Cricket Controversy / ଇମ୍ରାନ ଖାନଙ୍କ ପାଇଁ ଏକାଠି କିମ୍ବଦନ୍ତୀ...କପିଳ-ସୁନୀଲଙ୍କ ସମେତ ୨୨ ପୂର୍ବତନ କ୍ୟାପଟେନ ପାକ୍ ପିଏମ୍ଙ୍କୁ କଲେ ୩ ଦାବି
·2 weeks ago·2 min read

Key Points
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଦେବା ସହ ତାଙ୍କ ସହ ଉଚିତ ବ୍ୟବହାର କରିବାକୁ ଦାବି କରି ସେମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ଚିଠି ଲେଖିଛନ୍ତି।
ଏହି ୨୨ ଜଣ କ୍ୟାପଟେନଙ୍କ ମଧ୍ୟରେ ଭାରତର ୩ ଜଣ ପୂର୍ବତନ କ୍ରିକେଟ୍ ଅଧିନାୟକ ରହିଛନ୍ତି । ସେମାନେ ହେଲେ ୧୯୮୩ ବିଶ୍ୱକପ୍ ବିଜେତା ଅଧିନାୟକ କପିଲ ଦେବ, ଭାରତର ପୂର୍ବତନ ଓପନର ସୁନୀଲ ଗାଭାସ୍କର ଏବଂ ଦିଲୀପ ଭେଙ୍ଗସରକର।
ଏହି କ୍ୟାପଟେନମାନେ ଫେବୃଆରୀରେ ମଧ୍ୟ ଇମ୍ରାନ ଖାନଙ୍କ ମାମଲାରେ ଚିନ୍ତା ପ୍ରକାଶ କରି ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଥିଲେ। ଏବେ ପୁଣିଥରେ ସେମାନେ ଚିଠି ଲେଖିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣ ଭାବେ ପାଳନ କରାଯାଉନଥିବା ନେଇ ଅଭିଯୋଗ ମଧ୍ୟରେ ଏହି ଚିଠି ସାମ୍ନାକୁ ଆସିଛି । ଚିଠିରେ ପୂର୍ବତନ ଅଧିନାୟକମାନେ ଇମ୍ରାନ ଖାନଙ୍କ ମାମଲାରେ ତିନୋଟି ପ୍ରମୁଖ ଦାବି ରଖିଛନ୍ତି।
ଏହାସହ ପଢ଼ନ୍ତୁ: ୩ନଂ ସ୍ଥାନ ପାଇଁ ପଡିକ୍କଲ ପୂରା ଫିଟ୍ ବୋଲି କହିଲେ ଗମ୍ଭୀର… ସାଇ ସୁଦର୍ଶନଙ୍କ ସ୍ଥାନ ବିପଦରେ
ପ୍ରଥମ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ମେଡିକାଲ ବୋର୍ଡକୁ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଓ ସ୍ୱାଧୀନ ମୂଲ୍ୟାଙ୍କନ କରିବାକୁ ଅନୁମତି ଦିଆଯାଉ । ଏଥିରେ ଇମ୍ରାନଙ୍କ ନିଜ ଡାକ୍ତରମାନଙ୍କୁ ମଧ୍ୟ ସାମିଲ କରାଯାଉ । ବିଶେଷକରି ତାଙ୍କ ଡାହାଣ ଆଖିର ଦୃଷ୍ଟି ସମସ୍ୟାର ଯାଞ୍ଚ କରାଯାଉ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦ୍ୱିତୀୟ: କୋର୍ଟଙ୍କ ଦ୍ୱାରା ଅନୁମୋଦିତ ସାପ୍ତାହିକ ପାରିବାରିକ ସାକ୍ଷାତକୁ କୌଣସି ବାଧା କିମ୍ବା ପ୍ରଶାସନିକ ବିଳମ୍ବ ବିନା ଅନୁମତି ଦିଆଯାଉ।
ତୃତୀୟ: ମେଡିକାଲ ବୋର୍ଡର ଯାଞ୍ଚ ପରେ ଯେଉଁ ଚିକିତ୍ସାର ସୁପାରିସ କରାଯିବ, ତାହା ବିନା ବିଳମ୍ବରେ ଇମ୍ରାନ ଖାନଙ୍କୁ ଯୋଗାଇ ଦିଆଯାଉ।
ଚିଠିରେ ଅଧିନାୟକ କ୍ରିକେଟରମାନେ କହିଛନ୍ତି ଯେ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ଚିକିତ୍ସା ଯାଞ୍ଚ ପାଇଁ ହସ୍ପିଟାଲ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ତାଙ୍କୁ କେବଳ କିଛି ସମୟ ପାଇଁ ହସ୍ପିଟାଲରେ ରଖାଯାଇ ପୁଣି ଜେଲକୁ ପଠାଇ ଦିଆଯାଇଥିବା ନେଇ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା ଏବଂ ତାଙ୍କ ଡାହାଣ ଆଖିରେ ସମସ୍ୟା ଥିବା ରିପୋର୍ଟକୁ ନେଇ ମଧ୍ୟ କ୍ୟାପଟେନମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ଣ୍ଣ ଭାବେ ପାଳନ କରାଯିବା ସହ ଇମ୍ରାନଙ୍କୁ ଆବଶ୍ୟକ ଚିକିତ୍ସା ତୁରନ୍ତ ଯୋଗାଇବାକୁ ସେମାନେ ଦାବି କରିଛନ୍ତି।

Related Topics
Explore more stories