Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ କରିଛି ସଂଗ୍ରହ

Sports

ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ କରିଛି ସଂଗ୍ରହ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ କରିଛି ସଂଗ୍ରହ

ଅର୍ଗସ ବ୍ୟୁରୋ:  ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୧୭୨ ରନ ସଂଗ୍ରହ କରିଛି । ଯଶସ୍ବୀ ଜୈସୱାଲ ୯୦ ଓ କେଏଲ ରାହୁଲ ୬୨ ରନ କରି ଅପରାଜିତ ରହିଛନ୍ତି । ଭାରତ ୨୧୮ ରନର ଅଗ୍ରଣୀ ହାସଲ କରିଛି। ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ଦଳ ୧୦୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଯଶପ୍ରୀତ ବୁମରାହ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୯୩ ବଲରୁ ୭ ଚୌକା ଓ ଦୁଇଟି ଛକା ସହିତ ୯୦ ରନର ଅପରାଜିତ ଅଛନ୍ତି ଜୈସୱାଲ। ଏହି ରେକର୍ଡ ସହ ସେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ପଛରେ ପକାଇଛନ୍ତି।

ପର୍ଥ ଟେଷ୍ଟରେ ଭାରତର ଦ୍ବିତୀୟ ପାଳିରେ ଦମଦାର ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓପନର ଯଶସ୍ବୀ ଜୈସୱାଲ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି ଯଶସ୍ବୀ ଜୈସୱାଲ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏପର୍ଯ୍ୟନ୍ତ ୩୪ଟି ଛକା ମାରି ସାରିଛନ୍ତି ଜୈସୱାଲ। ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ପାଳିରେ ୫ ୱିକେଟ ନେଇ ଇତିହାସ ରଚିଛନ୍ତି ଜସପ୍ରୀତ ବୁମ୍ରା। ଏହାସହିତ ସେ କପିଲ ଦେବଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।  ବୁମ୍ରା ପଞ୍ଚମ ଭାରତୀୟ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏକ ୫ ୱିକେଟ ସଫଳତା ହାସଲ କରିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଭିନୋ ମଙ୍କଡ, ବିଶାନ ସିଂହ ବେଦୀ, କପିଲ ଦେବ ଓ ଅନୀଲ କୁମ୍ବଲେଙ୍କ ନାଁ ଏହି ତାଲିକାରେ ରହିଛି। ତେବେ ସେନା ଦେଶରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ ୨୭ ଟେଷ୍ଟ ମ୍ୟାଚ୍ ଖେଳି ୧୧୮ ୱିକେଟ୍ ହାସଲ କରିଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IND vs AUS Live Score, 1st Test Day 2 | Argus News