Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - U-19 T20 World Cup: ଲଗାତାର ଦ୍ଵିତୀୟ ଥର ଭାରତୀୟ ମହିଳା ଦଳ ଚାମ୍ପିଅନ୍

Sports

U-19 T20 World Cup: ଲଗାତାର ଦ୍ଵିତୀୟ ଥର ଭାରତୀୟ ମହିଳା ଦଳ ଚାମ୍ପିଅନ୍

Sushanta Sahoo
Browse all articles by Sushanta Sahoo
·1 year ago·1 min read
U-19 T20 World Cup: ଲଗାତାର ଦ୍ଵିତୀୟ ଥର ଭାରତୀୟ ମହିଳା ଦଳ ଚାମ୍ପିଅନ୍

ଅର୍ଗସ ବ୍ୟୁରୋ: ଆଇସିସି ଅଣ୍ଡର-୧୯ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଛି । ଦ୍ଵିତୀୟ ଥର ପାଇଁ ଅଣ୍ଡର-୧୯ ମହିଳା ଦଳ ଜିତିଛି ଟି-ଟ୍ଵେଣ୍ଟି ବିଶ୍ଵକପ୍ । ରବିବାର କ୍ଵାଲାଲୁମ୍ପୁରରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ଭାରତ ଚାମ୍ପିଅନ୍ ହୋଇଛି ।


ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା, ଭାରତକୁ ୮୩ ରନ୍‌ର ଟାର୍ଗେଟ୍ ଦେଇଥିଲା । ଯାହା ମାତ୍ର ୧୧.୨ ଓଭରରେ ହାସଲ କରି ନେଇଛି ଭାରତ । ଭାରତୀୟ ଦଳର ବିଜୟରେ ଓପନର ତ୍ରିଷା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତ୍ରିଷା ୩ଟି ୱିକେଟ୍ ନେଇଥିବା ବେଳେ ୪୪ ରନ୍ ସ୍କୋର୍ କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୧୦ ୱିକେଟ୍ ହରାଇ ୮୨ ରନ୍ କରିଥିଲା । ଭାରତ ପକ୍ଷରୁ ଗଙ୍ଗଡ଼ି ତ୍ରିଷା ୩ଟି ୱିକେଟ୍ ନେଇଥିବା ବେଳେ ପରୁନିକା ସିସୋଦିଆ, ଆୟୁଷୀ ଶୁକ୍ଲା, ବୈଷ୍ଣବୀ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଗଙ୍ଗଡ଼ି ତ୍ରିଷା ଓ ସନିକା ଚାଲକେ ଯଥାକ୍ରମେ ଅପରାଜିତ ୪୪ ଓ ୨୬ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।


ଅଣ୍ଡର-୧୯ ଟି-ଟ୍ଵେଣ୍ଟି ମହିଳା ବିଶ୍ଵକପ୍‌ର ପ୍ରଥମ ସଂସ୍କରଣ ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିଲା । ଯେଉଁଥିରେ ଭାରତୀୟ ଦଳ ଶେଫାଳୀ ବର୍ମାଙ୍କ ଅଧିନାୟତ୍ଵରେ ଚାମ୍ପିଅନ୍ ହୋଇଥିଲା । ଚଳିତଥର ବି ଭାରତ ପୁଣ ଥରେ ଚାମ୍ପିଅନ୍ ହୋଇଛି । ଟୁର୍ଣ୍ଣାମେଣ୍ଟର ସମସ୍ତ ୭ଟି ଯାକ ମ୍ୟାଚ୍ ଜିତିଛି ଭାରତ ।

Sponsored
icc u19 womens t20 world cup india crush clinch second successive title | Argus News