ICC ରାକିଂ; ଟପ୍ ୧୦ରେ ଯଶସ୍ୱୀ ଜଏସ୍ୱାଲ

ଅଗର୍ସ ବ୍ୟୁରୋ:ଆଇସିସି ଜାରି କରିଛି ନୂଆ ରାକିଂ ଲିଷ୍ଟ, ଟପ୍ ୧୦ରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲଙ୍କ ଏଣ୍ଟ୍ରି ହୋଇଛି। ବର୍ତ୍ତମାନ ଆଇସିସି ଟି-୨୦ ରାକିଂରେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ଯଶସ୍ୱୀ । ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଷ୍ଟାର ଓପନର ଯଶସ୍ୱୀ ଦମଦାର ବ୍ୟାଟିଂ କରି ମୋଟ ୧୪୧ ରନ୍ ସଂଗ୍ରହ କରିଥିଲେ ।
ତାଲିକାର ଟପ୍-୧୦ ଭାରତର ୩ ଜଣ ଖେଳାଳି ସାମିଲ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଥିବା ବେଳେ ଷଷ୍ଠରେ ଯଶସ୍ୱ ଜଏସ୍ୱାଲ ଏବଂ ଅଷ୍ଟମରେ ଋତୁରାଜ ଗାଏକ୍ୱାଡ ରହିଛନ୍ତି । ଏହାବ୍ୟତୀତ ଜିମ୍ବାୱେ ବିପକ୍ଷରେ ନେତୃତ୍ୱ ନେଇଥିବା ଶୁଭମନ ଗିଲ୍ ସିରିଜରେ ସର୍ବାଧିକ ସ୍କୋର କରିଛନ୍ତି । ୫ଟି ଇନିଂସରେ ୧୭୦ ରନ୍ କରିବା ପରେ ଗିଲ୍ ୩୬ ସ୍ଥାନ ଉପରକୁ ଚଢି ବର୍ତ୍ତମାନ ୩୭ ନମ୍ବରରେ ପହଞ୍ଚିଛନ୍ତି ।
📱 Get Argus News App
✨ଏହି ସ୍ଥାନରେ ପହଞ୍ଚିବାରେ ଗିଲ୍ ଭାରତର ଚତୁର୍ଥ ଖେଳାଳି ପାଲଟିଛନ୍ତି । ବର୍ତ୍ତମାନ ଟି-୨୦ ଫର୍ମାଟରେ ବେଶ୍ ଫାଇଦା ହାସଲ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ ଏବଂ ଗିଲ୍ ।