Videos
|
Sports

ପ୍ୟାରିସ ପାରାଲିମ୍ପିକ୍ସରେ ବିରାଟ କୋହଲିଙ୍କ ଚର୍ଚ୍ଚା

Ritu Das
Browse all articles by Ritu Das
·2 years ago·2 min read
ପ୍ୟାରିସ ପାରାଲିମ୍ପିକ୍ସରେ ବିରାଟ କୋହଲିଙ୍କ ଚର୍ଚ୍ଚା

ଅର୍ଗସ ବ୍ୟୁରୋ: କ୍ରିକେଟ କଥା କହିଲେ ବିରାଟ କୋହଲିଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ସବୁଠୁ ଆଗରେ। ସମସ୍ତେ ତାଙ୍କ ପାଇଁ ଦିଓ୍ବାନା। ଏବେ ସିନା କୌଣସି ମ୍ୟାଚ ଚାଲିନି କିନ୍ତୁ କିଙ୍ଗ କୋହଲିଙ୍କ ଚର୍ଚ୍ଚା କିନ୍ତୁ ଥମୁନି। ସେ ଲଣ୍ଡନ ଗଲେ ଫ୍ୟାନ ଜାଣିବାକୁ ଆଗ୍ରହୀ ସେ କେଉଁ ଆଡ କଲେ ବି ଫ୍ୟାନ ତାଙ୍କୁ ଦେଖିବାକୁ ଖୁବ ଉତ୍ସାହିତ ଥାନ୍ତି। ଆଉ ଆପଣ ଯଦି ଇନଷ୍ଟା ରିଲ୍ସ ଖୋଲିଦିଅନ୍ତି ସେଥିରେ ମଧ୍ୟ ରାଜ କରନ୍ତି ବିରାଟ କୋହଲି। ଆଜି କିନ୍ତୁ କ୍ରିକେଟ ପଡ଼ିଆ କି କୌଣସି ଆଡ ସୁଟ ନୁହେଁ। 
ଏବେ ଚାଲିଛି ପ୍ୟାରିସ ପାରାଲିମ୍ପିକ୍ସ। ଯେଉଁଥିରେ ଭାରତୀୟ ଆଥଲେଟମାନେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ଭାରତୀୟ କ୍ରିକେଟ ଦଳର ଲିଜେଣ୍ଡ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନାଁ ସେଠାରେ ଶୁଣିବାକୁ ମିଳିଛି। ପ୍ୟାରିସ ପାରାଲିମ୍ପିକ୍ସରେ କିଙ୍ଗ କୋହଲିଙ୍କ ନାମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ସେଠାରେ ଏହି ଭିଡିଓ ଦେଖିବାପରେ ଆପଣ ମଧ୍ୟ ଗର୍ବ ଅନୁଭବ କରିବେ।

ବାସ୍ତବରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ନୀତେଶ କୁମାର ବିରାଟ କୋହଲିଙ୍କୁ ତାଙ୍କର ହିରୋ ବୋଲି ବିବେଚନା କରନ୍ତି। ନୀତେଶ କହିଛନ୍ତି, କୋହଲି ଟିମ୍ ଇଣ୍ଡିଆର ବ୍ୟାଟିଂର ମେରୁଦଣ୍ଡ ଗତ ଦଶନ୍ଧି ମଧ୍ୟରେ ଇଣ୍ଡିଆ ଟିମର ସବୁଠୁ ବଡ ମ୍ୟାଚ୍ ବିଜେତା ହୋଇଛନ୍ତି କୋହଲି। ଦିଲ୍ଲୀରେ ଜନ୍ମିତ ଏହି କ୍ରିକେଟର କ୍ରୀଡ଼ାରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି ଏବଂ ତାଙ୍କ କ୍ରୀଡ଼ା ମାଧ୍ୟମରେ ସାରା ବିଶ୍ୱରେ ଏକ ସମ୍ମାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଆଉ ସମସ୍ତେ ତାଙ୍କୁ ହୃଦୟରୁ ଭଲ ପାଆନ୍ତି। ମୁଁ ତାଙ୍କ ପର୍ସନାଲିଟିକୁ ସମ୍ମାନ କରେ। ନୀତେଶଙ୍କ ମ୍ୟାଚବେଳେ କମେଣ୍ଟେଟର କହିଛନ୍ତି କି, ଭାରତର ଅଧିକାଂଶ ଲୋକ ବିରାଟ କୋହଲିଙ୍କୁ ସବୁବେଳେ ହିରୋ ବୋଲି ଭାବନ୍ତି। ଜଣେ ଉଜ୍ଜ୍ବଳ ଭାରତୀୟ କ୍ରିକେଟର ଯିଏକି ପୂର୍ବରୁ ମଧ୍ୟ ଦଳର କ୍ୟାପଟେନ ଥିଲେ। ତାଙ୍କୁ ସବୁବେଳେ ସମସ୍ତେ ମନେ ରଖିବେ ଏବଂ ଭଲ ପାଇବେ। ସେଥିପାଇଁ ସେ ହେଉଛନ୍ତି ଭାରତର କିଙ୍ଗ। 

ବ୍ୟାଡମିଣ୍ଟନର ପୁରୁଷ ଏକକ SL3 ଇଭେଣ୍ଟରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶେଷ ମ୍ୟାଚରେ ନୀତେଶ ଗ୍ରେଟ ବ୍ରିଟେନର ଡାନିଏଲ ବେଠେଲକୁ ୨୧-୧୪, ୧୮-୨୧, ୨୩-୧୧ରେ ପରାସ୍ତ କରିଛନ୍ତି। ଏହି ପ୍ରତିଯୋଗିତା ଅତ୍ୟନ୍ତ ଆକର୍ଷଣୀୟ ଥିଲା। ମ୍ୟାଚର ପ୍ରଥମ ରାଉଣ୍ଡରେ ନୀତେଶ ଜିତିଥିଲେ। ତା'ପରେ ସେ ଦ୍ବିତୀୟ ରାଉଣ୍ଡ ହରାଇଲେ। ଯାହାପରେ ତୃତୀୟ ରାଉଣ୍ଡ ଖେଳାଯାଇଥିଲା। ତୃତୀୟ ରାଉଣ୍ଡ ଜିତି ନୀତେଶ ସ୍ବର୍ଣ୍ଣ ଜିତିଥିଲେ। 

ପ୍ୟାରିସ ପାରାଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଅତିକ୍ରମ କରିଥିବା ୫ଦିନ ମଧ୍ୟରେ ଆଥଲେଟ ମାନେ ଚମତ୍କାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ୫ଦିନ ଶେଷ ହେବା ବେଳକୁ ମୋଟ ୧୫ଟି ପଦକ ଭାରତ ଆକାଉଣ୍ଟକୁ ଆସିଛି। ପଦକ ତାଲିକାରେ ଭାରତ ୧୫ତମ ସ୍ଥାନରେ ରହିଛି। ଏହାପୂର୍ବରୁ ଭାରତ ଟୋକିଓ ପାରାଲିମ୍ପିକ୍ସରେ ୧୯ଟି ପଦକ ଜିତିଥିଲା। ଏଥର ୧୯ଟି ପଦକ ସଂଖ୍ୟା ଅତିକ୍ରମ କରିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

In Paris Paralympics | Argus News