Videos
|
Sports

ବର୍ଷା ପାଇଁ ଶୀଘ୍ର ସରିଲା ଚତୁର୍ଥ ଦିନର ଖେଳ, ଆଉ ୪ଟି ଓ୍ୱିକେଟ ନେଲେ ଭାରତ ଜିତିବ ମ୍ୟାଚ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବର୍ଷା ପାଇଁ ଶୀଘ୍ର ସରିଲା ଚତୁର୍ଥ ଦିନର ଖେଳ, ଆଉ ୪ଟି ଓ୍ୱିକେଟ ନେଲେ ଭାରତ ଜିତିବ ମ୍ୟାଚ୍

Key Points

ରୋମାଞ୍ଚକର ମୋଡ଼ରେ ଓଭାଲ ଟେଷ୍ଟ
ଇଂଲଣ୍ଡକୁ ଜିତିବାକୁ ଆଉ ମାତ୍ର ୩୫ ରନ ଆବଶ୍ୟକ
ଆଉ ୪ଟି ଓ୍ବିକେଟ ନେଲେ ଭାରତ ଜିତିବ ମ୍ୟାଚ୍
ବର୍ଷା ପାଇଁ ଶୀଘ୍ର ସରିଲା ଚତୁର୍ଥ ଦିନର ଖେଳ
ହ୍ୟାରି ବ୍ରୁକ୍ ଓ ଜୋ ରୁଟଙ୍କ ଦମଦାର ଶତକ
ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୩ ଓମହମ୍ମଦ ସିରାଜଙ୍କୁ ୨ଟି ଓ୍ୱିକେଟ
 

ରୋମାଞ୍ଚକର ମୋଡ଼ରେ ଓଭାଲ ଟେଷ୍ଟ। ଆଜି ପଞ୍ଚମ ଦିନରେ ଇଂଲଣ୍ଡକୁ ଜିତିବାକୁ ଆଉ ମାତ୍ର ୩୫ ରନ ଆବଶ୍ୟକ ହେଉଥିବା ବେଳେ ଭାରତକୁ ଆଉ ୪ଟି ଓ୍ବିକେଟ ନେବାକୁ ହେବ। ତେବେ ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ସମାପ୍ତ ହୋଇଛି। ୩୭୪ ରନର ଲକ୍ଷ୍ୟ ନେଇ ଖେଳୁଥିବା ଇଂଲଣ୍ଡ ୧୦୬ରେ ୩ଟି ଓ୍ବିକେଟ ହରାଇ ଅଡ଼ୁଆରେ ପଡ଼ିଥିବାବେଳେ ହ୍ୟାରି ବ୍ରୁକ୍ ଓ ଜୋ ରୁଟଙ୍କ ମଧ୍ୟରେ ହୋଇଥିବା ଏକ ବଡ଼ ଭାଗିଦାରୀ ଭାରତ ହାତରୁ ମ୍ୟାଚ ଛଡ଼ାଇନେଇଥିଲା।


ଉଭୟ ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିଥିଲେ। ତେବେ ପ୍ରଥମେ ବ୍ରୁକ, ତାପରେ ଜ୍ୟାକ୍ ବେଥେଲ ଓ ରୁଟ ଆଉଟ ହେବା ପରେ ମ୍ୟାଚର ମୋଡ଼ ବଦଳିଥିଲା। ତେବେ ଖରାପ ଆଲୋକ ଓ ବର୍ଷା କାରଣରୁ ଅମ୍ପାୟାର ଚତୁର୍ଥ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ୨ଟି ଓ୍ୱିକେଟ ଓ ଆକାଶ ଦୀପ ଗୋଟିଏ ଓ୍ବିକେଟ ନେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଭାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ବହୁତ ରୋମାଞ୍ଚକର ହୋଇଯାଇଥିଲା। କିନ୍ତୁ ହଠାତ୍ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ କରିବାକୁ ପଡିଲା। ଏବେ ଖେଳ ଆଜି  ଆରମ୍ଭ ହେବ । ଓଭାଲରେ ଅଚାନକ ବର୍ଷା- ଭାରତୀୟ ଦ୍ରୁତ ବୋଲରମାନେ ଇଂଲିସ୍ ବ୍ୟାଟସମ୍ୟାନମାନଙ୍କ ଉପରେ ଚାପ ପକାଇବା ଦେଖାଯିବା ମାତ୍ରେ, ଆକାଶରେ କଳା ମେଘ ଘୋଡ଼ାଇ ହୋଇଯାଇଥିବା ଏବଂ କମ୍ ଆଲୋକ ଯୋଗୁଁ ମ୍ୟାଚ୍ ବନ୍ଦ କରିବାକୁ ପଡିଥିଲା। 

in-a-recent-cricket-match-pandit-krishna-took-3-wickets-while-mohammed-siraj-took-2-wickets | Argus News