Virat Kohli / ବିଶାଖାପାଟନମରେ ହ୍ୟାଟ୍ରିକ୍ ଶତକ କରିବେ କି କୋହଲି?
·9 months ago·2 min read

Key Points
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଶେଷ ଦିନିକିଆ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ବିଶାଖାପାଟଣାରେ ଅନୁଷ୍ଠିତ ହେବ। ପୁଣି ଥରେ ବିରାଟ କୋହଲିଙ୍କ ପାଖରେ ସାତ ବର୍ଷର ଇତିହାସକୁ ପୁନରାବୃତ୍ତି କରିବାର ସୁଯୋଗ ଅଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦୁଇଟି ମ୍ୟାଚ୍ରେ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିଛନ୍ତି। ସେ ଉଭୟ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି ଏବଂ ଏବେ ତାଙ୍କ ପାଖରେ ଶତକର ହ୍ୟାଟ୍ରିକ୍ ହାସଲ କରିବାର ସୁଯୋଗ ଅଛି। ଏହା ଜମା ସହଜ ନୁହେଁ, ଏବଂ କ୍ରିକେଟ୍ ଇତିହାସରେ କେବଳ ୧୩ ଜଣ ଏହାକୁ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଶେଷ ଦିନିକିଆ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ବିଶାଖାପାଟଣାରେ ଅନୁଷ୍ଠିତ ହେବ। ପୁଣି ଥରେ ବିରାଟ କୋହଲିଙ୍କ ପାଖରେ ସାତ ବର୍ଷର ଇତିହାସକୁ ପୁନରାବୃତ୍ତି କରିବାର ସୁଯୋଗ ଅଛି।
୨୦୧୮ରେ ବିରାଟ କୋହଲି ହ୍ୟାଟ୍ରିକ୍ ସେଞ୍ଚୁରୀ ମାରିଥିଲେ
ODI କ୍ରିକେଟରେ ସର୍ବାଧିକ ଶତକ କରିବାରେ ବିରାଟ କୋହଲିଙ୍କ ନିକଟତର କେହି ନୁହଁନ୍ତି। ସେ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ତିନୋଟି ମ୍ୟାଚରେ ଶତକ ମାରିଥିଲେ। ୨୦୧୮ରେ, ବିରାଟ ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଥିଲେ। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ୍ ସମୟରେ ଏହି ଐତିହାସିକ ସଫଳତା ହାସଲ କରିଥିଲେ। ସେ ୨୦୧୮ ମସିହା ଅକ୍ଟୋବର ୨୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୪୦ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ।
ଅଧିକ ପଢ଼ନ୍ତୁ : ବିରାଟ କୋହଲିଙ୍କ ଶତକରେ ପ୍ରେମ ବର୍ଷା କଲେ ଅନୁଷ୍କା ଶର୍ମା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୨୪ ତାରିଖରେ ବିରାଟ ବିଶାଖାପାଟଣାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅପରାଜିତ ୧୫୭ ରନ୍ କରିଥିଲେ। ତା’ପରେ କୋହଲି ଅକ୍ଟୋବର ୨୭ ତାରିଖରେ ଆଉ ଏକ ଶତକ ହାସଲ କରିଥିଲେ। ସେହିପରି ପୁନେରେ ଅନୁଷ୍ଠିତ ମ୍ୟାଚ୍ରେ ୧୦୭ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହା ସହିତ, ବିରାଟ କ୍ରମାଗତ ତିନୋଟି ଦିନିକିଆ ଇନିଂସରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ କୋହଲିଙ୍କ ଜଲଓ୍ବା
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ODI ସିରିଜରେ ବିରାଟ କୋହଲି ହଇଚଇ ସୃଷ୍ଟି କରୁଛନ୍ତି। ନଭେମ୍ବର 22, 2025 ରେ, ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ 135 ରନ କରିଥିଲେ, ଏବଂ ରାୟପୁରରେ ଦ୍ୱିତୀୟ ODI ରେ ସେ 102 ରନ କରିଥିଲେ। ବର୍ତ୍ତମାନ, ତୃତୀୟ ODI ବିଶାଖାପାଟଣାରେ ଖେଳାଯିବ ଏଥିପାଇଁ ଫ୍ୟାନ୍ସମାନେ ଏକ୍ସାଇଟେଡ। ଆଉ ଫ୍ୟାନମାନେ ଚାହୁଁଛନ୍ତି ବିରାଟ ଆଉ ଏକ ଶତକ ମାରନ୍ତୁ। ବିରାଟଙ୍କର ବର୍ତ୍ତମାନ ଯେଉଁ ପ୍ରକାର ଫର୍ମ ରହିଛି ତାଙ୍କୁ ଅଟକାଇବା ଅତ୍ୟନ୍ତ କଷ୍ଟକର ହେବ।
ଅଧିକ ପଢ଼ନ୍ତୁ : ଦିନିକିଆରେ କୋହଲିଙ୍କ ୫୩ ତମ ଦିନିକିଆ ଶତକ, ରାଞ୍ଚି ପରେ ରାୟପୁରରେ ଦିନିକିଆରେ କଲେ ଧମାଲ୍
ସେହିପରି ରାଞ୍ଚି ଦିନିକିଆରେ ଏକ ଚମତ୍କାର ଶତକ ସହିତ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। କିନ୍ତୁ ରାୟପୁରରେ ସେ ଏପରି କିଛି କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ବିରାଟ କୋହଲି ରାୟପୁର ଦିନିକିଆରେ ଏକ ଛକା ମାରି ନିଜର ଖାତା ଖୋଲିଥିଲେ। ଏହା ତାଙ୍କର ସାଧାରଣ ଶୈଳୀରୁ ଏକ ଭିନ୍ନ ଦୃଶ୍ୟ ଥିଲା। ଏହାସହ ପ୍ରଥମଥର ସେ ଦିନିକିଆରେ ଛକା ମାରି ଖାତା ଖୋଲିଥିଲେ। ସାଧାରଣତଃ, କୋହଲି ସିଙ୍ଗଲ୍ସ, ଡବଲ୍ସ କିମ୍ବା ଚୌକା ସହିତ ନିଜର ଖାତା ଖୋଲିଥାନ୍ତି। କିନ୍ତୁ ରାୟପୁରରେ ଏକ ଉଲ୍ଲେଖନୀୟ ସଟ ସହିତ ପ୍ରଥମ ରନ କରିଥିଲେ। ରାୟପୁର ଷ୍ଟାଡିୟମ ବି କୋହଲିଙ୍କ ସଟ୍ ଦେଖି ଇମୋସନଲ ହୋଇଯାଇଥିଲେ। ଫ୍ୟାନ୍ସ ମାନେ ଅଲଗା ପ୍ରକାର ଖୁସି ହୋଇଥିଲେ। ଆଉ ଏବେ ବିଶାଖାପାଟନମ ପିଚ୍ରେ କଣ କମାଲ କରିବେ ତାହା ଦେଖିବାକୁ ବାକି ରହିଲା।

Related Topics
Explore more stories