ପ୍ରଥମ ଇନିଂସରେ ଭାରତ ୪୩୬ ରନରେ ସୀମିତ
·2 years ago·1 min read

ଅର୍ଗସ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଚାଲିଛି। ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୪୩୬ ରନ ସ୍କୋର କରି ଅଲଆଉଟ ହୋଇଛି। ରବୀନ୍ଦ୍ର ଜାଡେଜା ଦଳ ପାଇଁ ୮୭ ରନର ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି। ଏହାବ୍ୟତୀତ କେ.ଏଲ ରାହୁଲ ୮୬ରନ, ଏବଂ ଯଶସ୍ବୀ ଜୟସ୍ବାଲ ୮୦ ରନ ସ୍କୋର କରିଛନ୍ତି।
ପ୍ରଥମ ଇନିଂସ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ୧୯୦ ରନ କରି ଅଗ୍ରଣୀ ହାସଲ କରିଛି। ଜାଡେଜା ଏବଂ ଅକ୍ଷର ପଟେଲ ବ୍ୟାଟିଂ କରୁଥିବାବେଳେ ଭାରତ ୪୨୧/୭ ରନ ସ୍କୋର କରି ତୃତୀୟ ଦିନ ଆାରମ୍ଭ କରିଥିଲା। ତୃତୀୟ ଦିନରେ ଭାରତୀୟ ଦଳ ମାତ୍ର ୧୫ ରନ ସ୍କୋର କରିପାରିଛି। ଏବଂ ଏହି ସମୟ ମଧ୍ୟରେ ସେମାନେ ତିନୋଟି ଓ୍ବିକେଟ ହରାଇଥିଲେ। ଇଂଲଣ୍ଡ ଦ୍ବିତୀୟ ଇନିଂସ ଖେଳ ଆରମ୍ଭ କରି ୮ ଓଭର ଖେଳ ସୁଦ୍ଧା ୪୨ ରନ କରି ୧୬୮ ରନ ପଛରେ ରହିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: