Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବଢିଲା ପାକ୍ ଟେନସନ,ଭାରତକୁ ମିଳିଗଲେ ନୂଆ ବିରାଟ!

Sports

ବଢିଲା ପାକ୍ ଟେନସନ,ଭାରତକୁ ମିଳିଗଲେ ନୂଆ ବିରାଟ!

Sangram Tripathy
Browse all articles by Sangram Tripathy
·1 year ago·1 min read
ବଢିଲା ପାକ୍ ଟେନସନ,ଭାରତକୁ ମିଳିଗଲେ ନୂଆ ବିରାଟ!


ଅର୍ଗସ ବ୍ୟୁରୋ: ଟି-୨୦ରୁ ରନ୍ ମେସିନ ବିରାଟ କୋହଲି ଅବସର ନେଇସାରିଥିବାବେଳେ,କିଏ ନେବ ବିରାଟଙ୍କ ସ୍ଥାନ,ଦୀର୍ଘଦିନରୁ ଚାଲିଥିଲା ଆଲୋଚନା,ଏନେଇ ଚିନ୍ତାରେ ଥିଲା ବିସିସିଆଇ,
ମାତ୍ର ସେଥିରେ ପଡିଛି ପୂର୍ଣ୍ଣଛେଦ,ଟିମ୍ ଇଣ୍ଡିଆକୁ ମିଳିଗଲେ ନୂଆ ବିରାଟ। ସେପଟେ କିନ୍ତୁ ନୂଆ ବିରାଟଙ୍କ କଥା ଶୁଣି ଏବେ ଠୁ ଡରିଲାଣି ପାକିସ୍ତାନ,ଭଲଭାବେ ପାକ୍ ଜାଣିଛି ଟିମରେ ବିରାଟ ଥିଲେ 
ପାକିସ୍ତାନର ହଜାଇଦିଅନ୍ତି ନିଦ,ଆଗକୁ ଚାମ୍ପିୟନ୍ସ ଟ୍ରଫି ଥିବାବେଳେ ଲଢେଇ ହେବ ଘମାଘୋଟ। କିଏ ସେହି ଟିମ୍ ଇଣ୍ଡିଆର ନୂଆ ବିରାଟ କୋହଲି,ଯିଏ ବିରାଟଙ୍କ ଭଳି ଷ୍ଟ୍ରାଇକ୍ ରଖନ୍ତି,ଆରମ୍ଭରୁ ଧୀମା ଖେଳି ଏଭେରେଜ ମେଣ୍ଟେନ କରନ୍ତି ମାତ୍ର ଶେଷଆଡକୁ ଧୁଆଁଦାର ପାରି ଖେଳି ଉଡ଼ାଇଦିଅନ୍ତି ପ୍ରତିପକ୍ଷ ଟିମର ନିଦ ।

ଭାରତର ନୂଆ ବିରାଟ କୋହଲି ହେଉଛନ୍ତି ଋତୁରାଜ ଗାଏକ୍ୱାଡ,ଯାହାଙ୍କ ବ୍ୟାଟିଂ ଜବରଦସ୍ତ,କୁଲ୍ ରୁହନ୍ତି ସେ ଧୋନୀଙ୍କ ଭଳି,ବ୍ୟାଟିଂ ତାଙ୍କ ବିରାଟଙ୍କ ଭଳି ।ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଓପନିଂରକରି ୧୨୩ ରନ ପାରି ଖେଳି ହଜାଇ ଦେଇଥିଲେ କଙ୍ଗାରୁ ନିଦ, ଜିମ୍ବାଓ ଗସ୍ତରେ  ୭୭ ଓ  ୪୯ ଜବରଦସ୍ତ ପାରି ଖେଳିଥିଲେ ଗାଏକ୍ୱାଡ, ୨୦ଟି ଟି-୨୦ ମ୍ୟାଚ୍ ଖେଳି,୬୩୩ରନ୍ ସଂଗ୍ରହ କରିଛନ୍ତି ଗାଏକ୍ୱାଡ 

ଟି-୨୦ ରାକିଂରେ ବ୍ୟାଟର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ ର ଅଧିନାୟକ ରହିଛନ୍ତି ଭାରତର ଏହି ଯୁବ ବ୍ୟାଟର ଜଣଙ୍କ। ୨୦୨୫ରେ ଚାମ୍ପିୟନ୍ସ ଟ୍ରଫି ହେବାକୁ ଥିବାବେଳେ ଏବି ବ୍ୟାଟରଙ୍କ ଉପର ନଜର ରଖିଛି ବିସିସିଆଇ। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଭାରତକୁ ମିଳିଗଲେ ନୂଆ ବିରାଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Increased Pak tension, when India found a new Virat Kohli! | Argus News