Anuj Srivathri / ଭାରତର ୧୦୦ତମ ଗ୍ରାଣ୍ଡମାଷ୍ଟର ଅନୁଜ ଶ୍ରୀଭାତ୍ରୀ, ଚେସ୍ ଜଗତରେ ରଚିଲେ ଇତିହାସ
·2 hours ago·2 min read

Key Points
ଭାରତୀୟ ଚେସ୍ ଜଗତ ପାଇଁ ଗର୍ବର ମୁହୂର୍ତ୍ତ
ଦେଶକୁ ମିଳିଛନ୍ତି ୧୦୦ତମ ଗ୍ରାଣ୍ଡମାଷ୍ଟର
ଦେଶକୁ ମିଳିଛନ୍ତି ୧୦୦ତମ ଗ୍ରାଣ୍ଡମାଷ୍ଟର
ଭାରତୀୟ ଚେସ୍ ଜଗତ ପାଇଁ ଗର୍ବର ମୁହୂର୍ତ୍ତ। ଦେଶକୁ ମିଳିଛନ୍ତି ୧୦୦ତମ ଗ୍ରାଣ୍ଡମାଷ୍ଟର। ମଧ୍ୟପ୍ରଦେଶର ୨୨ ବର୍ଷୀୟ ଚେସ୍ ଖେଳାଳି ଅନୁଜ ଶ୍ରୀଭାତ୍ରୀ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଫିଲିପାଇନ୍ସରେ ଆୟୋଜିତ ୭ମ Asean Plus Individual Open Chess Championship ଜିତି ସେ ଭାରତର ୧୦୦ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ଏହା ସହିତ ମଧ୍ୟପ୍ରଦେଶର ପ୍ରଥମ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ମଧ୍ୟ ହାସଲ କରିଛନ୍ତି। ଅନୁଜଙ୍କ ଏହି ସଫଳତାକୁ ନେଇ ସାରା ଦେଶରେ ଖୁସିର ମାହୋଲ ଖେଳିଯାଇଛି।
ଫିଲିପାଇନ୍ସର ଓଜାମିଜ୍ ସିଟିରେ ଅନୁଷ୍ଠିତ ଏହି ଚେସ୍ ପ୍ରତିଯୋଗିତାରେ ଅନୁଜଙ୍କ ଆରମ୍ଭ ଭଲ ନଥିଲା। ପ୍ରଥମ ରାଉଣ୍ଡରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଏହି ପରାଜୟ ତାଙ୍କ ମନୋବଳକୁ ଭାଙ୍ଗି ପାରି ନଥିଲା। ବରଂ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।
୯ଟି ରାଉଣ୍ଡରୁ ମୋଟ ୭ ପଏଣ୍ଟ ହାସଲ କରି ସେ ଟୁର୍ଣ୍ଣାମେଣ୍ଟର ଶୀର୍ଷ ସ୍ଥାନରେ ରହିଥିଲେ। ଏହି ବିଜୟ ସହିତ ସେ ସିଧାସଳଖ ଗ୍ରାଣ୍ଡମାଷ୍ଟର ଟାଇଟଲ୍ ହାସଲ କରିଥିଲେ। ଏହି ପ୍ରତିଯୋଗିତାର ସ୍ୱତନ୍ତ୍ର ନିୟମ ଅନୁଯାୟୀ, ବିଜେତାଙ୍କୁ ସିଧାସଳଖ ଗ୍ରାଣ୍ଡମାଷ୍ଟର ଟାଇଟଲ୍ ପ୍ରଦାନ କରାଯାଇଥାଏ।
ମଧ୍ୟପ୍ରଦେଶର କଟନୀରେ ଜନ୍ମଗ୍ରହଣ କରିଥିବା ଅନୁଜଙ୍କ ଚେସ୍ ଯାତ୍ରା ଖୁବ୍ କମ୍ ବୟସରୁ ଆରମ୍ଭ ହୋଇଥିଲା। ମାତ୍ର ୭ ବର୍ଷ ବୟସରେ ସେ ଚେସ୍ ଖେଳିବା ଆରମ୍ଭ କରିଥିଲେ। ନିୟମିତ ଅଭ୍ୟାସ, ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସେ ଧୀରେ ଧୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିଲେ।
- ପ୍ରଥମ ମ୍ୟାଚରେ ହାରି ମଧ୍ୟ ସଫଳତା ହାସଲ କରିଥିଲେ

- ୭ବର୍ଷ ବୟସରୁ ଚେସ ପ୍ରତି ଆଗ୍ରହ ଥିଲା
ମଧ୍ୟପ୍ରଦେଶର କଟନୀରେ ଜନ୍ମଗ୍ରହଣ କରିଥିବା ଅନୁଜଙ୍କ ଚେସ୍ ଯାତ୍ରା ଖୁବ୍ କମ୍ ବୟସରୁ ଆରମ୍ଭ ହୋଇଥିଲା। ମାତ୍ର ୭ ବର୍ଷ ବୟସରେ ସେ ଚେସ୍ ଖେଳିବା ଆରମ୍ଭ କରିଥିଲେ। ନିୟମିତ ଅଭ୍ୟାସ, ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସେ ଧୀରେ ଧୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୦ ମସିହାରେ ସେ ଇଣ୍ଟରନ୍ୟାସନାଲ ମାଷ୍ଟର (IM) ଟାଇଟଲ୍ ହାସଲ କରିଥିଲେ। ଏହାପରେ ତାଙ୍କ ଲକ୍ଷ୍ୟ ଥିଲା ଗ୍ରାଣ୍ଡମାଷ୍ଟର ହେବା। ଶେଷରେ ଦୀର୍ଘ ଦିନର ପରିଶ୍ରମର ଫଳ ତାଙ୍କୁ ମିଳିଛି।
ଅନୁଜ କେବଳ ଚେସ୍ ଖେଳରେ ନୁହେଁ, ପାଠପଢ଼ାରେ ମଧ୍ୟ ଆଗୁଆ ଥିଲେ। ସେ Lovely Professional Universityରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ମେସିନ୍ ଲର୍ଣ୍ଣିଂରେ ବିଟେକ୍ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ଜର୍ମାନୀର ଏକ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରିବାର ସୁଯୋଗ ମଧ୍ୟ ପାଇଥିଲେ।
କିନ୍ତୁ ଚେସ୍ ପ୍ରତି ଥିବା ତାଙ୍କର ଭଲପାଇବା ଏବଂ ଗ୍ରାଣ୍ଡମାଷ୍ଟର ହେବାର ସ୍ୱପ୍ନ ତାଙ୍କୁ ଏହି ଖେଳ ପ୍ରତି ଅଧିକ ଆକର୍ଷିତ କରିଥିଲା। ଶେଷରେ ସେ ଚାକିରି ଅପେକ୍ଷା ନିଜ ଚେସ୍ କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦେଇଥିଲେ।
ଭାରତୀୟ ଚେସ୍ ଇତିହାସରେ ଏହା ଏକ ସ୍ମରଣୀୟ ମାଇଲଖୁଣ୍ଟ। ୧୯୮୮ ମସିହାରେ ବିଶ୍ୱନାଥନ ଆନନ୍ଦ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ହୋଇଥିଲେ। ତାଙ୍କଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ୧୦୦ରେ ପହଞ୍ଚିଛି। ପ୍ରାୟ ୩୮ ବର୍ଷ ପରେ ଅନୁଜ ଶ୍ରୀଭାତ୍ରୀ ଭାରତର ୧୦୦ତମ ଗ୍ରାଣ୍ଡମାଷ୍ଟର ହୋଇ ଇତିହାସ ରଚିଛନ୍ତି। ଅନୁଜଙ୍କ ଏହି ଉପଲବ୍ଧିକୁ ନେଇ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (AICF)ର ସଭାପତି ନିତିନ ନାରଙ୍ଗ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଭାରତୀୟ ଚେସ୍ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଏପରିକି ଆଗାମୀ ଦିନରେ ଭାରତ ୨୦୦ ଗ୍ରାଣ୍ଡମାଷ୍ଟର ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି।
ଅନୁଜଙ୍କ ଏହି ସଫଳତା କେବଳ ମଧ୍ୟପ୍ରଦେଶ ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଗର୍ବର ବିଷୟ। ତାଙ୍କର ସଂଘର୍ଷ, ନିଷ୍ଠା ଓ ଦୃଢ଼ ମନୋବଳ ଆଗାମୀ ପିଢ଼ିର ଚେସ୍ ଖେଳାଳିଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।
- ଇଞ୍ଜିନିୟରିଂ ପାଠ ସହ ଚେସରେ ରୁଚି ଥିଲା

- ବିଶ୍ବନାଥନ ଆନନ୍ଦଙ୍କଠାରୁ ଆରମ୍ଭ, ଅନୁଜଙ୍କ ସହ ଶତକ
ଭାରତୀୟ ଚେସ୍ ଇତିହାସରେ ଏହା ଏକ ସ୍ମରଣୀୟ ମାଇଲଖୁଣ୍ଟ। ୧୯୮୮ ମସିହାରେ ବିଶ୍ୱନାଥନ ଆନନ୍ଦ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ହୋଇଥିଲେ। ତାଙ୍କଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ୧୦୦ରେ ପହଞ୍ଚିଛି। ପ୍ରାୟ ୩୮ ବର୍ଷ ପରେ ଅନୁଜ ଶ୍ରୀଭାତ୍ରୀ ଭାରତର ୧୦୦ତମ ଗ୍ରାଣ୍ଡମାଷ୍ଟର ହୋଇ ଇତିହାସ ରଚିଛନ୍ତି। ଅନୁଜଙ୍କ ଏହି ଉପଲବ୍ଧିକୁ ନେଇ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (AICF)ର ସଭାପତି ନିତିନ ନାରଙ୍ଗ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଭାରତୀୟ ଚେସ୍ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଏପରିକି ଆଗାମୀ ଦିନରେ ଭାରତ ୨୦୦ ଗ୍ରାଣ୍ଡମାଷ୍ଟର ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି।
ଅନୁଜଙ୍କ ଏହି ସଫଳତା କେବଳ ମଧ୍ୟପ୍ରଦେଶ ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଗର୍ବର ବିଷୟ। ତାଙ୍କର ସଂଘର୍ଷ, ନିଷ୍ଠା ଓ ଦୃଢ଼ ମନୋବଳ ଆଗାମୀ ପିଢ଼ିର ଚେସ୍ ଖେଳାଳିଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।
Related Topics
Explore more stories