Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

Sports

ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

Ritu Das
Browse all articles by Ritu Das
·1 year ago
ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି। ସମସ୍ତେ ବର୍ତ୍ତମାନ ଚିନ୍ତିତ। କଣ ହେବ ଆଜିର ମ୍ୟାଚ। ଏହି ମ୍ୟାଚ ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏବେ ଟିମ ଇଣ୍ଡିଆ କଙ୍ଗାରୁ ଦଳଠାରୁ ଏକ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।


ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମ୍ୟାଚ ପାଇଁ ଟସ ଅପରାହ୍ନ ୨:୦୦ ଟାରେ ହେବ। ୨:୩୦ ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଏହି ମ୍ୟାଚ ଭାରତରେ ଷ୍ଟାର ସ୍ପୋର୍ଟସ ୧, ଷ୍ଟାର ସ୍ପୋର୍ଟସ ୧ ହିନ୍ଦୀ, ଷ୍ଟାର ସ୍ପୋର୍ଟସ ୨ ଏବଂ ସ୍ପୋର୍ଟସ ୧୮ ୧ରେ ସିଧା ପ୍ରସାରଣ କରାଯିବ। ଲାଇଭ ଷ୍ଟ୍ରିମିଂ ପାଇଁ JioHotstar ଆପ ଏବଂ ୱେବସାଇଟରେ ଦେଖିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Australia semi-final today: Know when, where to watch the match | Argus News