Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅସୁସ୍ଥ ବିରାଟ, ବାରବାଟୀରେ ଖେଳିବେ କି ନାଇଁ ଚିନ୍ତାରେ ଫ୍ୟାନ୍ସ...

Sports

ଅସୁସ୍ଥ ବିରାଟ, ବାରବାଟୀରେ ଖେଳିବେ କି ନାଇଁ ଚିନ୍ତାରେ ଫ୍ୟାନ୍ସ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅସୁସ୍ଥ ବିରାଟ, ବାରବାଟୀରେ ଖେଳିବେ କି ନାଇଁ ଚିନ୍ତାରେ ଫ୍ୟାନ୍ସ...

ଅସୁସ୍ଥ ଅଛନ୍ତି କ୍ରିକେଟର ବିରାଟ କୋହଲି। ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ଫ୍ୟାନ୍ସ। ବର୍ତ୍ତମାନ ବିରାଟଙ୍କ ସ୍ୱାସ୍ଥ୍ୟ କିପରି ଅଛି ଜାଣିବାକୁ ସମସ୍ତଙ୍କ ଇଛା। ଆଉ ଦୁଇ ଦିନ ପରେ ପରେ ଦ୍ୱିତୀୟ ଦିନିକିଆ, ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ମ୍ୟାଚ୍ । ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଇଥିଲା ।ତେବେ ଏହି ମ୍ୟାଚ୍‌ରେ ଭେଟେରାନ ବିରାଟ କୋହଲି ଆହତ ହେବା ଯୋଗୁ ଏହି ମ୍ୟାଚ୍‌ ଖେଳିନାହାନ୍ତି । ଏହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ଓଡ଼ିଶାରେ ଥିବା ବିରାଟ ପ୍ରେମୀ । ଏଥିରେ କୋହଲି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି ।

ଯଦି ନଖେଳନ୍ତି ତେବେ ପ୍ରାୟ ୪ବର୍ଷ ପରେ କିଙ୍ଗ୍‌ କୋହଲିଙ୍କ ଖେଳ ଲାଇଭ୍‌ ଦେଖିବାକୁ ସୁଯୋଗ ହାତଛଡ଼ା କରିବେ ପ୍ରଶଂସକ । ଅନ୍ୟପକ୍ଷରେ ନୂଆ ତାରକାଙ୍କ ଉପରେ ବାରବାଟୀ ଦର୍ଶକଙ୍କ ନଜର ରହିବ । ଶୁଭମନ୍‌ ଗିଲ୍‌, ଯଶସ୍ୱୀ ଜୈସ୍ୱାଲ, ହର୍ଷିତ ରାଣାଙ୍କ ଭଳି ଖେଳାଳି ପ୍ରଥମଥର ବାରବାଟୀ ପିଚ୍‌କୁ ଓହ୍ଲାଇବାକୁ ଯାଉଛନ୍ତି ।

ଏବେ ପ୍ରାୟ ୪ ବର୍ଷ ପରେ ପୁଣିଥରେ କୋହଲିଙ୍କୁ ଦେଖିବାକୁ ସୁଯୋଗ ରହିଛି । ଚାମ୍ପିଅନ୍ସ ଟ୍ରଫି ପରେ କୋହଲି ଦିନିକିଆରୁ ଅବସର ନେବାର ଆଶଙ୍କା ରହିଛି । ତେଣୁ ବାରବାଟୀ ଷ୍ଟାଡିୟମ୍‌ରେ ଏହା ତାଙ୍କର ଶେଷ ମ୍ୟାଚ ବୋଲି କହିଲେ ଭୁଲ୍‌ ହେବ ନାହିଁ ।ବାରବାଟୀରେ ଶେଷଥର ୨୦୧୯ ଡିସେମ୍ବର ୨୨ ତାରିଖରେ କୋହଲିଙ୍କୁ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ସେ ଦଳର ଅଧିନାୟକ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ind vs Eng 2nd ODI at Cuttack’s Barabati Stadium: India aim to seal series, fans eager for Virat Kohli’s return | Argus News