Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କ୍ୟାଚ୍ ର ରାଜ୍ କହିଲେ ସୂର୍ଯ୍ୟକୁମାର...

Smruti Parija
Browse all articles by Smruti Parija
·2 years ago·3 min read
କ୍ୟାଚ୍ ର ରାଜ୍ କହିଲେ ସୂର୍ଯ୍ୟକୁମାର...

ଅର୍ଗସ ବ୍ୟୁରୋ: ସୂର୍ଯ୍ୟକୁମାର ୟାଦବ । କାଲିଠୁ ପ୍ରତିଟି ଭାରତୀୟଙ୍କ ମୁହଁରେ ତାଙ୍କ ନାଁ । ସବୁଠି ତାଙ୍କର ଭୁରି ଭୁରି ପ୍ରଶଂସା । ତାଙ୍କର ସେହି କ୍ୟାଚ୍ କୁ ନେଇ ଚର୍ଚ୍ଚା ବି ଜୋର୍ । ଭାରତର ରୋମାଞ୍ଚକର ବିଜୟ ସମସ୍ତଙ୍କ ମନରେ ଖୁସି ଭରିଦେଇଛି । ହେଲେ ମ୍ୟାଚ୍ ର ଏକ ସମୟ ଏମିତି ଥିଲା ଯେତେବେଳେ ଆମେ ପରାଜୟର ଖୁବ ନିକଟତର ଅନୁଭବ କରୁଥିଲୁ, ଏହି ମୁହୂର୍ତ୍ତରେ ସୂର୍ଯ୍ୟ କୁମାର ଯାଦବ ଆଗକୁ ଆସିଥିଲେ । ଡେଭିଡ୍ ମିଲର୍ ଙ୍କ ଅସମ୍ଭବ କ୍ୟାଚ୍ ଧରି ବାଜି ପଲଟାଇଦେଇଥିଲେ ।  

ଏହି ବିଜୟ ପଛରେ ସୂର୍ଯ୍ୟକୁମାରଙ୍କ ଏହି କ୍ୟାଚ୍ ପୁରା ଗେମ୍ ର ମୋଡ ବଦଳାଇଦେଇଥିଲା । ୱାର୍ଡ କପ୍ ଆଶା ବଢାଇଦେଇଥିଲା । ପ୍ରତିଟି ଭାରତୀୟଙ୍କ ଛାତି ଧକ୍ ଧକ୍ ହେଉଥିବାବେଳେ କ୍ୟାଚ୍ ଧରି ସୂର୍ଯ୍ୟକୁମାର ସମସ୍ତଙ୍କୁ ଖୁସି କରିଦେଇଥିଲେ । ସୂର୍ଯ୍ୟଙ୍କ ଭଳି ଚମକିଥିଲେ । 

 

ତେବେ ଏହି କ୍ୟାଚ୍ କୁ ନେଇ କିଛି ଖୁଲାସା କରିଛନ୍ତି ସୂର୍ଯ୍ୟକୁମାର । ସେ କହିଛନ୍ତି ଏହି ରୋମାଞ୍ଚକର ବିଜୟ ପରେ ମୁଁ ମୋ ପତ୍ନୀଙ୍କୁ ଧରି ଖୁବ କାନ୍ଦିଛି । କ୍ୟାଚ୍ ଧରିବାର ସେହି ମୁହୂର୍ତ୍ତ ବା ସେହି 3 - 4 ସେକେଣ୍ଡ କିଛି ଭାବିନଥିଲି । ମତେ ବାସ୍ ମୋ କାମ ପୁରା ପରଫେକ୍ଟ ୱେରେ କରିବାର ଥିଲା । ହେଲେ ସେହି କ୍ୟାଚ୍ କେଲେ ଜରୁରୀ ଥିଲା ତାହା ଏବେ ଜଣାପଡୁଛି । ଯାହା ବି ହେଇଛି ଖୁବ ଭଲ ହେଇଛି । ଆଉ ଏଥିପାଇଁ ଆମେ ସମସ୍ତେ ଖୁବ ପରିଶ୍ରମ ବି କରିଛୁ । ଏଥର ଆମେ ଫିଲ୍ଡିଂ କୁ ନେଇ ଖୁବ ପ୍ରାକ୍ଟିସ୍ କରିଥିଲୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ସୂର୍ଯ୍ୟକୁମାର କହିଛନ୍ତି ଯେ, 2023 worldcup ସମୟରେ ଯେତେବେଳେ ଆମେ ଖେଳୁଥିଲୁ ଫାଇନାଲ ଦିନ ଆମ ପରିବାର ଲୋକ ସବୁ ଆସିଥିଲେ । ଯେତେବେଳେ ଆମେ ବସ୍ ରେ ବସି ଗ୍ରାଉଣ୍ଡ ଯାଉଥିଲୁ ଲାଗୁଥିଲା ଯେମିତି ଆମେ ବାସ୍ ଯିବୁ ଆଉ ଟ୍ରଫି ଆଣିବୁ । ପୁରା ମାହୋଲ ଗୋଟେ ତିଆରି ହୋଇଥିଲା । 

ହେଲେ ଏଥର ଟୁର୍ଣ୍ଣାମେଣ୍ଟ ଷ୍ଟାର୍ଟ ହେବା ଦିନଠୁ ଆମେ ଏହାକୁ ନେଇ ବେଶୀ କଥାବାର୍ତ୍ତା କରୁନଥିଲୁ । ମାହୋଲ୍ କୁ ପୁରା ରିଲାକ୍ସ ରଖିଥିଲୁ । ଏଥର ମୋଟୋ ଥିଲା ଯେଉଁଠି ଆମେ ପାଦ ରଖିବୁ ସେଠି ଆମର ବୁଦ୍ଧି ବି ଲଗାଇବୁ । ଆମେ ଗୋଟେ ବି ଷ୍ଟେପ୍ ଆଗକୁ ଭାବିନଥିଲୁ । କି ଆମେ ସେମିଫାଇନାଲ୍ ରେ କେମିତି ଖେଳିବୁ । ଫାଇନାଲ୍ କୁ ପହଞ୍ଚିଲେ କଣ ଷ୍ଟ୍ରାଟଜି ରହିବ । ଏଥର ଆମେ ଯେଉଁଠି ଥିଲୁ ବାସ୍ ତା ବିଷୟରେ ଭାବୁଥିଲୁ । 

ପୂର୍ବ ଥର କରିଥିଲା କିଛି ଭୂଲ୍ ରୁ ଆମେ ଅନେକ କିଛି ଶିକ୍ଷିବାକୁ ପାଇଥିଲୁ । ସେଥିପାଇଁ ମିଟିଂ ରେ ଏହା ନିଷ୍ପତ୍ତି ନେଇଥିଲୁ ଏଥର ମ୍ୟାଚ୍ ରେ ପୂର୍ବରୁ କରିଥିବା ଭୂଲ୍ ଯେମିତି ନହୁଏ । ସେଥିପାଇଁ ସ୍ଥିର କରିଥିଲୁ ପରିସ୍ଥିତି ଯାହା ବି ହେଉ, ସ୍କୋର୍ ଯାହା ବି ହେଉ ଆମେ ଏକାଗ୍ରତାର ସହ କ୍ରିକେଟ୍ ଖେଳିବୁ ।  ଆଉ ଆଜିର ଏହି ମୁହୂର୍ତ୍ତ ପ୍ରତି ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତର ରୋମାଞ୍ଚକର ବିଜୟ ଆଜି ପ୍ରତିଟି ଭାରତୀୟଙ୍କ ଆଖିରେ ଝଲସୁଛି ।  

ତେବେ ସୂର୍ଯ୍ୟକୁମାରଙ୍କ କ୍ୟାଚ୍ 1983 ମସିହା ୱାର୍ଡ କପ୍ କଥା ମନେ ପକାଇଦେଇଥିଲା । 1983 ରେ ଯେବେ ଭାରତ ବିଶ୍ୱକପ ଜିତିଥିଲା, ସେତେବେଳେ କ୍ୟାପଟେନ୍ କପିଳ ଦେବ ଏମିତି ଏକ ଅସମ୍ଭବ କ୍ୟାଚ୍ ଧରିଥିଲେ । ଯାହା ପୁରା ଗେମ୍ ଚେଞ୍ଜ୍ କରିଦେଇଥିଲା । ଆଉ ଭାରତ ବିଜୟର ସ୍ୱାଦ ଚାଖିଥିଲା । ସେତେବେଳେ କୁହାଯାଉଥିଲା କପିଳ ଦେବ ଖାଲି ବଲ୍ କ୍ୟାଚ୍ କରିନଥିଲେ...ବରଂ worldcup କ୍ୟାଚ୍ କରିନଇଥିଲେ ।   

ଆହୁରି ପଢନ୍ତୁ ଖେଳ ଖବର....
 

Sponsored
ind-vs-sa-final-live-t20-world-cup-2024-surya-kumar-yadav-repeats-kapil-dev-moment | Argus News