Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

WorldCup Latest News / ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ପରେ ୧୩୧ କୋଟିର ପୁରସ୍କାର ଘୋଷଣା କଲା ବିସିସିଆଇ

Ritu Das
Browse all articles by Ritu Das
·4 months ago·2 min read
ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ପରେ ୧୩୧ କୋଟିର ପୁରସ୍କାର ଘୋଷଣା କଲା ବିସିସିଆଇ
India

Key Points

ଟିମ୍ ଇଣ୍ଡିଆ ପାଇଁ ମୋଟ ୧୩୧ କୋଟି ଟଙ୍କା ଘୋଷଣା କରିଛି ବିସିସିଆଇ । ବିସିସିଆଇ ସଚିବଙ୍କ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି।
ଟିମ ଇଣ୍ଡିଆ ଉପରେ ଟଙ୍କା ବର୍ଷା କଲା ବିସିସିଆଇ। ଏନେଇ ବିସିସିଆଇ ବଡ଼ ଘୋଷଣା କରିଛି । ମାର୍ଚ୍ଚ ୮ ତାରିଖରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା। ଭାରତୀୟ ଦଳ ଆଇସିସିରୁ ପାଇବାକୁ ଥିବା ପୁରସ୍କାର ରାଶି ପାଇସାରିଛି ଏବଂ ଏବେ ବିସିସିଆଇ ମଧ୍ୟ ତାର ରାଜକୋଷ ଖୋଲି ଦେଇଛି। ଟିମ୍ ଇଣ୍ଡିଆ ପାଇଁ ମୋଟ ୧୩୧ କୋଟି ଟଙ୍କା ଘୋଷଣା କରିଛି ବିସିସିଆଇ । ବିସିସିଆଇ ସଚିବଙ୍କ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି।



ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ୨୦୨୬ରେ ପ୍ରଭାବଶାଳୀ ଅଭିଯାନ ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି।

ଦେବଜିତ ସାଇକିଆ ଏହା ମଧ୍ୟ ଲେଖିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା।ଏହି ବିଜୟ ସହିତ, ଭାରତ କେବଳ ସଫଳତାର ସହ ନିଜର ଟାଇଟଲ ରକ୍ଷା କରିନାହିଁ ବରଂ ଇତିହାସରେ ପ୍ରଥମ ଦଳ ଭାବରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ବଜାୟ ରଖିଛି । ଏହି ବିଜୟ ସହିତ, ଭାରତ ତିନି ଥର ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଜିତିଥିବା ପ୍ରଥମ ଦଳ ହୋଇ ଏହି ଫର୍ମାଟର ଇତିହାସରେ ସବୁଠାରୁ ସଫଳ ଦଳ ଭାବରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିଛି। ସାଇକିଆ ଏହା ମଧ୍ୟ କହିଛନ୍ତି ଯେ ବୋର୍ଡ ପୁଣିଥରେ ଏହି ଐତିହାସିକ ସଫଳତା ପାଇଁ ଖେଳାଳି, ସହାୟକ କର୍ମଚାରୀ ଏବଂ ଚୟନକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତରେ ସେମାନଙ୍କର ସଫଳତା ପାଇଁ କାମନା କରୁଛି ।

ଏଥିସହ ପଢ଼ନ୍ତୁ: "ଗର୍ଲଫ୍ରେଣ୍ଡ ନୁହେଁ ସେ ମୋ ପତ୍ନୀ..." ବିଶ୍ବକପ ଗ୍ରାଉଣ୍ଡରେ ହାର୍ଦ୍ଦିକ ଖୋଲାଖୋଲି ଭାବେ ହୃଦୟର କଥା କହିଲେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BCCI Announces ₹131 Crore Reward After Team India’s Historic T20 World Cup Triumph | Argus News