Raipur pitch / ଆଜି ରାୟପୁରରେ ଛକା ଚୌକା ବର୍ଷା କରିବେ ରୋ-କୋ...
·9 months ago·2 min read

Key Points
ରାୟପୁରରେ ପୁଣି କମାଲ୍ କରିବେ ରୋ-କୋ !
ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ପୁଣି ଥରେ ପ୍ରଶଂସକ ଦେଖିବେ ରୋ-କୋ ଯୋଡିଙ୍କୁ । ରାଞ୍ଚି ପରେ ଏବେ ରାୟପୁର ପାଳି । ମ୍ୟାଚ୍ ଜିତିବା ସହ ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ରୋ-କୋଙ୍କ ବ୍ୟାଟରୁ ରନ୍ ଦେଖିବାକୁ ପ୍ରଶଂସକ ମଧ୍ୟ ରେଡି । ବୁଧବାର ଅର୍ଥାତ ଆଜି ରାୟପୁରରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟ ସହ ସିରିଜ୍ କବଜା ଲକ୍ଷ୍ୟରେ ରହିବ । ତେବେ ରାୟପୁରରେ ବିରାଟ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ ।
ଦଳ ବିରାଟ କୋହଲିଙ୍କ ଶତକ ଏବଂ ରୋହିତ ଶର୍ମାଙ୍କ ଅର୍ଧଶତକ ବଳରେ ବିଶାଳ ସ୍କୋର କରିଥିଲା । ଯାହାକୁ ଚେଜ୍ କରିପାରିନଥିଲା ଭ୍ରମଣକାରୀ ଟିମ୍ । ତେବେ ଦ୍ୱିତୀୟ ଦ୍ୱିନିକିଆରେ ମଧ୍ୟ ଫ୍ୟାନ୍ସମାନେ ରୋ-କୋଙ୍କ ବ୍ୟାଟରୁ ଏମିତି କିଛି ରନ୍ ଆଶା କରୁଛନ୍ତି ।ବିରାଟ କୋହଲି ପାଇଁ ସାରା ଦେଶ ଦିଓ୍ବାନା। ଗତ ମ୍ୟାଚରେ ବିରାଟ କୋହଲିଙ୍କ ଶତକ ଦେଖି ଲୋକ ଭାବବିହ୍ୱଳ ହୋଇପଡ଼ିଥିଲେ । ୩୭ ବର୍ଷ ହେଲେ ବି କୋହଲିଙ୍କର ସେଇ ଫିଟନେସ ରହିଛି। ଯୁବପିଢ଼ିଙ୍କ ଠାରୁ ମଧ୍ୟ ଭଲ ଖେଳୁଛନ୍ତି ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି। ଆଉ ତାଙ୍କ ସହ ସବୁବେଳେ ସାଥ ଦେଇଛନ୍ତି ରୋହିତ ଶର୍ମା। ଦୁଇ ଭାଇ ହେଉଛନ୍ତି ଦୁଇ ତବାହି। କୋହିଲଙ୍କୁ ରାୟପୁରରେ ଜୋରଦାର୍ ସ୍ୱାଗତ କରାଯାଇଛି। ରାୟପୁର ବିମାନବନ୍ଦରରେ ବିରାଟ କୋହଲିଙ୍କୁ କୁନି କୁନି ଫ୍ୟାନ୍ସଙ୍କ ଦ୍ୱାରା ସ୍ୱାଗତ କରାଯାଇଛି।
ଏଥିସହ ପଢ଼ନ୍ତୁ: ରାୟପୁରରେ ବିରାଟ କୋହଲିଙ୍କୁ ଜୋରଦାର ସ୍ୱାଗତ କଲେ ଫ୍ୟାନ୍ସ
ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଦିନିକିଆ ଲାଗି ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ଗେଟ୍ ସମ୍ମୁଖରେ କୁନି କୁନି ଫ୍ୟାନ୍ସଙ୍କ ପକ୍ଷରୁ ଫୁଲ ତୋଡ଼ା ଦେଇ ବିରାଟଙ୍କୁ ସ୍ୱାଗତ କରାଯାଇଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାର ଲାଗିଛି।ନଭେମ୍ବର ୩୦ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୩୪୯ର ବିଶାଳ ସ୍କୋର ଛିଡ଼ା କରିଥିଲା । ହେଲେ ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ହାର୍ ମାନି ନ ଥିଲା। ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରି ୩୩୨ରନ୍ କରିବାକୁ ସକ୍ଷମ ହୋଇଥିଲା । ସିରିଜ୍ ପ୍ରଥମ ମ୍ୟାଚ୍ର ହିରୋ ସାଜିଥିଲେ ବିରାଟ କୋହଲି । ନିଜର ୫୨ ତମ ଶତକ ହାସଲ କରି ବିରାଟ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି ନିଜର ୧୩୫ରନ୍ର ପାରିରେ ୧୧ଟି ଚୌକା ଓ ୭ଟି ଛକା ସାମିଲ ରହିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାୟପୁରର ସହିଦ ବିର୍ ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏବେସୁଦ୍ଧା କେବଳ ଏକମାତ୍ର ଦିନିକିଆ ଖେଳାଯାଇଛି । ଯାହାକୁ ଦୁଇ ବର୍ଷ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା ଭାରତ । ୨୦୨୩ ମସିହା ଜାନୁଆରୀ ୨୧ ତାରିଖରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ୍ । ୧୦୯ ରନକୁ ଚେଜ୍ କରୁଥିବା ଭାରତ ସହଜରେ ମୁକାବିଲା ଜିତି ନେଇଥିଲା । ଅନ୍ୟପଟେ ବୁଧବାର ରାୟପୁରରେ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ରାହୁଲ ସେନା ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories