Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତର ବିଶାଳ ସ୍କୋର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତର ବିଶାଳ ସ୍କୋର

Key Points

ଏଜ୍‌‌ବାଷ୍ଟନରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତର ବିଶାଳ ସ୍କୋର । ୨ୟ ମ୍ୟାଚ୍‌‌ରେ ପ୍ରଥମ ଦିନରେ ଭାରତ ୫ଟି ୱିକେଟ ହରାଇ ସଂଗ୍ରହ କରିଛି ୩୧୦ ରନ।

ଏଜ୍‌‌ବାଷ୍ଟନରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତର ବିଶାଳ ସ୍କୋର। ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍‌‌ରେ ପ୍ରଥମ ଦିନରେ ଭାରତ ୫ଟି ୱିକେଟ ହରାଇ ସଂଗ୍ରହ କରିଛି ୩୧୦ ରନ । କ୍ୟାପଟେନ ଶୁବମନଙ୍କ ଧୂଆଁଧାର ୧୨ଟି ଚୌକା ସହ ୧୧୪ ରନ କରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟ ଜିଣିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।


ହେଡିଂଲି ଟେଷ୍ଟରେ ଭାରତ ପ୍ରଭାବଶାଳୀ ବ୍ୟାଟିଂ କରି ମ୍ୟାଚ୍‌ରେ ୫ଟି ଶତକ ଓ ମୋଟ ୮୩୫ ରନ୍‌ କରିବା ସତ୍ତ୍ବେ ପରାସ୍ତ ହୋଇଥିଲା ଭାରତ । ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ଶୃଙ୍ଖଳାକୁ ୧-୧ କରିବା ଲକ୍ଷ୍ୟରେ ରହିଛି ଭାରତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ind-vs-eng-2nd-test-day-1-highlights-shubman-gill-and-ravindra-jadeja-stay-unbeaten-at-stumps-india-3105-vs-england-in-edgbaston | Argus News