Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦ ମ୍ୟାଚ: ଅଷ୍ଟ୍ରେଲିଆକୁ ୬ରନରେ ହରାଇଲା

Ritu Das
Browse all articles by Ritu Das
·2 years ago·2 min read
ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦ ମ୍ୟାଚ: ଅଷ୍ଟ୍ରେଲିଆକୁ ୬ରନରେ ହରାଇଲା

ଅର୍ଗସ ବ୍ୟୁରୋ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ଏବଂ ଅନ୍ତିମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିଲା।  ଭାରତୀୟ ଦଳ କଙ୍ଗାରୁଙ୍କୁ ଧୂଳି ଚଟାଇବାରେ ସକ୍ଷମ ହୋଇଛି। ୬ ରନରେ ଭାରତ ଦଳ ଏହି ସିରିଜକୁ ନିଜ ନାଁରେ କବଜା କରିଛି। ଅଷ୍ଟ୍ରେଲିଆ ଦଳ ଜିତିବାକୁ ୧୬୧ ରନର ଟାର୍ଗେଟ ଦେଇଥିଲା। ଅଷ୍ଟ୍ରେଲିଆ ଦଳ ୮ ଓ୍ବିକେଟରେ ୧୫୪ ରନ ବନାଇବାରେ ସକ୍ଷମ ହୋଇଛି। 

ପ୍ରଥମ ୩ ମ୍ୟାଚ୍‌ରେ ଉଭୟ ଦଳ ୨୦୦ରୁ ଊର୍ଦ୍ଧ୍ବ ରନ୍‌ କରିଥିଲେ। ଦୁଇଟିରେ ଭାରତ ପଶ୍ଚାତ୍‌ଧାବନ ଓ ଡିଫେଣ୍ଡ୍ କରି ମଧ୍ୟ ଜିତିଥିଲା। ତୃତୀୟଟିରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ ପାଇଁ ଭାରତ ୨୨୨ ରନ୍‌ କରି ମଧ୍ୟ ହାରିଯାଇଥିଲା। ଶେଷ ଦୁଇ ମ୍ୟାଚ୍‌ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଉଭୟ ଥର ଭାରତ ଛୋଟ ସ୍କୋର୍‌ କରି ମଧ୍ୟ ଏହାକୁ ସୁରକ୍ଷିତ ରଖି ମ୍ୟାଚ୍ ଜିତି ନେଇଛି। ଏଥି ସହ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ ବ୍ୟବଧାନରେ ଜିତି ଦିନିକିଆ ବିଶ୍ବକପ୍‌ ଫାଇନାଲ୍ ପରାଜୟର ଗ୍ଲାନିକୁ କିଛି ମାତ୍ରାରେ ଦୂର କରିଛି। ବିଶେଷ କରି ଯୁବ ଖେଳାଳିଙ୍କୁ ନେଇ ଗଠିତ ସୂର୍ଯ୍ୟକୁମାର ଯାଦବଙ୍କ ଦଳର ଏହି ବିଜୟ ଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଅନେକ ମହତ୍ବ ରଖିଛି। 

ଭାରତ କ୍ରମାଗତ ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ପଞ୍ଚମ ଓଭର ବେଳକୁ ଉଭୟ ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ଫଳରେ ପାୱାର ପ୍ଲେ ୬ ଓଭର ସୁଦ୍ଧା ଭାରତ ୪୨/୨ ସ୍ଥିତିରେ ରହିଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ମଧ୍ୟ ଶସ୍ତାରେ ଆଉଟ୍ ହୋଇଯିବା ଭାରତକୁ ଚାପରେ ପକାଇଥିଲା। ତେବେ ଶ୍ରେୟସ ଆୟରଙ୍କ ସହ ମିଶି ଜ‌ିତେଶ ଶର୍ମା ଓ ଅକ୍ଷର ପଟେଲ୍‌ ଗଢ଼ିଥିବା ଦୁଇଟି ଛୋଟ ଛୋଟ ଭାଗୀଦାରି କାରଣରୁ ଭାରତ ୧୬୦ ରନ୍‌ରେ ପହଞ୍ଚିପାରିଥିଲା। ଶ୍ରେୟସ ଆୟର ୩୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ମାତ୍ରେ ଆଉଟ୍ ହୋଇଯାଇଥିଲେ। ଜ‌ିତେଶ ୧୬ ବଲ୍‌ରୁ ୨୪ ଓ ଅକ୍ଷର ୨୧ ବଲ୍‌ରୁ ୩୧ ରନ୍‌ କରିବାରୁ ଏହା ସମ୍ଭବ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
India-Australia 5th T20I: | Argus News