Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND Vs ENG: ଖେଳାଳିଙ୍କୁ ପରଷାଯିବ ଓଡ଼ିଆ ଖାଦ୍ୟ, ଦେଶୀ ଚିକେନ୍‌କୁ ମାଛ ତରକାରୀ…

Ritu Das
Browse all articles by Ritu Das
·1 year ago·1 min read
IND Vs ENG: ଖେଳାଳିଙ୍କୁ ପରଷାଯିବ ଓଡ଼ିଆ ଖାଦ୍ୟ, ଦେଶୀ ଚିକେନ୍‌କୁ ମାଛ ତରକାରୀ…

ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ବାରବାଟୀରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ଇଂଲଣ୍ଡ । ରବିବାର ଦିନିକିଆ ଲଢ଼େଇ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳର ଖେଳାଳି । ଏମାନଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳିମାନେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଜୋରଦାର ସ୍ବାଗତ କରାଯିବ । ମେ ଫେୟାର ହୋଟେଲରେ ଖେଳାଳିଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଖେଳାଳି ଓ ଟିମ ରହିବା ପାଇଁ ୯୬ଟି ରୁମ ବୁକ ହୋଇଛି । ଖେଳାଳିମାନେ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ଖାଇବେ । ଖାଇବା ମେନୁରେ ମିଲେଟ ଆଇଟମ ରହିଛି ।


ଖାଦ୍ୟରେ ଦେଶୀ ଚିକେନ, ମସରୁମ ପକୋଡ଼ା, ମାଛ ତରକାରୀ, ଡାଲେମା, ପନିର, ସାଧା ବେସର ରହିଛି । ଏଥି ସହ ଛେନାପୋଡ଼, ରସଗୋଲା, ମଣ୍ଡା ପିଠା, ବରା, କାକରା ଆଦି ଖାଇବେ ଖେଳାଳି । ସେପଟେ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ରୁଟ ଲାଇନରେ ହେବ ପୋଲିସ ଛାଉଣୀ । ଏଥିପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଖେଳାଳି ରହିବା ସ୍ଥଳରେ ଚାରିପଟେ ପୋଲିସ ମୁତୟନ ହେବେ। ସୁରକ୍ଷା ଦାୟିତ୍ବରେ ଦୁଇ ଜଣ ଆଡ଼ିସନାଲ ଡିସିପି, ୪ ଜଣ ଏସିପି ରହିବେ । କାଲି ବାରବାଟୀରେ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି । ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IND Vs ENG: Players will be served Odia food, fish curry instead of desi chicken... | Argus News