Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇପିଏଲ୍ ୨୦୨୫ରେ ବି ଚାଲିବ ମାହିଙ୍କ ଜଲଓ୍ୱା

Sports

ଆଇପିଏଲ୍ ୨୦୨୫ରେ ବି ଚାଲିବ ମାହିଙ୍କ ଜଲଓ୍ୱା

Ritu Das
Browse all articles by Ritu Das
·1 year ago·2 min read
ଆଇପିଏଲ୍ ୨୦୨୫ରେ ବି ଚାଲିବ ମାହିଙ୍କ ଜଲଓ୍ୱା

ଅର୍ଗସ ବ୍ୟୁରୋ: ଆଇପିଏଲ୍ ୨୦୨୫ରେ କଣ ପୁଣି ଚାଲିବ ମାହୀଙ୍କ ଜଲଓ୍ୱା । କଣ ସତରେ ଖେଳିବେ କି କ୍ୟାପଟେନ୍ କୁଲ୍। ଏମିତି ଅନେକ ପ୍ରଶ୍ନ ଏବେ ପ୍ରତିଟି ଫ୍ୟାନ୍ସ ମନରେ । ତେବେ ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ନିଜେ ଧୋନୀ । ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନ ତାଲିକା ଜାରି କରିବା ପୂର୍ବରୁ ଖେଳିବେ କି ନାହିଁ ସ୍ପଷ୍ଟ କଲେ ଧୋନି । ଯାହା ଜଣାପଡିଛି କି ବୋଧହୁଏ ସେ ଖେଳିବେ। ଆପଣ ଏହି ଉତ୍ତର ଶୁଣିବା ପରେ ନିଶ୍ଚିତ ଖୁସି ହୋଇଯାଇଥିବେ। 
କାରଣ ଦୀର୍ଘ ଦିନ ଧରି ଏହି ପ୍ରଶ୍ନ ପ୍ରଶଂସକଙ୍କ ମଧ୍ୟର ଆଲୋଚନାର ପ୍ରସଙ୍ଗ ପାଲଟିଛି । ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନସନ୍ ତାଲିକା ଜାରି କରିବେ। ମେଗା ଅକ୍ସନ ପୂର୍ବରୁ ଧୋନିଙ୍କୁ ଚେନ୍ନାଇ ରିଟେନ କରିବ କି ନାହିଁ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଏକ କାର୍ଯ୍ୟକ୍ରମରେ ଧୋନି ନିଜେ ଏପରି କିଛି କଥା କହିଛନ୍ତି, ଯାହା ଧୋନି ଓ ସିଏସକେ ଫ୍ୟାନ୍ସଙ୍କୁ ବେଶ ଉତ୍ସାହିତ କରିଛି। ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । 

ସେ କହିଛନ୍ତି କ୍ୟାରିୟରର ଶେଷ କିଛି ବର୍ଷ ଏଞ୍ଜୟ କରିବାକୁ ଚାହୁଁଛି । ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ ଘରୋଇ ପ୍ରମୋସନାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାହି । ଏହି ସମୟରେ ତାଙ୍କୁ ତାଙ୍କ ଆଇପିଏଲର କ୍ୟାରିୟରକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖିଥିଲେ ଧୋନୀ। 
ଏହି କାର୍ଯ୍ୟକ୍ରମରେ ଧୋନି କହିଛନ୍ତି, 'ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି।' ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାହିଙ୍କୁ ଆଉ କିଛି ବର୍ଷ କ୍ରିକେଟ ମୈଦାନରେ ଦେଖିବାକୁ ମିଳିପାରେ। ଏପରି ମଧ୍ୟ ସମ୍ଭାବନା ରହିଛି ଯେ ଧୋନି ଆହୁରି ୩ ବର୍ଷ ପର୍ଯ୍ୟନ୍ତ ସିଏସକେ ଜର୍ସିରେ ଖେଳି ପାରନ୍ତି। କାରଣ ମେଗା ଅକ୍ସନରେ ରିଟେନ କରାଯାଇଥିବା ଖେଳାଳିଙ୍କ ପାଖରେ ସେହି ଦଳରେ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ଖେଳିବା ପାଇଁ ସୁଯୋଗ ରହିଥାଏ । 

ଧୋନି ଆଉ ମଧ୍ୟ କହିଛନ୍ତି, 'ଯଦି ଆପଣ କ୍ରିକେଟକୁ ଉପଭୋଗ କରି ଖେଳୁଛନ୍ତି, ତେବେ ଉଭୟ ଖେଳାଳି ଓ ଟିମକୁ ଏହାର ଫାଇଦା ମିଳିଥାଏ। ମୁଁ ଏବେଠାରୁ କ୍ରିକେଟକୁ ଆହୁରି ଅଧିକା ଏଞ୍ଜୟ କରିବାକୁ ଚାହୁଁଛି। ଯେତେବେଳେ ମୁଁ ଇଣ୍ଡିଆ ଟିମରେ ଥିଲି ସେତେବେଳେ ବହୁତ ବଡ଼ ଦାୟିତ୍ବ ଥିଲା। ପୁରା ଦେଶର ଦାୟିତ୍ବ ଏବଂ ଖେଳାଳିଙ୍କ responsibility ମୋ ଉପରେ ଥିଲା।  ସେତେବେଳେ ମୁଁ କ୍ରିକେଟକୁ ଏଞ୍ଜୟ କରିପାରୁ ନ ଥିଲି। ଏବେ ମୁଁ ସବୁ ଟେନସନରୁ ମୁକ୍ତି ପାଇଯାଇଛି। ମୁଁ ଏହି ସବୁକୁ ଅଲଗା ରଖି ପରବର୍ତ୍ତୀ ନଅ ମାସ ନିଜକୁ ଫିଟ୍ ରଖିବାକୁ ଚାହୁଁଛି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ, CSK ଫ୍ୟାନ୍ସ ମାନେ ଧୋନୀଙ୍କୁ ଛକା ଚଉକା ମାରୁଥିବାର ଦେଖିବାକୁ ପାଇବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Education Next Season 5
Sponsored
In IPL 2025, | Argus News