ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳା
·2 years ago

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳା । ବିଶାଖାପଟ୍ଟନମ୍ରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଲକ୍ଷ୍ୟ ମିଶନ୍ 2024 ଟି-୨୦ ବିଶ୍ବକପ୍ । ବ୍ୟାଟିଂ ବିଭାଗକୁ ନେଇ ହେବ ପରୀକ୍ଷା ନୀରୀକ୍ଷା । ଟିମ୍ରେ ବହୁ ଯୁବ ଖେଳାଳୀଙ୍କ ପାଇଁ ରହିଛି ସୁଯୋଗ । ଦିନିକିଆ ବିଶ୍ବକପ୍ ସରିବାର ୪ଦିନ ପରେ ଦୁଇ ଫାଇନାଲିଷ୍ଟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରାତି ୭ଟାରେ ବିଶାଖାପାଟଣାରେ ଖେଳାଯିବ। ପାଣ୍ଡ୍ୟା ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦେଢ଼ ମାସ ଲାଗିବାକୁ ଥିବାରୁ ସୂର୍ଯ୍ୟକୁମାର ଯାଦବ ଏହି ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ।
ଅଧିକ ପଢ଼ନ୍ତୁ ଖେଳ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
