5 ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା

ଅର୍ଗସ ବ୍ୟୁରୋ: ଆଜି ଚଳିତ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ । 5 ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ସମାନ 14 ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନେଟ୍ ରନ ରେଟରେ ଆଗରେ ରହି ଦ୍ବିତୀୟ ସ୍ଥାନରେ ସେମିଫାଇନାଲ ସ୍ଥାନ ପକ୍କା କରିଛି । ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ ଏହି ଲଢେଇରେ ପହଁଚିଛି । ଆଜିର ମ୍ୟାଚରେ ଉଇନିଂ ଟିମ ଫାଇନାଲରେ ଭାରତ ସହ ମୁକାବିଲା କରିବ । ଏହି ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ।
50ତମ ଶତକକୁ ବର୍ଣ୍ଣନା କରିବା କଷ୍ଟକର -କୋହଲି
ସେପଟେ 12 ବର୍ଷ ପରେ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଭାରତ । ସେମିଫାଇନାଲରେ 70 ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି ଟିମ୍ ଇଣ୍ଡିଆ । 2019ର ବଦଲା 2023ରେ ନେଇଛି ଟିମ୍ ଇଣ୍ଡିଆ । ମୁମ୍ବାଇରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ରେ 327 ରନରେ ନ୍ୟୁଜିଲ୍ୟାଣ୍ଡ ଅଲଆଉଟ୍ ହୋଇଛି । ମହମ୍ମଦ ସାମିଙ୍କୁ ସର୍ବାଧିକ 7 ୱିକେଟ୍ ମିଳିଛି । ମ୍ୟାଚରେ ଭାରତର ସବୁ ବଡ଼ ବ୍ୟାଟସମ୍ୟାନ୍ କରିଥିଲେ ଦମଦାର ପ୍ରଦର୍ଶନ। ରୋହିତ ଶର୍ମା ଆରମ୍ଭ କରିଥିବା ବିସ୍ଫୋରଣରେ ତାଳ ମେଳାଇଥିଲେ ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର ଓ କେ ଏଲ୍ ରାହୁଲ ।
