India vs Bangladesh / ICC ଦେଲା ଶକ୍ତ ଝଟକା: ମ୍ୟାଚ୍ ଖେଳିବାର ଅଛି ତ ଭାରତ ଆସ

Key Points
ଟି-ଟ୍ବେଣ୍ଟି ବିଶ୍ବକପ୍ ଖେଳିବାକୁ ବାଂଲାଦେଶକୁ ଭାରତ ଆସିବାକୁ ପଡ଼ିବ ।
ଭାରତ ବାହାରେ ମ୍ୟାଚ କରାଇବା ଅନୁରୋଧକୁ ICCର ଖାରଜ ।
ବାଂଲାଦେଶ କ୍ରିକେଟ ବୋର୍ଡ(BCB)ର ଅନୁରୋଧକୁ ICCର ଖାରଜ । ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବାକୁ ବାଂଲାଦେଶକୁ ଭାରତ ଆସିବାକୁ ପଡ଼ିବ । ଭାରତ ବାହାରେ ମ୍ୟାଚ କରାଇବା ଅନୁରୋଧକୁ ICCର ଖାରଜ କରିଛି । ମ୍ୟାଚ ଭାରତ ବାହାରେ କରିବାକୁ ଅନୁରୋଧ କରିଥିଲା BCB ।
ସୂଚନାନୁଯାୟୀ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ICC। ଭାରତ-ବାଂଲା ମଧ୍ୟରେ ଥିବା ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଜାତୀୟ ଦଳକୁ ଟି-୨୦ ବିଶ୍ଵକପ ପାଇଁ ଭାରତ ପଠାଇବାକୁ ନିରାପଦ ମନେ କରୁନାହିଁ । ତେଣୁ ଭାରତରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା BCB, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ନେଇ କୁହାଯାଉଛି । ତେବେ ଏନେଇ ଆଇସିସି ପକ୍ଷରୁ ଅଧିକାରୀକ ଭାବେ କିଛି ବି କୁହାଯାଇନାହିଁ ।
ବାଂଲା କ୍ରିକେଟରଙ୍କୁ ବିଦା କରାଯିବା ପରେ ଭାରତଠାରୁ ପ୍ରତିଶୋଧ ନେଇଥିଲା ବାଂଲାଦେଶ। ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିଦା କରିବା ପରେ ବାଂଲାଦେଶ ସରକାର ବଡ଼ ନିଷ୍ପତ୍ତି ନେଇଥିଲେ । ସେ ଆଇପିଏଲର ସବୁ ମ୍ୟାଚର ପ୍ରସାରଣ ଉପରେ ରୋକ୍ ଲଗାଇଥିଲେ । ଏହା ପରେ ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ସଭାପତି ଅମିନୁଲ ଇସଲାମ କହିଥିଲେ ଯେ, "ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ଜାତୀୟ ଦଳକୁ ଟି-୨୦ ବିଶ୍ବକପ ପାଇଁ ଭାରତ ପଠାଇବାକୁ ନିରାପଦ ମନେ କରୁନାହିଁ ।
ଏହି ନିଷ୍ପତ୍ତି ନେବା ପୂର୍ବରୁ ଆମେ ନିର୍ଦ୍ଦେଶକ ବୋର୍ଡ ସହିତ ଦୁଇଟି ବୈଠକ କରିଥିଲୁ। ବୈଠକ ପରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମେ ଆମର ଦଳକୁ ଭାରତ ପଠାଇବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ। ଆମେ ICCକୁ ଏକ ଇମେଲ୍ ପଠାଇଛୁ ଯେଉଁଥିରେ ଆମର ସ୍ଥିତି ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଆମେ ଏବେ ICCର ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ ଏବଂ ଖୁବ୍ ଶୀଘ୍ର ସେମାନଙ୍କ ସହିତ ସାକ୍ଷାତ କରିବାକୁ ଆଶା କରୁଛୁ। ଏହା ଏକ ICC ଇଭେଣ୍ଟ, ତେଣୁ BCCI ସହିତ ଆଉ କୌଣସି ଆଲୋଚନା ହେବ ନାହିଁ। ଆଇସିସି ଯାହା ନିଷ୍ପତ୍ତି ନେବ, ଆମେ ତାକୁ ପାଳନ କରିବୁ।"
ଚଳିତ ବର୍ଷର ଆଇପିଏଲ ପାଇଁ କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିଥିଲା। ହେଲେ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବା ଦେଖି ମୁସ୍ତାଫିଜୁରଙ୍କୁ ବିଦା କରିବାକୁ ଦାବି କରାଯାଇଥିଲା। ୪ଜଣ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ବିବାଦ ବଢ଼ିଥିଲା। କେକେଆର ଓ ବିସିସିଆଇ ଉଭୟ ସମାଲୋଚନାର ଶିକାର ହୋଇଥିଲେ। ବିବାଦ ବଢ଼ୁଥିବା ଦେଖି ବିସିସିଆଇ ମୁସ୍ତାଫିଜୁରଙ୍କୁ ମୁକ୍ତ କରିବାକୁ କେକେଆରକୁ ନିର୍ଦ୍ଦେଶ ଦେଇଥିଲା। ଏହା ପରେ କେକେଆର ବାଂଲା କ୍ରିକେଟରଙ୍କୁ ରିଲିଜ୍ କରିଥିଲା। କୌଣସି ବଡ଼ କାରଣ ନଥାଇ ତାଙ୍କୁ ବାହାର କରାଯାଇଥିବାରୁ ବାଂଲାଦେଶରେ ଏହାକୁ ବିରୋଧ କରାଯାଉଛି।
📱 Get Argus News App
✨Related Topics
Explore more stories