Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବାଂଲାଦେଶକୁ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ଭାରତ

Ritu Das
Browse all articles by Ritu Das
·1 year ago·1 min read
ବାଂଲାଦେଶକୁ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ଭାରତ

ଅର୍ଗସ ବ୍ୟୁରୋ: ଶୁକ୍ରବାର ଭାରତ- ବାଂଲାଦେଶ ଦ୍ୱିତୀୟ ଟେଷ୍ଟ କାନପୁରରେ ଆରମ୍ଭ ହେବ । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶ ଟିମକୁ କ୍ଲିନ୍ ସ୍ୱିପ୍ କରିବାର ଲକ୍ଷ୍ୟ ରଖିଛି। ସକାଳ ୯ଟା ୩୦ରୁ ଏହି ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟକୁ ଭାରତ ୧-୦ର ବଡ଼ ବ୍ୟବଧାନରେ ଜିତି ଅପରାଜେୟ ଲିଡ୍ ନେଇଛି । ତେବେ ବର୍ଷା ଯୋଗୁଁ ଖେଳ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଆଜି ବାଂଲାଦେଶ ବିପକ୍ଷରେ ଘରୋଇ ଭାରତ ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ଉଭୟଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍ ଚେନ୍ନାଇରେ ହୋଇଥିବା ବେଳେ ୨ୟ ତଥା ଶେଷ ମ୍ୟାଚ୍ କାନପୁରରେ ଖେଳିବ । ୨୦୧୨ ପରଠାରୁ ଭାରତ ନିଜ ମାଟିରେ ଟେଷ୍ଟ ଶୃଙ୍ଖଳା ହାରି ନାହିଁ । ବର୍ତ୍ତମାନ କ୍ରମାଗତ ୧୮ତମ ସିରିଜ୍ ବିଜୟ ଲକ୍ଷ ରଖିଛି ଭାରତୀୟ ଟିମ୍ । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବାଂଲାଦେଶ  ଦ୍ରୂତ ବୋଲର ଭାରତ ଉପରେ ଚାପ ପକାଇଥିଲେ । 

କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଯେପରି ପ୍ରତ୍ୟାବର୍ତ୍ତନ କରିଥିଲା ଘରୋଇ ମାଟିରେ ଭାରତୀୟ ଟିମର ଦବଦବା ସ୍ୱଷ୍ଟ ବାରି ହୋଇପଡ଼ୁଥିଲା । ପ୍ରାଥମିକ ସୂତ୍ରରୁ ପ୍ରକାଶ କି ଚେନ୍ନାଇ ପିଚ୍ ତୁଳନାରେ ଗ୍ରୀନ୍ ପାର୍କର ପିଚ୍ ଅଧିକ ଫ୍ଲାଟ୍ ରହିବ ଏବଂ ଟେଷ୍ଟର ଅଗ୍ରଗତି ସହ ବାଉନ୍ସ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଭାରତୀୟ ପ୍ରଶଂସକମାନେ ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ନେଇ ଅଧିକ ଆଶାୟୀ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
India aiming | Argus News