ଆଜି ବାରବାଟୀରେ ଭାରତ ଇଂଲଣ୍ଡ ମଧ୍ୟରେ ହେବ କଡ଼ା ମୁକାବିଲା
·1 year ago·1 min read

ଆଜି କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ହେବ କଡା ମୁକାବିଲା। ଏଥିପାଇଁ ଚଳଚଞ୍ଚଳ ଷ୍ଟାଡିୟମ ପରିସର। ସକାଳୁ ସକାଳୁ ଦର୍ଶକଙ୍କ ଜମିଲାଣି ଭିଡ଼। ମ୍ୟାଚ ଦେଖିବା ପାଇଁ ଦୂର ଦୁରନ୍ତରୁ ଆସିଛନ୍ତି କ୍ରିକେଟ ପ୍ରେମୀ। ଇଣ୍ଡିଆ ଟିମ୍ ଜର୍ସି ପିନ୍ଧି ମୁହଁରେ ତ୍ରିରଙ୍ଗା ଆଙ୍କି ହାତରେ ଜାତୀୟ ପତାକା ଧରି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ଉତ୍ସାହିତ କ୍ରିକେଟ ପ୍ରେମୀ। ଭାରତୀୟ ଟିମକୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ ହୋଇ ଆସିଛନ୍ତି କ୍ରିକେଟ ପ୍ରେମୀ।
ଇଣ୍ଡିଆ ଇଣ୍ଡିଆ, ଭାରତ ମାତା କି ଜୟ ନାରାରେ କମ୍ପିବ ବାରବାଟୀ ଷ୍ଟାଡିୟମ। ୪୫ ହଜାର ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଭିତରେ ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ଦେଖିବେ ମ୍ୟାଚ। ପାଖାପାଖି ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: