ହକିରେ ଭାରତକୁ ବ୍ରୋଞ୍ଜ,ହିରୋ ସାଜିଥିଲେ ଓଡ଼ିଆ ପୁଅ ଅମିତ
·1 year ago·1 min read

ଅର୍ଗସ ବ୍ୟୁରୋ:୫୨ ବର୍ଷ ପରେ ଲଗାତାର ଭାରତ ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସଭିଙ୍କ ହୃଦୟ ଜିତିଛି। ପ୍ୟାରିସ ଅଲମ୍ପିକ୍ସରେ ବିଜୟୀ ଦଳରେ ଏକମାତ୍ର ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରତିନିଧିତ୍ବ କରିଥିବାବେଳେ ଦୁଇଥର ଅଲମ୍ପିକ୍ସ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଛନ୍ତି। ୧୯୬୮ ଓ ୧୯୭୨ ପରେ ଭାରତ ଜିତିଥିଲା ବ୍ରୋଞ୍ଜ ।
୨୦୨୦ ଟୋକିଓ ଅଲମ୍ପିକ୍ସରେ ଏବଂ ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ପଦକ ଜିତିଛି ସ୍ପେନକୁ ୨-୧ ଗୋଲ ବ୍ୟବଧାନରେ ହରାଇଛି। ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ତେବେ ଟିମ୍ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜଣେ ଓଡ଼ିଆ ପୁଅ ଭାବେ ପ୍ୟାରିସରେ ଚମକିଛନ୍ତି ରୋହିଦାସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: