Videos
|
Sports

ଅଷ୍ଟ୍ରେଲିଆକୁ ୮ ଓ୍ବିକେଟରେ ପରାସ୍ତ କଲା ଭାରତ

Ritu Das
Browse all articles by Ritu Das
·2 years ago·1 min read
ଅଷ୍ଟ୍ରେଲିଆକୁ ୮ ଓ୍ବିକେଟରେ ପରାସ୍ତ କଲା ଭାରତ

ଅର୍ଗସ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ମହିଳା ଦଳ। ଘରୋଇ ମାଟିରେ ଅଷ୍ଟ୍ରେଲିଆ ଟିମକୁ ପରାସ୍ତ କରିଛି ଭାରତ ଦଳ। ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚକୁ ୮ ଓ୍ବିକେଟରେ ଜିତିଛି ଭାରତୀୟ ମହିଳା ଦଳ। ସ୍ନେହା ରଣାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଛି। 

 

ଅଷ୍ଟ୍ରେଲିଆ ଦଳ ପ୍ରଥମ ପାରିରେ ୨୧୯ ରନ କରି ଅଲଆଉଟ ହୋଇଯାଇଥିଳା। ଭାରତ ପକ୍ଷରୁ ପୂଜା ଭାସ୍ତ୍ରକର ସର୍ବାଧିକ ୪ ଓ୍ବିକେଟ ନେଇଛନ୍ତି। ଯାହାର ଜବାବରେ ପ୍ରଥମ ପାରିରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ। ପ୍ରଥମ ପାରିରେ ମୋଟ ୪୦୬ ରନ କରିବାରେ ସକ୍ଷମ ହୋଇଥିଲା ଟିମ। ଭାରତୀୟ ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୭୮ ରନ କରିଥିଲେ। ତାଙ୍କ ପଛକୁ ସ୍ମୃତି ମନ୍ଦାନା ୭୪ ରନ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ପାରିରେ ଗାର୍ଡନର ସର୍ବାଧିକ ୪ ଓ୍ବିକେଟ ନେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଅଷ୍ଟ୍ରେଲିଆ ୨ୟ ପାରିରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଭାରତୀୟ ଟିମର ବିଶାଳ ସ୍କୋର ସାମ୍ନାରେ ଅଧିକ ସମୟ ତିଷ୍ଠିପାରି ନ ଥିଲା କଙ୍ଗାରୁ ବାହିନୀ। ଗୋଟିଏ ପରେ ପରେ ଗୋଟିଏ ଓ୍ବିକେଟର ହୋଇଥିଲା ପତନ। ଆଉ ମାତ୍ର ୨୬୧ ରନରେ ପୁରା ଟିମ ହୋଇଯାଇଥିଲା ଅଲଆଉଟ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର