମେରିକା-ଇସ୍ରାଏଲ୍ ଓ ଇରାନ ଯୁଦ୍ଧର ପ୍ରଭାବ କ୍ରିକେଟ୍ ଉପରେ ପଡ଼ିଛି । ସୁରକ୍ଷା ସ୍ଥିତିକୁ ଦେଖି ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍ ଲିଗ୍-୨ର ୬ଟି ମ୍ୟାଚ୍କୁ ବର୍ତ୍ତମାନ ପାଇଁ ଘୁଞ୍ଚାଇ ଦେଇଛି ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଆମେରିକା-ଇସ୍ରାଏଲ୍ ଓ ଇରାନ ଯୁଦ୍ଧର ପ୍ରଭାବ କ୍ରିକେଟ୍ ଉପରେ ପଡ଼ିଛି । ସୁରକ୍ଷା ସ୍ଥିତିକୁ ଦେଖି ଆଇସିସି (ICC) ପୁରୁଷ କ୍ରିକେଟ୍ ବିଶ୍ଵକପ୍ ଲିଗ୍ (CWC)-୨ର ୬ଟି ମ୍ୟାଚ୍କୁ ବର୍ତ୍ତମାନ ପାଇଁ ଘୁଞ୍ଚାଇ ଦେଇଛି ।
ଏହି ମ୍ୟାଚ୍ ନେପାଳର ରାଜଧାନୀ କାଠମାଣ୍ଡୁର କୀର୍ତ୍ତିପୁର ସ୍ଥିତ ତ୍ରିଭୁବନ ବିଶ୍ଵବିଦ୍ୟାଳୟ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳା ଯାଇଥାନ୍ତା । ଯେଉଁଠି ନେପାଳ, ଓମାନ ଓ ୟୁଏଇ ମଧ୍ୟରେ ତ୍ରି-ପାକ୍ଷିକ ସିରିଜ୍ ମାର୍ଚ୍ଚ ୧୦ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ଥିତିକୁ ଦେଖି ଆୟୋଜକ ସୁରକ୍ଷା କାରଣ ଦର୍ଶାଇ ସିରିଜ୍କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ସଞ୍ଜୁଙ୍କ ଉପରେ ICC ଛାଟ.... ଜିତିବା ପରେ ହେଲମେଟ ଫିଙ୍ଗିଥିବାରୁ କଣ ବଡ଼ ମ୍ୟାଚରୁ ହୋଇଯିବେ ବ୍ୟାନ?
ଏନେଇ ନେପାଳ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୋସିଆଲ୍ ମିଡିଆରେ ସ୍ପଷ୍ଟ କରାଯାଇଛି । ନେପାଳ ବୋର୍ଡ ଅନୁସାରେ, ଆଇସିସି ପକ୍ଷରୁ ଅଂଶଗ୍ରହଣ କରିବାକୁ ଥିବା କ୍ରିକେଟ୍ ବୋର୍ଡ ସହ ଚର୍ଚ୍ଚା ଆଲୋଚନା ପରେ ମ୍ୟାଚ୍ର ନୂଆ ତାରିଖ ଘୋଷଣା କରାଯାଇ ପାରିବ ।
ଆହୁରି କୁହାଯାଇଛି, "ମଧ୍ୟପ୍ରାଚ୍ୟର ବର୍ତ୍ତମାନ ସ୍ଥିତିକୁ ଦେଖି କାଠମାଣ୍ଡୁରେ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ କ୍ରିକେଟ୍ ୱାର୍ଲ୍ଡ କପ୍ ଲିଗ୍-୨ର ମ୍ୟାଚ୍କୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଉଛି । ଆଗକୁ ଆଲୋଚନା ପରେ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ।"
CWC ଲିଗ୍-୨ ଆଗାମୀ ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ହେବାକୁ ଥିବା ଦିନିକିଆ ବିଶ୍ଵକପ୍-୨୦୨୭ ପାଇଁ କ୍ଵାଲିଫାଏ କରିବାର ପ୍ରମୁଖ ରାସ୍ତା । ୮ଟି ଟିମ୍କୁ ନେଇ ଏହି ଲିଗ୍ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଚାଲେ ।
ଲିଗ୍ ପର୍ଯ୍ୟାୟ ସରିବା ପରେ ଶ୍ରେଷ୍ଠ ୪ଟି ଦଳକୁ ନେଇ ୧୦ ଟିମ୍ ବିଶ୍ଵକପ୍ କ୍ଵାଲିଫାୟରରେ ସ୍ଥାନ ପାଆନ୍ତି । ଏହି ତ୍ରି-ପାକ୍ଷିକ ମୁକାବିଲାରେ ନେପାଳ, ଓମାନ ଓ ୟୁଏଇ ମଧ୍ୟରେ ମୋଟ ୬ଟି ମ୍ୟାଚ୍ ଖେଳାଯିବାର ଥିଲା । ଇରାନ ଯୁଦ୍ଧ ପାଇଁ ମ୍ୟାଚ୍ ଗୁଡ଼ିକ ପ୍ରଭାବିତ ହୋଇଛି ।
ଏଥିସହ ପଢ଼ନ୍ତୁ: ଖରାପ ଫର୍ମ ପାଇଁ ଟି-୨୦ରୁ ଅବସର ନେଲେ କି ବାବର ଆଜମ?
ଲିଗ୍-୨ର ଆଗାମୀ ରାଉଣ୍ଡ ମୁକାବିଲା ଏପ୍ରିଲ୍ ଆରମ୍ଭରେ ଖେଳାଯିବାର ଅଛି । ଯେଉଁଥିରେ ସ୍କଟଲାଣ୍ଡ, ଓମାନ ଓ ନାମିବିଆ ଟିମ୍ ମୁହାଁମୁହିଁ ହେବେ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ପାଇଁ କେବଳ କ୍ରିକେଟ ନୁହେଁ ଅନ୍ୟ ଖେଳ ମଧ୍ୟ ପ୍ରଭାବିତ ହୋଇଛି ।
ଫୁଟବଲ୍ର ଅନେକ ଲିଗ୍ ମ୍ୟାଚ୍ ସ୍ଥଗିତ ରହିଛି । ବିମାନ ସେବା ବାଧାପ୍ରାପ୍ତ ହେବାରୁ ଅନେକ ଭାରତୀୟ ଆଥଲେଟ୍ ଭିନ୍ନ ଭିନ୍ନ ବିମାନବନ୍ଦରରେ ଫସିଛନ୍ତି । ଦୁଇଥରର ଅଲିମ୍ପିକ ବିଜେତା ବ୍ଯାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଦୁବାଇରେ ଫସିଥିଲେ, ଏବେ ଭାରତ ସୁରକ୍ଷିତ ଫେରିଛନ୍ତି ।

Notice: CWC League 2 Matches Postponed
— CAN (@CricketNep) March 4, 2026
In light of the current situation in the Middle East, the CWC League 2 matches scheduled to begin on March 10 in Kathmandu have been postponed until further notice.
The affected fixtures include the matches involving Oman, UAE, and Nepal.…
ଆହୁରି କୁହାଯାଇଛି, "ମଧ୍ୟପ୍ରାଚ୍ୟର ବର୍ତ୍ତମାନ ସ୍ଥିତିକୁ ଦେଖି କାଠମାଣ୍ଡୁରେ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ କ୍ରିକେଟ୍ ୱାର୍ଲ୍ଡ କପ୍ ଲିଗ୍-୨ର ମ୍ୟାଚ୍କୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଉଛି । ଆଗକୁ ଆଲୋଚନା ପରେ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ।"
CWC ଲିଗ୍-୨ ଆଗାମୀ ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ହେବାକୁ ଥିବା ଦିନିକିଆ ବିଶ୍ଵକପ୍-୨୦୨୭ ପାଇଁ କ୍ଵାଲିଫାଏ କରିବାର ପ୍ରମୁଖ ରାସ୍ତା । ୮ଟି ଟିମ୍କୁ ନେଇ ଏହି ଲିଗ୍ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଚାଲେ ।
ଲିଗ୍ ପର୍ଯ୍ୟାୟ ସରିବା ପରେ ଶ୍ରେଷ୍ଠ ୪ଟି ଦଳକୁ ନେଇ ୧୦ ଟିମ୍ ବିଶ୍ଵକପ୍ କ୍ଵାଲିଫାୟରରେ ସ୍ଥାନ ପାଆନ୍ତି । ଏହି ତ୍ରି-ପାକ୍ଷିକ ମୁକାବିଲାରେ ନେପାଳ, ଓମାନ ଓ ୟୁଏଇ ମଧ୍ୟରେ ମୋଟ ୬ଟି ମ୍ୟାଚ୍ ଖେଳାଯିବାର ଥିଲା । ଇରାନ ଯୁଦ୍ଧ ପାଇଁ ମ୍ୟାଚ୍ ଗୁଡ଼ିକ ପ୍ରଭାବିତ ହୋଇଛି ।
ଏଥିସହ ପଢ଼ନ୍ତୁ: ଖରାପ ଫର୍ମ ପାଇଁ ଟି-୨୦ରୁ ଅବସର ନେଲେ କି ବାବର ଆଜମ?
ଲିଗ୍-୨ର ଆଗାମୀ ରାଉଣ୍ଡ ମୁକାବିଲା ଏପ୍ରିଲ୍ ଆରମ୍ଭରେ ଖେଳାଯିବାର ଅଛି । ଯେଉଁଥିରେ ସ୍କଟଲାଣ୍ଡ, ଓମାନ ଓ ନାମିବିଆ ଟିମ୍ ମୁହାଁମୁହିଁ ହେବେ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ପାଇଁ କେବଳ କ୍ରିକେଟ ନୁହେଁ ଅନ୍ୟ ଖେଳ ମଧ୍ୟ ପ୍ରଭାବିତ ହୋଇଛି ।
ଫୁଟବଲ୍ର ଅନେକ ଲିଗ୍ ମ୍ୟାଚ୍ ସ୍ଥଗିତ ରହିଛି । ବିମାନ ସେବା ବାଧାପ୍ରାପ୍ତ ହେବାରୁ ଅନେକ ଭାରତୀୟ ଆଥଲେଟ୍ ଭିନ୍ନ ଭିନ୍ନ ବିମାନବନ୍ଦରରେ ଫସିଛନ୍ତି । ଦୁଇଥରର ଅଲିମ୍ପିକ ବିଜେତା ବ୍ଯାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଦୁବାଇରେ ଫସିଥିଲେ, ଏବେ ଭାରତ ସୁରକ୍ଷିତ ଫେରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories