Videos
|
Sports

କାଲି ନେଟ୍ ପ୍ରାକ୍ଟିସ୍ ପାଇଁ ଯିବେ ଉଭୟ ଦଳର ଖେଳାଳି

Smruti Parija
Browse all articles by Smruti Parija
·1 year ago·1 min read
କାଲି ନେଟ୍ ପ୍ରାକ୍ଟିସ୍ ପାଇଁ ଯିବେ ଉଭୟ ଦଳର ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱରରେ ଟିମ୍ ଇଣ୍ଡିଆ । ବାରବାଟୀରେ ହେବାକୁ ଥିବା ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଉଭୟ ଦଳର ଖେଳାଳି । ଭୁବନେଶ୍ୱର ବିମାନ ବନ୍ଦରରୁ ମେ ଫେୟାର ଯାଇଛନ୍ତି ଖେଳାଳି । କମିଶନରେଟ୍ ପୋଲିସ ପକ୍ଷରୁ ଏସକର୍ଟ କରି ମେ ଫେୟାର ନିଆଯାଇଛି । ସେଠାରେ ରାତ୍ରି ଯାପନ କରିବା ପରେ ଆସନ୍ତାକାଲି ଅଭ୍ୟାସ ପାଇଁ ବାରବାଟୀ ଯିବେ ଉଭୟ ଦଳର ଖେଳାଳି । ଖେଳାଳିଙ୍କୁ ସ୍ୱାଗତ ପାଇଁ ମେ ଫେୟାର ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି ।


ଖେଳାଳିଙ୍କ ରହିବାଠୁ ଆରମ୍ଭ କରି ଖାଇବା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ତେବେ ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ୍ କୁ ନେଇ କ୍ରିକେଟ୍ ପ୍ରେମୀ ଖୁବ ଉତ୍ସାହିତ ଅଛନ୍ତି ।


Cricket: ବାରବାଟୀରେ କାହାର ପଲ୍ଲା ଭାରି ? କିଏ ଜିତିବ ଏଥର ମ୍ୟାଚ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଂଲଣ୍ଡ ଖେଳାଳିମାନେ ଅପରାହଣ 1 ରୁ 4 ଏବଂ ଭାରତୀୟ ଦଳ 4 ରୁ 8 ପର୍ଯ୍ୟନ୍ତ ଅଭ୍ୟାସ କରିବେ । ପୁଣି କଡା ସୁରକ୍ଷା ଭିତରେ ବାରବାଟୀରୁ ଦଳୀୟ ହୋଟେଲକୁ ଫେରିବେ । ରବିବାର କଟକ ଯାଇ ମ୍ୟାଚ୍ ଖେଳିବେ । ତେବେ ଷ୍ଟାଡିୟମକୁ ପାଣି ବୋତଲ ମନା । ଷ୍ଟାଡିଅମକୁ ଫିଙ୍ଗିବା ଭଳି ସାମଗ୍ରୀ ଉପରେ କଟକଣା ରହିଛି ।



ଆସନ୍ତାକାଲି ଅଭ୍ୟାସ ଯିବାବେଳେ ରାସ୍ତାରେ ଯେଭଳି କୌଣସି ଟ୍ରାଫିକ ସମସ୍ୟା ନହେବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିଅମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 



india-and-england-team-reached-odisha-bhubaneswar | Argus News