WorldCup Controversy / ପାକିସ୍ତାନକୁ ଧମକ ଦେଲା ICC, ଭାରତ ସହ ନଖେଳିଲେ ଅବସ୍ଥା ଖରାପ ହେବ, ଏବେଠୁ ସୁଧୁରିଯାଅ...
·5 months ago·2 min read

Key Points
ଆଇସିସି ଆହୁରି ମଧ୍ୟ ଚେତାବନୀ ଦେଇଛି ଯେ, ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କଲେ ପାକିସ୍ତାନ ଅନେକ ଅସୁବିଧାର ସମ୍ମୁଖୀନ ହେବ । କ୍ରିକେଟ୍ ଉପରେ ଦୀର୍ଘକାଳିନ ପ୍ରଭାବ ପଡିବ।
ଆଉ କିଛି ଦିନ ପରେ ଆରମ୍ଭ ହେବ ଟି୨୦ବିଶ୍ୱକପ୍ । ବିଶ୍ୱକପ୍ ପୂର୍ବରୁ ଦେଖାଦେଇଛି ହାଇ ଭୋଲଟେଜ୍ ଡ୍ରାମା । ଭାରତ ସହ ଖେଳିବାକୁ ମନା କରିଦେଇଛି ପାକିସ୍ତାନ । ନୂଆ ବାହାନା କରିଛି ଶତ୍ରୁ ଦେଶ । ଫେବ୍ରୁଆରୀ ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯାଇଥାନ୍ତା । କିନ୍ତୁ ଏହା ପୂର୍ବରୁ ପାକ୍ ପଛକୁ ହଟିଛି । ତେବେ ଆଇସିସି ପାକିସ୍ତାନର ଏପରି ନିଷ୍ପତ୍ତିକୁ ନେଇ କଡା ଆପତ୍ତି ପ୍ରକାଶ କରିଛି । ଏହା ଖେଳର ମୂଳଭାବନା ବିରୋଧି । ପିସିବି ନିଜ ଜିଦରୁ ନ ଓହରିଲେ ଆଗକୁ କିଛି ଭଲ ହେବନି ବୋଲି ଆଇସିସି କହିଛି ।
ପାକିସ୍ତାନ ଭାବୁଛି ଯେ ତା କଥାରେ ଆଇସିସି ଚାଲିବ । ପ୍ରଥମେ ଟି୨୦ବିଶ୍ୱକପ୍ ଖେଳିବନି ବୋଲି କହିଥିଲା ପାକ୍ । ପରେ କିନ୍ତୁ ଭାରତ ବିପକ୍ଷରେ ଖେଳିବନି ବୋଲି କହିଛି । ଏବେ ପାକିସ୍ତାନର ଜିଦ୍ ବଡ ଅସୁବିଧା ସୃଷ୍ଟି କରିପାରେ । ଏପରିକି ଦେଶର କ୍ରିକେଟ୍ ଭବିଷ୍ୟତ ଉପରେ ବିପଦ ରହିଛି ।
କୁହାଯାଉଛି, ପରାଜୟ ଭୟରେ ପାକିସ୍ତାନ ଭାରତ ସହ ଖେଳିବାକୁ ରାଜି ହେଉନି । ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେପରି ଖେଳୁଛି ତାହା ଦେଖି ପାକିସ୍ତାନୀ ପ୍ଲେୟାର ଛାନିଆ ହୋଇଯାଇଛନ୍ତି । ପାକ୍ ସହ ଏହାଠୁ ଆହୁରି ଭୟଙ୍କର କିଛି ଘଟିପାରେ ବୋଲି ସେମାନେ ଭାବୁଛନ୍ତି । ଶକ୍ତିଶାଳୀ ଭାରତୀୟ ଟିମକୁ ଦେଖି ପାକିସ୍ତାନର ସମସ୍ତ ଆତ୍ମବିଶ୍ୱାସ ପାଣିରେ ମିଳେଇ ଯାଉଛି ।
ନୂଆ ବାହାନା ପାକିସ୍ତାନକୁ ଭାରତ କବଳରୁ ରକ୍ଷା କରିପାରେ । ହେଲେ ଭାରତ ବିପକ୍ଷରେ ନଖେଳିଲେ ଆଇସିସିର ବହୁତ ଅଧିକ କ୍ଷତି ହୋଇପାରେ। ତେବେ ଏସବୁକୁ ନେଇ ଆଇସିସି କହିଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ତରଫରୁ ଏନେଇ କୌଣସି ସୂଚନା ମିଳିନାହିଁ । ଆଇସିସି ପିସିବିର ଲିଖିତ ଉତ୍ତରକୁ ଅପେକ୍ଷା କରିଛି । ଏବେ ମନା କରୁଥିଲେ ବି ପରେ ପାକିସ୍ତାନ ରାଜି ହୋଇପାରେ ।
ଅନ୍ୟ ଦିଗରେ ଆଇସିସି ଆହୁରି ମଧ୍ୟ ଚେତାବନୀ ଦେଇଛି ଯେ, ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କଲେ ପାକିସ୍ତାନ ଅନେକ ଅସୁବିଧାର ସମ୍ମୁଖୀନ ହେବ । କ୍ରିକେଟ୍ ଉପରେ ଦୀର୍ଘକାଳିନ ପ୍ରଭାବ ପଡିବ । ଏପରିକି ପାକ୍ ର ବ୍ୟବସାୟ ପ୍ରଭାବିତ ହେବ । ପାକିସ୍ତାନର କୋଟି କୋଟି ଟଙ୍କା କ୍ଷତି ହେବା ସହ କଟକଣା ମଧ୍ୟ ଲାଗିପାରେ । ଆଇସିସି ଆହୁରି ମଧ୍ୟ କହିଛି ଯେ, ସେ ସରକାରଙ୍କ ଭୂମିକାକୁ ସମ୍ମାନ କରିଥାଏ । କିନ୍ତୁ ଏହି ନିଷ୍ପତ୍ତି ଖେଳର ଭାବନା, ପକ୍ଷପାତିତା ଏବଂ ପ୍ରଶଂସକଙ୍କ ହିତରେ ନାହିଁ । ପାକିସ୍ତାନର କୋଟି କୋଟି କ୍ରିକେଟ୍ ପ୍ରେମୀ ଅଛନ୍ତି । ସେମାନେ ଏଥିରେ ଖୁସି ହେବେ ନାହିଁବୋଲି ଆଇସିସି କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories