Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs South Africa / ଅହମ୍ମଦାବାଦ ଭରସାରେ ଭାରତ, ସିରିଜ୍‌ ଜିତିବାକୁ ପ୍ରସ୍ତୁତ

Babita Behera
Browse all articles by Babita Behera
·6 months ago·2 min read
ଅହମ୍ମଦାବାଦ ଭରସାରେ ଭାରତ, ସିରିଜ୍‌ ଜିତିବାକୁ ପ୍ରସ୍ତୁତ
India vs South Africa T20

Key Points

- ଟି-୨୦ ମ୍ୟାଚ୍‌ରେ ଅହମ୍ମଦାବାଦ ଷ୍ଟାଡିୟମ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ସାତଟି ମ୍ୟାଚ୍‌ରୁ ଭାରତ ପାଞ୍ଚଟି ବିଜୟ ଲାଭ କରିଛି ।
- ଲକ୍ଷ୍ମୈାର ଇକାନା ଷ୍ଟାଡିୟମ୍‌ରେ ଅତ୍ୟଧିକ କୁହୁଡି କାରଣରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚତୁର୍ଥ ମ୍ୟାଚ୍‌ ବାତିଲ ହୋଇଯାଇଛି ।
- ପଞ୍ଚମ ବା ଶେଷ ଟି-୨୦ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଶୁକ୍ରବାର ଦିନ ଖେଳାଯିବ।
ଅହମ୍ମଦାବାଦ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ଟିକିଆ ଟି-୨୦ ସିରିଜର ଚତୁର୍ଥ ମୁକାବିଲା ବୁଧବାର ଦିନ ଲକ୍ଷ୍ନୈାରେ ଖେଳାଯିବାର ଥିଲା କିନ୍ତୁ ଅତ୍ୟଧିକ ଘନକୁହୁଡି ହେତୁ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା । ଏହି ପାଞ୍ଚ ଟିକିଆ ସିରିଜର ଶେଷ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ । ଭାରତୀୟ ଦଳର ଏହି ଷ୍ଟାଡିୟମ୍‌ରେ ଦମ୍‌ଦାର ପ୍ରଦର୍ଶନ ରହିଛି । ଏହି ଷ୍ଟାଡିୟମ୍‌ରେ ଟି- ୨୦ ମ୍ୟାଚ୍‌ରେ ଭାରତୀୟ ଦଳ କେବଳ ଇଂଲଣ୍ଡଠାରୁ ପରାଜୟ ହୋଇଛି । ଆଶା କରାଯାଉଛି କି ଭାରତ ଏହି ସିରିଜ୍‌କୁ ନିଜ ନାମରେ କରିବ ।

ଭାରତୀୟ କ୍ରିକେଟ୍‌ ଦଳ ଅହମ୍ମଦାବାଦ୍‌ରେ ୭ ଟି-୨୦ ମ୍ୟାଚ୍ ଖେଳିଛି । ଯେଉଁଥିରେ ୫ ଟି-୨୦ ମ୍ୟାଚ୍‌ ବିଜୟ ଲାଭ କରିଛି । ଅନ୍ୟ ଦୁଇଟି ମ୍ୟାଚ୍‌ ଭାରତ ସପକ୍ଷରେ ଯାଇନାହିଁ । ଏହି ଦୁଇଟି ମ୍ୟାଚ୍‌ ଇଂଲଣ୍ଡ ବିଜୟ ଲାଭ କରିଥିଲା । ଏହିଆଧାରରୁ ଜଣାଯାଉଛି ଯେ, ଭାରତୀୟ ଦଳ ଅହମ୍ମଦାବଦ୍‌ରେ ସିରିଜ୍‌ ନିଜ ନାମରେ କରିବ ।

ଏହି ସିରିଜ୍‌ରେ ଭାରତୀୟ ଦଳ ୨-୧ରେ ଆଗୁଆ ଅଛି । ପ୍ରଥମ ଏବଂ ତୃତୀୟ ମ୍ୟାଚ୍‌ ଜିତିଥିବା ଭାରତୀୟ ଦଳ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ପରାଜୟର ସାମନା କରିଥିଲା । ଯଦି ଶେଷ ମୁକାବିଲା ଦକ୍ଷିଣ ଆଫ୍ରିକା ବିଜୟ ହୁଏ ତେବେ ସିରିଜ ଡ୍ର ହୋଇଯିବ ।

ଅହମ୍ମଦାବାଦ୍‌ରେ ଭାରତୀୟ ଦଳର ନଜର କ୍ୟାପଟେନ୍‌ ସୂର୍ଯ୍ୟକୁମାରଙ୍କ ଉପରେ ରହିବ । ଚଳିତ ବର୍ଷ ସୂର୍ଯ୍ୟକୁମାରଙ୍କ ପର୍‌ଫରମାନ୍ସ ବହୁତ ଖରାପ ରହିଛି । ବିଗତ ୨୦ ଇଂନିସ୍‌ରେ ତାଙ୍କ ବ୍ୟାଟ୍‌ରୁ ଗୋଟିଏ ବି ଅର୍ଦ୍ଧଶତକ ଦେଖିବାକୁ ମିଳିନାହିଁ । ଅହମ୍ମଦାବାଦ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ବୋଲି ଜଣାଯାଏ । ଯାହାକି ଏଠାରେ ସୂର୍ଯ୍ୟକୁମାର ଗୋଟିଏ ବଡ ପାଳି ଖେଳି ନିଜ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ: https://argusnews.in/tag/fog-cancels-cricket-match

ଆହତ ଶୁଭମନ୍‌ ଗିଲ୍‌ ଅହମ୍ମଦାବାଦ୍‌ ଟି-୨୦ ମ୍ୟାଚ୍‌ରେ ଖେଳିବା ସମ୍ଭାବନା ବହୁତ କମ୍‌ ରହିଛି । ସେଥିପାଇଁ ପଞ୍ଚମ ଟି-୨୦ ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନଙ୍କ ଉପରେ ସମସ୍ତଙ୍କ ନଜର । ସଞ୍ଜୁ ସାମ୍‌ସନ ଲକ୍ଷ୍ନୈାରେ ଖେଳିବାର ସମ୍ଭାବନା ମଧ୍ୟ ଥିଲା । କିନ୍ତୁ ଏହି ମ୍ୟାଚ୍‌ ବାତିଲ ହେବା କାରଣରୁ ସେ ଗୋଟିଏ ଚାନ୍ସ ହରାଇଥିଲେ । ଯଦି ଅହମ୍ମଦାବାଦ୍‌ରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ଖେଳିବାକୁ ସୁଯୋଗ ମିଳେ ତେବେ ଏକ ବଡ ପାଳି ଖେଳି ଦଳରେ ନିଜ ସ୍ଥାନ ପକ୍କା କରିବେ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs South Africa Final T20: India Eye Series Win in Ahmedabad | Argus News