ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍,ଟସ୍ ଜିତିଲା ଭାରତ

ଅର୍ଗସ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍ କ୍ରିକେଟ ସେମିଫାଇନାଲ୍ । ଟସ୍ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ଭାରତ ।
ଏହି ହାଇ ଭୋଲଟେଜ୍ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଭାରତ ଗ୍ରୁପ ପର୍ଯ୍ୟାୟରେ ୯ ଟି ରୁ ୯ ଟି ମ୍ୟାଚ୍ ଜିତି ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି । ଦଳର ଏମିତି ପ୍ରଦର୍ଶନ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆ ଯେମିତି ଅପରାଜୟ ରହି ବିଶ୍ଵକପ୍ ଜିତିଥିଲା । ଠିକ୍ ସେହି ସଫଳତା ଦୋହରାଇପାରେ ଭାରତ । ହେଲେ ଆଇସିସି ଟୁର୍ଣ୍ଣାମେଣ୍ଟର ନଟଆଉଟ୍ ସ୍ଥିତି ଭାରତୀୟ ଦଳ ସପକ୍ଷରେ ନାହିଁ । ବିଶେଷ କରି ନ୍ୟୁଜିଲାଣ୍ଡ ସପକ୍ଷରେ ଦଳର ରେକର୍ଡ ନୈରାଶ୍ୟଜନକ ରହିଛି ।
ଭାରତ ଓ ନ୍ୟୁଜିଲାଣ୍ଡ ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୩ ଥର ମୁହାଁମୁହିଁ ହୋଇଛନ୍ତି । ହେଲେ ଭାରତୀୟ ଦଳ ମାତ୍ର ୪ ଥର ଜିତିବାରେ ସଫଳ ହୋଇଛି । ହେଲେ କିଛି ସପ୍ତାହ ପୂର୍ବେ ଚଳିତ ବିଶ୍ଵକପର ଲିଗ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇଥିଲା । ତେଣୁ ଦଳର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି ।
