Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍‌ କରି ଟାଇ ସ୍ଥିତିରେ

Ritu Das
Browse all articles by Ritu Das
·1 year ago·1 min read
ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍‌ କରି ଟାଇ ସ୍ଥିତିରେ

Key Points

ଇଂଲଣ୍ଡ ୩୮୭ ରନ୍ କରିଥିଲା

ଏହାର ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଛି

କେଏଲ୍ ରାହୁଲ, ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଡ଼େଜାଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କାରଣରୁ ଭାରତ ଲର୍ଡସ ଟେଷ୍ଟ୍‌ର ପ୍ରଥମ ପାଳିରେ ବରାବର ସ୍ଥିତି ଦେଇଛନ୍ତି। ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଛି। ୨୦୧୫ ପରେ ପ୍ରଥମ ଥର ପାଇଁ ପ୍ରଥମ ପାଳି ଟାଇ ହୋଇଛି। ପୂର୍ବ ସଂଧାରୁ ଅର୍ଦ୍ଧଶତକ ସହ ଅପରାଜିତ ଥିବା କେଏଲ୍ ରାହୁଲ ଶନିବାର ଶତକ ସୁଯୋଗକୁ ହାତଛଡ଼ା କରିନଥିଲେ। ଅନ୍ୟପକ୍ଷରେ ଆହତ ଥିବା ସତ୍ତ୍ବେ ଯନ୍ତ୍ରଣା ଭିତରେ ବି ଋଷଭ ପନ୍ତ୍‌ ଭଲ ବ୍ୟାଟିଂ କରିଥିଲେ।


ଉଭୟ ଚତୁର୍ଥ ୱିକେଟ୍‌ ପାଇଁ ୧୪୧ ରନ୍ ଯୋଡ଼ିବା ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବ ଓଭରରେ ପନ୍ତ୍ (୭୪, ୧୧୨ ବଲ୍‌, ୮ ଚୌକା, ୨ ଛକା) ରନ୍‌ଆଉଟ୍ ହୋଇଯାଇଥିଲେ। ରାହୁଲ ବିରତି ପରେ ନିଜ ଦଶମ ଟେଷ୍ଟ୍ ଶତକ (୧୦୦, ୧୭୭ ବଲ୍‌, ୧୩ ଚୌକା) ପୂର୍ଣ୍ଣ କରିଥିଲେ। ଏହା ଇଂଲଣ୍ଡ ବିପକ୍ଷରେ ପଞ୍ଚମ, ଲର୍ଡସରେ ଦ୍ବିତୀୟ ଏବଂ ଚଳିତ ଗସ୍ତରେ ମଧ୍ୟ ଦ୍ବିତୀୟ ଶତକ ହୋଇଥିଲା। କିନ୍ତୁ ଆଗକୁ ବଢ଼ିପାରିନଥିଲେ। ଏହି ସମୟରେ ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍ଡୀ (୩୦, ୯୧ ବଲ୍‌) ଷଷ୍ଠ ୱିକେଟ୍‌ ପାଇଁ ୭୨ ରନ୍ ଯୋଡ଼ିଥିଲେ। ବେନ୍‌ ଷ୍ଟୋକ୍ସଙ୍କ ଦ୍ବିତୀୟ ଶିକାର ହୋଇଥିଲେ ସେ। ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ସପ୍ତମ ୱିକେଟ୍‌ ପାଇଁ ୫୦ ରନ୍‌ ଯୋଡ଼ିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
in-response-to-englands-387-runs-india-also-scored-the-same-387-runs-and-remained-tied | Argus News