Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କିଏ ଯଦି ପଥର ଫିଙ୍ଗେ ତେବେ ତା' ଉପରକୁ ଫୁଲ ବର୍ଷା କର କିନ୍ତୁ...

Ritu Das
Browse all articles by Ritu Das
·1 year ago·2 min read
କିଏ ଯଦି ପଥର ଫିଙ୍ଗେ ତେବେ ତା' ଉପରକୁ ଫୁଲ ବର୍ଷା କର କିନ୍ତୁ...

ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୨୬ ନିରୀହ ହିନ୍ଦୁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଭାରତ ଜବରଦସ୍ତ ପ୍ରତିଶୋଧ ନେଇଛି। ଭାରତର ତିନି ସେନା ସାମିଲ ହୋଇ ପାକିସ୍ତାନ ସ୍ଥିତ ଆତଙ୍କୀ ଠିକଣାକୁ ଧ୍ବଂସ କରିଦେଇଛନ୍ତି। ଭାରତୀୟ ସେନା ମେ' ୭ ତାରିଖ ଦିନ ମଧ୍ୟରାତ୍ରିରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀରର ୯ଟି ଜାଗାରେ ଆତଙ୍କୀ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୩୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏବେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ "ଅପରେସନ ସିନ୍ଦୂର"କୁ ନେଇ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛନ୍ତି। ଆଉ ସେହଓ୍ବାଗଙ୍କ ରିଆକ୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ସେହଓ୍ବାଗ ଏକ୍ସରେ ଲେଖିଛନ୍ତି ଯେ, ଯଦି ଆପଣଙ୍କ ଉପରକୁ କେହି ପଥର ଫିଙ୍ଗୁଛନ୍ତି ତେବେ ତାଙ୍କ ଉପରେ ଫୁଲ ପକାଅ। କିନ୍ତୁ କୁଣ୍ଡ ସହିତ ପକାଅ। ଜୟହିନ୍ଦ। "ଅପରେସନ ସିନ୍ଦୂର" ବିରେନ୍ଦ୍ର ସେହଓ୍ବାଗ ଭାରତର ଜଣେ ଷ୍ଟାର ଖେଳାଳି ଥିଲେ। ସେହଓ୍ବାଗ ୧୦୪ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୨୫୧ଟି ଓ୍ବାନଡେ ଏବଂ ୧୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଟେଷ୍‌ଟ କ୍ରିକେଟରେ ସେହଓ୍ବାଗ ୨୩ଟି ଶତକ ମାରିବା ସହ ୩୨ଟି ଅର୍ଦ୍ଧଶତକ କରିବା ସହ ୮୫୮୬ ରନ ନିଜ ନାଁରେ କରିଛନ୍ତି। ଅନ୍ତର୍ଜାତୀୟ ଓ୍ବାନଡେ ମ୍ୟାଚରେ ସେହଓ୍ବାଗଙ୍କ ନାଁରେ ୮୨୭୩ ରନ ରହିଛି। ଯେଉଁଥିରେ ୧୫ଟି ସେଞ୍ଚୁରୀ ଏବଂ ୩୮ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିପରି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୩୯୪ ରନ ହାସଲ କରିଛନ୍ତି। ସେନାଙ୍କର ଏହି ଐତିହାସିକ ପଦକ୍ଷେପରେ ଦେଶର ବହୁ ପୂର୍ବତନ କ୍ରିକେଟର ନିଜର ଖୁସି ଜାହିର କରିଛନ୍ତି। ଏବଂ ଦେଶକୁ ସଲାମ କରିଛନ୍ତି। ସେହଓ୍ବାଗଙ୍କ ବ୍ୟତୀତ ଭାରତର ପୂର୍ବତନ ଲେଜେଣ୍ଡ କ୍ରିକେଟର ସଚ୍ଚିନ ତେନ୍ଦୁଲକର, ଗୌତମ ଗମ୍ଭୀର, ଆକାଶ ଚୋପ୍ରା, ପ୍ରଜ୍ଞାନ ଓଝା ଏବଂ ସୁରେଶ ରୈନା ମଧ୍ୟ ନିଜ ଏକ୍ସ ଆକାଉଣ୍ଟରେ ଜୟହିନ୍ଦ ଲେଖିଛନ୍ତି ସେନାକୁ ପ୍ରଶଂସା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
if-someone-throws-a-stone-shower-them-with-flowers-but | Argus News